James 5:12 — Compare Translations

7 translations compared side by side

Odia - 1840
"ମାେ ଭାଇ ଓ ଭଉଣୀମାନେ! ମନରେଖ ଯେ କୌଣସି ପ୍ରତିଜ୍ଞା କଲା ବେଳେ ଶପଥ କର ନାହିଁ। ଏହା ଅତି ଗୁରୁତ୍ବପୂର୍ଣ୍ଣ ଅଟେ। ତୁମ୍ଭର କଥାକୁ ସତ୍ଯ ବୋଲି ପ୍ରମାଣିତ କରିବା ପାଇଁ ସ୍ବର୍ଗ, ପୃଥିବୀ ବା ଅନ୍ୟ କିଛିର ନାମ ନିଅ ନାହିଁ। ତୁମ୍ଭର ହଁ କଥା ହଁ ହେଉ, ଏବଂ ନା କଥା ନା ହେଉ। ଏପରି କଲେ ତୁମ୍ଭେ ଦୋଷୀ ସାବ୍ଯସ୍ତ ହବେ ନାହିଁ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ବିଶେଷତଃ, ହେ ମୋହର ଭାଇମାନେ, ଶପଥ କର ନାହିଁ, ସ୍ଵର୍ଗର ଶପଥ ହେଉ ବା ପୃଥିବୀର ଶପଥ ହେଉ ଅବା ଅନ୍ୟ କୌଣସି ଶପଥ ହେଉ; କିନ୍ତୁ ତୁମ୍ଭମାନଙ୍କ ହଁ କଥା ହଁ ହେଉ, ନା କଥା ନା ହେଉ, ଯେପରି ତୁମ୍ଭେମାନେ ବିଚାରରେ ଦଣ୍ତନୀୟ ନ ହୁଅ ।
Odia BSI (ପବିତ୍ର ବାଇବଲ (CL) NT (BSI))
ହେ ଭାଇମାନେ, ପ୍ରତିଜ୍ଞା କଲାବେଳେ ଗଣ ନିୟମ ପାକାଅ ନାହିଁ। ସ୍ୱର୍ଗ କି ମର୍ତ୍ତ୍ୟ କି ଅନ୍ୟ କୌଣସି ବିଷୟ ଦେଇ ଗଣ ପକାଅ ନାହିଁ। ତୁମ “ହିଁ”ର ଅର୍ଥ “ହଁ” ହେଉ, “ନାହିଁ”ର ଅର୍ଥ “ନାହିଁ” ହେଉ। ତାହାହେଲେ, ତୁମେ ଈଶ୍ୱରଙ୍କ ବିଚାରରେ ଦଣ୍ଡନୀୟ ହେବ ନାହିଁ।
Odia Bible ERV 2004 (ପବିତ୍ର ବାଇବଲ)
ସାବଧାନ ରହି କଥା କୁହ ମୋ’ ଭାଇ ଓ ଭଉଣୀମାନେ! ମନେରଖ ଯେକୌଣସି ପ୍ରତିଜ୍ଞା କଲାବେଳେ ଶପଥ କର ନାହିଁ। ଏହା ଅତି ଗୁରୁତ୍ୱପୂର୍ଣ୍ଣ ଅଟେ। ତୁମ୍ଭର କଥାକୁ ସତ୍ୟ ବୋଲି ପ୍ରମାଣିତ କରିବା ପାଇଁ ସ୍ୱର୍ଗ, ପୃଥିବୀ ବା ଅନ୍ୟ କିଛିର ନାମ ନିଅ ନାହିଁ। “ତୁମ୍ଭର ହଁ କଥା ହଁ ହେଉ, ଏବଂ ନା କଥା ନା ହେଉ। ଏପରି କଲେ ତୁମ୍ଭେ ଦୋଷୀ ସାବ୍ୟସ୍ତ ହେବ ନାହିଁ।”
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ବିଶେଷତଃ, ହେ ମୋହର ଭାଇମାନେ, ଶପଥ କର ନାହିଁ, ସ୍ୱର୍ଗର ଶପଥ ହେଉ ବା ପୃଥିବୀର ଶପଥ ହେଉ; ଅବା ଅନ୍ୟ କୌଣସି ଶପଥ ହେଉ; କିନ୍ତୁ ତୁମ୍ଭମାନଙ୍କ ହଁ କଥା ହଁ ହେଉ, ନା କଥା ନା ହେଉ, ଯେପରି ତୁମ୍ଭେମାନେ ବିଚାରରେ ଦଣ୍ଡନୀୟ ନ ହୁଅ।
Odia IRV 2017 (ଓଡିଆ ବାଇବେଲ)
ବିଶେଷତଃ, ହେ ମୋହର ଭାଇମାନେ, ଶପଥ କର ନାହିଁ, ସ୍ୱର୍ଗର ଶପଥ ହେଉ ବା ପୃଥିବୀର ଶପଥ ହେଉ; ଅବା ଅନ୍ୟ କୌଣସି ଶପଥ ହେଉ; କିନ୍ତୁ ତୁମ୍ଭମାନଙ୍କ ହଁ କଥା ହଁ ହେଉ, ନା କଥା ନା ହେଉ, ଯେପରି ତୁମ୍ଭେମାନେ ବିଚାରରେ ଦଣ୍ଡନୀୟ ନ ହୁଅ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಲೈ ಕರುನ್ ಮಾಜ್ಯಾ ಭಾವಾನು ಅನಿ ಭೆನಿಯಾನು ತುಮಿ ಗೊಸ್ಟ್ ದಿತಾನಾ ಅನ್ ಘಾಲುನಕಾಸಿ, ಜಿಮ್ನಿಚ್ಯಾ ನಾವಾನ್ ಹೊಂವ್ದಿತ್, ಸರ್‍ಗಾಚ್ಯಾ ನಾವಾನ್ ಹೊಂವ್ದಿತ್, ನಾತರ್ ಅನ್ ಘಾಲುಚ್‌ನಕಾಸಿ, ಹೊಯ್ ಮನುನ್ ಹೊಲ್ಯಾರ್ ಹೊಯ್ ಮನಾ, ನಾ ಮನ್ತಲೆ ಹೊಲ್ಯಾರ್ ನಾ ಮನಾ, ತನ್ನಾ ತುಮ್ಚಿ ಝಡ್ತಿ ಹೊಯ್ನಾ.