Jeremiah 34:7 — Compare Translations
5 translations compared side by side
Odia - 1840
"ସେତବେେଳେ ବାବିଲ ରାଜାର ସୈନ୍ଯ ୟିରୁଶାଲମ ବିରୁଦ୍ଧ ରେ, ଯିହୁଦାର ଅବଶଷ୍ଟ ସକଳ ନଗର ବିରୁଦ୍ଧ ରେ ଓ ଲାଖୀର ଏବଂ ଆ ସକୋ ବିରୁଦ୍ଧ ରେ ୟୁଦ୍ଧ କରୁଥିଲେ। କାରଣ ଯିହୁଦା ଦେଶର ନଗର ସମୂହ ମଧିଅରେ ଏହି ଦୁଇଟି ମାତ୍ର ପ୍ରାଚୀର ବେଷ୍ଟିତ ନଗର ଅବଶିଷ୍ଟ ଥିଲା।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଯେଉଁ ସମୟରେ ବାବିଲ ରାଜାର ସୈନ୍ୟ ଯିରୂଶାଲମ ବିରୁଦ୍ଧରେ ଓ ଯିହୁଦାର ଅବଶିଷ୍ଟ ସକଳ ନଗର ବିରୁଦ୍ଧରେ, ଲାଖୀଶ ଓ ଅସେକା ବିରୁଦ୍ଧରେ ଯୁଦ୍ଧ କରୁଥିଲେ; କାରଣ ଯିହୁଦା ଦେଶସ୍ଥ ନଗରସମୂହ ମଧ୍ୟରେ ଏହି ଦୁଇଟିମାତ୍ର ପ୍ରାଚୀରବେଷ୍ଟିତ ନଗର ଅବଶିଷ୍ଟ ଥିଲା।
Odia Bible ERV 2004 (ପବିତ୍ର ବାଇବଲ)
ସେତେବେଳେ ବାବିଲ ରାଜାର ସୈନ୍ୟ ଯିରୁଶାଲମ ବିରୁଦ୍ଧରେ, ଯିହୁଦାର ଅବଶିଷ୍ଟ ସକଳ ନଗର ବିରୁଦ୍ଧରେ ଓ ଲାଖୀଶ ଏବଂ ଅସେକା ବିରୁଦ୍ଧରେ ଯୁଦ୍ଧ କରୁଥିଲେ। କାରଣ ଯିହୁଦା ଦେଶର ନଗର ସମୂହ ମଧ୍ୟରେ ଏହି ଦୁଇଟି ମାତ୍ର ପ୍ରାଚୀର ବେଷ୍ଟିତ ନଗର ଅବଶିଷ୍ଟ ଥିଲା।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ସେସମୟରେ ବାବିଲ ରାଜାର ସୈନ୍ୟ ଯିରୂଶାଲମ ବିରୁଦ୍ଧରେ ଓ ଯିହୁଦାର ଅବଶିଷ୍ଟସକଳ ନଗର ଅର୍ଥାତ୍ ଲାଖୀଶ୍ ଓ ଅସେକା ବିରୁଦ୍ଧରେ ଯୁଦ୍ଧ କରୁଥିଲେ; କାରଣ ଯିହୁଦା ଦେଶସ୍ଥ ନଗରସମୂହ ମଧ୍ୟରେ ଏହି ଦୁଇଟି ମାତ୍ର ପ୍ରାଚୀର-ବେଷ୍ଟିତ ନଗର ଅବଶିଷ୍ଟ ଥିଲା।
Odia IRV 2017 (ଓଡିଆ ବାଇବେଲ)
ସେସମୟରେ ବାବିଲ ରାଜାର ସୈନ୍ୟ ଯିରୂଶାଲମ ବିରୁଦ୍ଧରେ ଓ ଯିହୁଦାର ଅବଶିଷ୍ଟ ସକଳ ନଗର ଅର୍ଥାତ୍ ଲାଖୀଶ୍ ଓ ଅସେକା ବିରୁଦ୍ଧରେ ଯୁଦ୍ଧ କରୁଥିଲେ; କାରଣ ଯିହୁଦା ଦେଶସ୍ଥ ନଗରସମୂହ ମଧ୍ୟରେ ଏହି ଦୁଇଟି ମାତ୍ର ପ୍ରାଚୀରବେଷ୍ଟିତ ନଗର ଅବଶିଷ୍ଟ ଥିଲା।