Jeremiah 44:26 — Compare Translations

5 translations compared side by side

Odia - 1840
"ଏଣୁ ହେ ଯିହୁଦାର ସମସ୍ତ ମିଶର ଦେଶ ନିବାସୀ, ତୁମ୍ଭମାନେେ ସଦାପ୍ରଭୁଙ୍କର ବାକ୍ଯ ଶୁଣ, ସଦାପ୍ରଭୁ କହନ୍ତି, ଦେଖ, ମୁଁ ଆପଣା ମହାନାମ ରେ ଶପଥ କରିଅଛି, ମିଶର ଦେଶସ୍ଥ ୟିହୁଦୀ ଲୋକ ମାରେ ନାମର ବ୍ଯବହାର କରିବ ନାହିଁ। ସମାନେେ କବେେ କହିବେ ନାହିଁ, ନିଶ୍ଚିତ ରେ ସଦାପ୍ରଭୁ ଅଛନ୍ତି।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଏହେତୁ ହେ ମିସର ଦେଶ ନିବାସୀ ଯିହୁଦାର ଲୋକ ସମସ୍ତେ, ତୁମ୍ଭେମାନେ ସଦାପ୍ରଭୁଙ୍କର ବାକ୍ୟ ଶୁଣ,ସଦାପ୍ରଭୁ କହନ୍ତି, ଦେଖ, ଆମ୍ଭେ ଆପଣା ମହାନାମ ନେଇ ଶପଥ କରିଅଛୁ ଯେ, “ପ୍ରଭୁ ସଦାପ୍ରଭୁ ଜୀବିତ” ବୋଲି ମିସର ଦେଶସ୍ଥ କୌଣସି ଯିହୁଦୀ ଲୋକ ଆମ୍ଭର ନାମ ଆଉ ମୁଖରେ ଘେନିବ ନାହିଁ ।
Odia Bible ERV 2004 (ପବିତ୍ର ବାଇବଲ)
ଏଣୁ ହେ ଯିହୁଦାର ସମସ୍ତ ମିଶର ଦେଶ ନିବାସୀ, ତୁମ୍ଭେମାନେ ସଦାପ୍ରଭୁଙ୍କର ବାକ୍ୟ ଶୁଣ, ସଦାପ୍ରଭୁ କହନ୍ତି, ‘ଦେଖ, ମୁଁ ଆପଣା ମହାନାମରେ ଶପଥ କରିଅଛି, ମିଶର ଦେଶସ୍ଥ ଯିହୁଦୀ ଲୋକ ମୋର ନାମର ବ୍ୟବହାର କରିବ ନାହିଁ। “ସେମାନେ କେବେ କହିବେ ନାହିଁ, ନିଶ୍ଚିତରେ ସଦାପ୍ରଭୁ ଅଛନ୍ତି।”
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଏହେତୁ ହେ ମିସର ଦେଶ ନିବାସୀ ଯିହୁଦାର ଲୋକ ସମସ୍ତେ, ତୁମ୍ଭେମାନେ ସଦାପ୍ରଭୁଙ୍କର ବାକ୍ୟ ଶୁଣ, ସଦାପ୍ରଭୁ କହନ୍ତି, ଦେଖ, ଆମ୍ଭେ ଆପଣା ମହାନାମ ନେଇ ଶପଥ କରିଅଛୁ ଯେ, ‘ପ୍ରଭୁ ସଦାପ୍ରଭୁ ଜୀବିତ’ ବୋଲି ମିସର ଦେଶସ୍ଥ କୌଣସି ଯିହୁଦୀ ଲୋକ ଆମ୍ଭର ନାମ ଆଉ ମୁଖରେ ଘେନିବ ନାହିଁ।
Odia IRV 2017 (ଓଡିଆ ବାଇବେଲ)
ଏହେତୁ ହେ ମିସର ଦେଶ ନିବାସୀ ଯିହୁଦାର ଲୋକ ସମସ୍ତେ, ତୁମ୍ଭେମାନେ ସଦାପ୍ରଭୁଙ୍କର ବାକ୍ୟ ଶୁଣ, “ସଦାପ୍ରଭୁ କହନ୍ତି, ‘ଦେଖ, ଆମ୍ଭେ ଆପଣା ମହାନାମ ନେଇ ଶପଥ କରିଅଛୁ ଯେ, “ପ୍ରଭୁ ସଦାପ୍ରଭୁ ଜୀବିତ” ବୋଲି ମିସର ଦେଶସ୍ଥ କୌଣସି ଯିହୁଦୀ ଲୋକ ଆମ୍ଭର ନାମ ଆଉ ମୁଖରେ ଘେନିବ ନାହିଁ।’