Jeremiah 41:8 — Compare Translations
5 translations compared side by side
Odia - 1840
"ମାତ୍ର ସମାନଙ୍କେ ମଧ୍ଯରୁ ଦଶଜଣ ଇଶମାଯଲକେୁ କହିଲେ, ଆମ୍ଭମାନଙ୍କୁ ବଧ କର ନାହିଁ, କାରଣ ଆମ୍ଭମାନଙ୍କର ଗହମ, ୟବ, ତୈଳ ଓ ମଧୁର ଗୁପ୍ତ ଭଣ୍ଡାର କ୍ଷତେ ରେ ଲୁଚାଇ ରଖିଛୁ ଏବଂ ଆମ୍ଭେ ସେସବୁ ତୁମ୍ଭକୁ ଦବେି। ତେଣୁ ଇଶମାଯଲେ ସମାନଙ୍କେୁ ମାରିବାରୁ ବିରତ ହେଲେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ମାତ୍ର ସେମାନଙ୍କ ମଧ୍ୟରୁ ଦଶ ଜଣ ଇଶ୍ମାୟେଲକୁ କହିଲେ, ଆମ୍ଭମାନଙ୍କୁ ବଧ କର ନାହିଁ; କାରଣ ଆମ୍ଭେମାନେ କ୍ଷେତ୍ରରେ ଗହମ ଓ ଯବ ଓ ତୈଳ ଓ ମଧୁ ସଞ୍ଚୟ କରି ପୋତି ଲୁଚାଇ ରଖିଅଛୁ । ତହିଁରେ ସେ କ୍ଷା; ହୋଇ ସେମାନଙ୍କ ଭ୍ରାତୃଗଣ ମଧ୍ୟରେ ସେମାନଙ୍କୁ ବଧ କଲା ନାହିଁ ।
Odia Bible ERV 2004 (ପବିତ୍ର ବାଇବଲ)
ମାତ୍ର ସେମାନଙ୍କ ମଧ୍ୟରୁ ଦଶ ଜଣ ଇଶ୍ମାୟେଲକୁ କହିଲେ, “ଆମ୍ଭମାନଙ୍କୁ ବଧ କର ନାହିଁ, କାରଣ ଆମ୍ଭମାନଙ୍କର ଗହମ, ଯବ, ତୈଳ ଓ ମଧୁର ଗୁପ୍ତ ଭଣ୍ଡାର କ୍ଷେତରେ ଲୁଗ୍ଭଇ ରଖିଛୁ ଏବଂ ଆମ୍ଭେ ସେସବୁ ତୁମ୍ଭକୁ ଦେବୁ।” ତେଣୁ ଇଶ୍ମାୟେଲ ସେମାନଙ୍କୁ ମାରିବାରୁ ବିରତ ହେଲେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ମାତ୍ର ସେମାନଙ୍କ ମଧ୍ୟରୁ ଦଶ ଜଣ ଇଶ୍ମାୟେଲକୁ କହିଲେ, “ଆମ୍ଭମାନଙ୍କୁ ବଧ କର ନାହିଁ; କାରଣ ଆମ୍ଭେମାନେ କ୍ଷେତ୍ରରେ ଗହମ, ଯବ, ତୈଳ ଓ ମଧୁ ସଞ୍ଚୟ କରି ପୋତି ଲୁଚାଇ ରଖିଅଛୁ।” ତହିଁରେ ସେ କ୍ଷାନ୍ତ ହୋଇ ସେମାନଙ୍କ ଭ୍ରାତୃଗଣ ମଧ୍ୟରେ ସେମାନଙ୍କୁ ବଧ କଲା ନାହିଁ।
Odia IRV 2017 (ଓଡିଆ ବାଇବେଲ)