Jeremiah 22:14 — Compare Translations

5 translations compared side by side

Odia - 1840
"ଯିହାୟୋକୀମ୍ କହନ୍ତି, ମୁଁ ନିଜ ପାଇଁ ଏକ ପ୍ରଶସ୍ତ ଗୃହ ଓ ବୃହତ୍ କଠାେରୀମାନ ନିର୍ମାଣ କରିବି। ତେଣୁ ସେ ବୃହତ୍ ଝରକା ଥିବା ଏକ ଗୃହ ନିର୍ମାଣ କଲେ ଓ ଏରସ କାଠ ରେ ଗୃହର ଭିତର ଛାତ କଲେ ଓ ସିନ୍ଦୁର ରଙ୍ଗ ରେ କାଠ ରଙ୍ଗ କଲେ। ମାତ୍ର ସେ ସନ୍ତାପର ପାତ୍ର ହେଲେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଯେ କହେ, ଆମ୍ଭେ ଆପଣା ପାଇଁ ଏକ ପ୍ରଶସ୍ତ ଗୃହ ଓ ବୃହତ କୋଠରୀମାନ ନିର୍ମାଣ କରିବା ଓ ଯେ ଆପଣା ପାଇଁ ଝରକା କାଟେ, ଆଉ ଏରସ କାଷ୍ଠରେ ଗୃହର ଭିତର ଛାତ କରେ ଓ ସିନ୍ଦୂର ବର୍ଣ୍ଣର ରଙ୍ଗ ଲେପନ କରେ, ସେ ସନ୍ତାପର ପାତ୍ର!
Odia Bible ERV 2004 (ପବିତ୍ର ବାଇବଲ)
“ଯିହୋୟାକୀମ୍ କହନ୍ତି, ‘ମୁଁ ନିଜ ପାଇଁ ଏକ ପ୍ରଶସ୍ତ ଗୃହ ଓ ବୃହତ୍ କୋଠରୀମାନ ନିର୍ମାଣ କରିବି।’ ତେଣୁ ସେ ବୃହତ୍ ଝରକା ଥିବା ଏକ ଗୃହ ନିର୍ମାଣ କଲେ ଓ ଏରସ କାଠରେ ଗୃହର ଭିତର ଛାତ କଲେ ଓ ସିନ୍ଦୁର ରଙ୍ଗରେ କାଠ ରଙ୍ଗ କଲେ। ମାତ୍ର ସେ ସନ୍ତାପର ପାତ୍ର ହେଲେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଯେ କହେ, ‘ଆମ୍ଭେ ଆପଣା ପାଇଁ ଏକ ପ୍ରଶସ୍ତ ଗୃହ ଓ ବୃହତ କୋଠରିମାନ ନିର୍ମାଣ କରିବା’ ଓ ଯେ ଆପଣା ପାଇଁ ଝରକା କାଟେ, ଆଉ ଏରସ କାଷ୍ଠରେ ଗୃହର ଭିତର ଛାତ କରେ ଓ ରକ୍ତବର୍ଣ୍ଣର ରଙ୍ଗ ଲେପନ କରେ, ସେ ସନ୍ତାପର ପାତ୍ର!
Odia IRV 2017 (ଓଡିଆ ବାଇବେଲ)
ଯେ କହେ, ଆମ୍ଭେ ଆପଣା ପାଇଁ ଏକ ପ୍ରଶସ୍ତ ଗୃହ ଓ ବୃହତ କୋଠରିମାନ ନିର୍ମାଣ କରିବା ଓ ଯେ ଆପଣା ପାଇଁ ଝରକା କାଟେ, ଆଉ ଏରସ କାଷ୍ଠରେ ଗୃହର ଭିତର ଛାତ କରେ ଓ ରକ୍ତବର୍ଣ୍ଣର ରଙ୍ଗ ଲେପନ କରେ, ସେ ସନ୍ତାପର ପାତ୍ର!