Jeremiah 11:19 — Compare Translations

5 translations compared side by side

Odia - 1840
"ସଦାପ୍ରଭୁ, ସମାନେେ ମାେ ବିପକ୍ଷ ରେ ଅଛନ୍ତି ବୋଲି ଦଖାଇବୋ ପୂର୍ବରୁ ମୁଁ ଏକ ନିରୀହ ମଷେଶାବକ ପରି ହତ୍ଯା ପାଇଁ ରହିଥିଲି। ସମାନେେ ମାେ ବିରୁଦ୍ଧ ରେ ଅଛନ୍ତି ବୋଲି ମୁଁ ଜାଣି ନଥିଲି। ସମାନେେ ମାେ ବିରୁଦ୍ଧ ରେ କୁମନ୍ତ୍ରଣା କରି କହିଲେ, ଆସ ଫଳ ସହିତ ବୃକ୍ଷକୁ କାଟି ନଷ୍ଟ କରିବା। ଲୋକେ ଯେପରି ତାଙ୍କୁ ଆଉ ସ୍ମରଣ ନ କରିବେ ସେଥିପାଇଁ ତାଙ୍କୁ କାଟି ପକାଇବା।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ମାତ୍ର ମୁଁ ହତ୍ୟା ନିମନ୍ତେ ନିଆଯାଉଥିବା ଶା; ମେଷଶାବକ ଓ ବଳଦ ପରି ଥିଲି; ପୁଣି, ଆମ୍ଭେମାନେ ଫଳସୁଦ୍ଧା ବୃକ୍ଷ ନଷ୍ଟ କରୁ ଓ ତାହାର ନାମ ଯେପରି ଆଉ ସ୍ମରଣରେ ନ ଥାଏ, ଏଥିପାଇଁ ଜୀବିତ ଲୋକମାନଙ୍କ ଦେଶରୁ ତାହାକୁ କାଟି ପକାଉ, ଏହି କଥା କହି ସେମାନେ ଯେ ମୋʼ ବିରୁଦ୍ଧରେ କୁମନ୍ତ୍ରଣା କରିଥିଲେ, ଏହା ମୁଁ ଜାଣି ନ ଥିଲି ।
Odia Bible ERV 2004 (ପବିତ୍ର ବାଇବଲ)
ସଦାପ୍ରଭୁ, ସେମାନେ ମୋ’ ବିପକ୍ଷରେ ଅଛନ୍ତି ବୋଲି ଦେଖାଇବା ପୂର୍ବରୁ ମୁଁ ଏକ ନିରୀହ ମେଷଶାବକ ପରି ହତ୍ୟା ପାଇଁ ରହିଥିଲି। ସେମାନେ ମୋ’ ବିରୁଦ୍ଧରେ ଅଛନ୍ତି ବୋଲି ମୁଁ ଜାଣି ନ ଥିଲି। ସେମାନେ ମୋ’ ବିରୁଦ୍ଧରେ କୁମନ୍ତ୍ରଣା କରି କହିଲେ, “ଆସ ଫଳ ସହିତ ବୃକ୍ଷକୁ କାଟି ନଷ୍ଟ କରିବା। ଲୋକେ ଯେପରି ତାଙ୍କୁ ଆଉ ସ୍ମରଣ ନ କରିବେ ସେଥିପାଇଁ ତାଙ୍କୁ କାଟି ପକାଇବା।”
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ମାତ୍ର ମୁଁ ହତ୍ୟା ନିମନ୍ତେ ନିଆଯାଉଥିବା ଶାନ୍ତ ମେଷଶାବକ ଓ ବଳଦ ପରି ଥିଲି; “ପୁଣି, ଆମ୍ଭେମାନେ ଫଳସୁଦ୍ଧା ବୃକ୍ଷ ନଷ୍ଟ କରୁ ଓ ତାହାର ନାମ ଯେପରି ଆଉ ସ୍ମରଣରେ ନ ଥାଏ, ଏଥିପାଇଁ ଜୀବିତ ଲୋକମାନଙ୍କ ଦେଶରୁ ତାହାକୁ କାଟି ପକାଉ,” ଏହି କଥା କହି ସେମାନେ ଯେ ମୋʼ ବିରୁଦ୍ଧରେ କୁମନ୍ତ୍ରଣା କରିଥିଲେ, ଏହା ମୁଁ ଜାଣି ନ ଥିଲି।
Odia IRV 2017 (ଓଡିଆ ବାଇବେଲ)
ମାତ୍ର ମୁଁ ହତ୍ୟା ନିମନ୍ତେ ନିଆଯାଉଥିବା ଶାନ୍ତ ମେଷଶାବକ ଓ ବଳଦ ପରି ଥିଲି; ପୁଣି, ଆମ୍ଭେମାନେ ଫଳସୁଦ୍ଧା ବୃକ୍ଷ ନଷ୍ଟ କରୁ ଓ ତାହାର ନାମ ଯେପରି ଆଉ ସ୍ମରଣରେ ନ ଥାଏ, ଏଥିପାଇଁ ଜୀବିତ ଲୋକମାନଙ୍କ ଦେଶରୁ ତାହାକୁ କାଟି ପକାଉ, ଏହି କଥା କହି ସେମାନେ ଯେ ମୋ’ ବିରୁଦ୍ଧରେ କୁମନ୍ତ୍ରଣା କରିଥିଲେ, ଏହା ମୁଁ ଜାଣି ନ ଥିଲି।