Jeremiah 35:8 — Compare Translations
5 translations compared side by side
Odia - 1840
"ତେଣୁ ଆମ୍ଭମାନେେ ରେଖବୀଯ ବଂଶ ଆମ୍ଭ ପୂର୍ବପୁରୁଷ ଯିହାନୋଦବ୍ ଆମ୍ଭମାନଙ୍କୁ ଦ୍ରାକ୍ଷାରସ ପାନ ନ କରିବାକୁ ଓ ଗୃହ ନିର୍ମାଣ ନ କରିବାକୁ ଯେଉଁ ଆଜ୍ଞା ଦଇେଛନ୍ତି ତାହା ପାଳନ କରି ଆସିଅଛୁ। ଆଉ ଆମ୍ଭମାନେେ, ଆମ୍ଭମାନଙ୍କର ସ୍ତ୍ରୀମାନେ ଓ ଆମ୍ଭମାନଙ୍କର ପୁତ୍ର କନ୍ଯାମାନେ କବେେ ଦ୍ରାକ୍ଷାରସ ପାନ କରୁ ନାହୁଁ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଏଣୁ ଆମ୍ଭମାନଙ୍କର ଯାବଜ୍ଜୀବନ ଦ୍ରାକ୍ଷାରସ ପାନ ନ କରିବାକୁ ଓ ବାସ କରିବା ନିମନ୍ତେ ଗୃହ ନିର୍ମାଣ ନ କରିବାକୁ, ଆମ୍ଭମାନଙ୍କର ପିତୃପୁରୁଷ ରେଖବର ପୁତ୍ର ଯିହୋନାଦବ୍ ଆମ୍ଭମାନଙ୍କୁ ଯେସବୁ ଆଜ୍ଞା ଦେଇଅଛନ୍ତି, ଆମ୍ଭେମାନେ, ଆମ୍ଭମାନଙ୍କର ଭାର୍ଯ୍ୟାମାନେ ଓ ପୁତ୍ର-କନ୍ୟାମାନେ ତାହାଙ୍କର ସେହି ବାକ୍ୟ ପାଳନ କରି ଆସୁଅଛୁ;
Odia Bible ERV 2004 (ପବିତ୍ର ବାଇବଲ)
ତେଣୁ ଆମ୍ଭେମାନେ ରେଖବୀୟ ବଂଶ ଆମ୍ଭ ପୂର୍ବପୁରୁଷ ଯିହୋନାଦବ୍ ଆମ୍ଭମାନଙ୍କୁ ଦ୍ରାକ୍ଷାରସ ପାନ ନ କରିବାକୁ ଓ ଗୃହ ନିର୍ମାଣ ନ କରିବାକୁ ଯେଉଁ ଆଜ୍ଞା ଦେଇଛନ୍ତି ତାହା ପାଳନ କରି ଆସିଅଛୁ। ଆଉ ଆମ୍ଭେମାନେ, ଆମ୍ଭମାନଙ୍କର ସ୍ତ୍ରୀମାନେ ଓ ଆମ୍ଭମାନଙ୍କର ପୁତ୍ରକନ୍ୟାମାନେ କେବେ ଦ୍ରାକ୍ଷାରସ ପାନ କରୁ ନାହୁଁ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଏଣୁ ଆମ୍ଭମାନଙ୍କର ଯାବଜ୍ଜୀବନ ଦ୍ରାକ୍ଷାରସ ପାନ ନ କରିବାକୁ ଓ ବାସ କରିବା ନିମନ୍ତେ ଗୃହ ନିର୍ମାଣ ନ କରିବାକୁ, ଆମ୍ଭମାନଙ୍କର ପୂର୍ବପୁରୁଷ ରେଖବର ପୁତ୍ର ଯିହୋନାଦବ୍ ଆମ୍ଭମାନଙ୍କୁ ଯେସବୁ ଆଜ୍ଞା ଦେଇଅଛନ୍ତି, ଆମ୍ଭେମାନେ, ଆମ୍ଭମାନଙ୍କର ଭାର୍ଯ୍ୟାମାନେ ଓ ପୁତ୍ରକନ୍ୟାମାନେ ତାହାଙ୍କର ସେହି ବାକ୍ୟ ପାଳନ କରି ଆସୁଅଛୁ;
Odia IRV 2017 (ଓଡିଆ ବାଇବେଲ)
ଏଣୁ ଆମ୍ଭମାନଙ୍କର ଯାବଜ୍ଜୀବନ ଦ୍ରାକ୍ଷାରସ ପାନ ନ କରିବାକୁ ଓ ବାସ କରିବା ନିମନ୍ତେ ଗୃହ ନିର୍ମାଣ ନ କରିବାକୁ, ଆମ୍ଭମାନଙ୍କର ପିତୃପୁରୁଷ ରେଖବର ପୁତ୍ର ଯିହୋନାଦବ୍ ଆମ୍ଭମାନଙ୍କୁ ଯେସବୁ ଆଜ୍ଞା ଦେଇଅଛନ୍ତି, ଆମ୍ଭେମାନେ, ଆମ୍ଭମାନଙ୍କର ଭାର୍ଯ୍ୟାମାନେ ଓ ପୁତ୍ରକନ୍ୟାମାନେ ତାହାଙ୍କର ସେହି ବାକ୍ୟ ପାଳନ କରି ଆସୁଅଛୁ;