James 3:6 — Compare Translations
7 translations compared side by side
Odia - 1840
"ଜିହ୍ବା ହେଉଛି ଏକ େଛାଟ ଅଗ୍ନିଶିଖା ଭଳି। ଯେଉଁ େଛାଟ ଅଗ୍ନି ଶିଖାଟି ଗୋଟିଏ ବଡ଼ ଜଙ୍ଗଲ ରେ ନିଆଁ ଲଗଇେ ଦଇପୋରିବ। ଆମ୍ଭ ଶରୀରର ଅଙ୍ଗଗୁଡ଼ିକ ଭିତ ରେ ଜିହ୍ବା ହେଉଛି ସବୁଠାରୁ ମନ୍ଦ। କିପରି? ଜିହ୍ବା ଆମ୍ଭ ଶରୀର ମାଧ୍ଯମ ରେ ନିଜର ମନ୍ଦତା ପ୍ରସାର କରେ। ଏହା ଏପରି ଅଗ୍ନି ସୃଷ୍ଟି କରେ ଯେ, ତାହା ସମଗ୍ର ଜୀବନକୁ ପ୍ରଭାବିତ କରେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଜିହ୍ଵା ମଧ୍ୟ ଅଗ୍ନି ସ୍ଵରୂପ; ତାହା ଆମ୍ଭମାନଙ୍କ ଅଙ୍ଗସମୂହ ମଧ୍ୟରେ ସମସ୍ତ ଅଧର୍ମର ମୂଳାଧାର ସ୍ଵରୂପେ ଅବସ୍ଥିତ; ତାହା ସମସ୍ତ ଶରୀରକୁ ଅଶୁଚି କରେ ଓ ନିଜେ ନରକାନଳରେ ପ୍ରଜ୍ଵଳିତ ହୋଇ ପ୍ରକୃତିର ଚକ୍ରକୁ ଜ୍ଵଳାଏ ।
Odia BSI (ପବିତ୍ର ବାଇବଲ (CL) NT (BSI))
ଜିହ୍ୱା ଅଗ୍ନି ତୁଲ୍ୟ; ବହୁ ଅସତ୍ ବିଷୟରେ ପରିପୂର୍ଣ୍ଣ; ପୁଣି ତାହା ଆମ ଶରୀର ମଓ୍ୟରେ ଅବସ୍ଥିତ ଥିବାରୁ ଅସତ୍ ପ୍ରଭାବ ବିସ୍ତାର କରି ଆମର ସମସ୍ତ ବ୍ୟକ୍ତିତ୍ୱକୁ କଳୁଷିତ କରେ। ଜିହ୍ୱାର ନରକାଗ୍ନି ଆମର ସାରା ଜୀବନକୁ ଜଳାଇ ଦିଏ।
Odia Bible ERV 2004 (ପବିତ୍ର ବାଇବଲ)
ଜିହ୍ୱା ହେଉଛି ଏକ ଛୋଟ ଅଗ୍ନିଶିଖା ଭଳି। ଆମ୍ଭ ଶରୀରର ଅଙ୍ଗଗୁଡ଼ିକ ଭିତରେ ଜିହ୍ୱା ହେଉଛି ସବୁଠାରୁ ମନ୍ଦ। କିପରି? ଜିହ୍ୱା ଆମ୍ଭ ଶରୀର ମାଧ୍ୟମରେ ନିଜର ମନ୍ଦତା ପ୍ରସାର କରେ। ଏହା ଏପରି ଅଗ୍ନି ସୃଷ୍ଟି କରେ ଯେ, ତାହା ସମଗ୍ର ଜୀବନକୁ ପ୍ରଭାବିତ କରେ। ଜିହ୍ୱା ଏହି ଅଗ୍ନିକୁ ନରକରୁ ପାଇଥାଏ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଜିହ୍ୱା ମଧ୍ୟ ଅଗ୍ନି ସ୍ୱରୂପ; ତାହା ଆମ୍ଭମାନଙ୍କ ଅଙ୍ଗସମୂହ ମଧ୍ୟରେ ସମସ୍ତ ଅଧର୍ମର ମୂଳାଧାର ସ୍ୱରୂପେ ଅବସ୍ଥିତ; ତାହା ସମସ୍ତ ଶରୀରକୁ ଅଶୁଚି କରେ ଓ ନିଜେ ନର୍କରେ ପ୍ରଜ୍ୱଳିତ ହୋଇ ପ୍ରକୃତିର ଚକ୍ରକୁ ଜ୍ୱଳାଏ।
Odia IRV 2017 (ଓଡିଆ ବାଇବେଲ)
ଜିହ୍ୱା ମଧ୍ୟ ଅଗ୍ନି ସ୍ୱରୂପ; ତାହା ଆମ୍ଭମାନଙ୍କ ଅଙ୍ଗସମୂହ ମଧ୍ୟରେ ସମସ୍ତ ଅଧର୍ମର ମୂଳାଧାର ସ୍ୱରୂପେ ଅବସ୍ଥିତ; ତାହା ସମସ୍ତ ଶରୀରକୁ ଅଶୁଚି କରେ ଓ ନିଜେ ନର୍କରେ ପ୍ରଜ୍ୱଳିତ ହୋଇ ପ୍ରକୃତିର ଚକ୍ରକୁ ଜ୍ୱଳାଏ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ತಸೆಚ್ ಜಿಬಿಲ್ಬಿ ಆಗ್ ಹೊವ್ನ್ ಹಾಯ್, ಜಿಬಿಲ್ ಎಕ್ ಬರ್ಯಾ ವಾಟೆನ್ ಚಲಿನಸಲ್ಲ್ಯಾ ಜಗಾಚ್ಯಾ ಸಾರ್ಕೆ ಅಮ್ಚ್ಯಾ ಆಂಗಾಚ್ಯಾ ಮದ್ದಿ ಥವಲ್ಲಿ ಹಾಯ್, ತಿ ಸಗ್ಳ್ಯಾ ಆಂಗಾಕುಚ್ ಹಾಳ್ ಘಾಲ್ತಾ ಅನಿ ನರಕ್ ಮನ್ತಲ್ಯಾ ಆಗಿತ್ ಅಪ್ನಿಚ್ ಪೆಟುನ್ಗೆತ್ ಸಗ್ಳ್ಯಾ ಜಿವನಾಕ್ ಆಗ್ ಲಾವ್ತಾ.