Jeremiah 49:2 — Compare Translations
5 translations compared side by side
Odia - 1840
"ଆଉ ସଦାପ୍ରଭୁ କହନ୍ତି, ସମୟ ଆସିବ ଯେତବେେଳେ ଅମ୍ମାନରେ ରବ୍ବା ନଗର ବିରୁଦ୍ଧ ରେ ୟୁଦ୍ଧର ଧ୍ବନି ଶୁଣାୟିବ। ରବ୍ବା ଧ୍ବଂସ ପାଇବ ଓ ତାହା ଏକ ଜନଶୂନ୍ଯ ଢ଼ିପି ହବେ। ତା'ର ଚତୁର୍ଦ୍ଦିଗସ୍ଥ ନଗରଗୁଡ଼ିକ ଅଗ୍ନି ରେ ଦଗ୍ଧିଭୂତ ହବେ। ଯେଉଁମାନେ ଇଶ୍ରାୟେଲ ଉପ ରେ ଅଧିକାର କରିଥିଲେ, ଇଶ୍ରାୟେଲ ସମାନଙ୍କେ ଉପ ରେ ଅଧିକାର କରିବ। ଏହା ସଦାପ୍ରଭୁ କହନ୍ତି।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଏହେତୁ ସଦାପ୍ରଭୁ କହନ୍ତି, ଦେଖ, ଯେଉଁ ସମୟରେ ଆମ୍ଭେ ଅମ୍ମୋନ-ସନ୍ତାନଗଣର ରବ୍ବା ନଗର ବିରୁଦ୍ଧରେ ଯୁଦ୍ଧର ଭୟ-ଧ୍ଵନି ଶୁଣାଇବା, ଏପରି ସମୟ ଆସୁଅଛି; ଆଉ, ତାହା ନରଶୂନ୍ୟ ଢିପି ହେବ ଓ ତାହାର କନ୍ୟାଗଣ ଅଗ୍ନିରେ ଦଗ୍ଧ କରାଯିବେ; ତହିଁରେ ଯେଉଁମାନେ ଇସ୍ରାଏଲ ଉପରେ ଅଧିକାର କରିଥିଲେ, ସେ ସେମାନଙ୍କ ଉପରେ ଅଧିକାର କରିବ, ଏହା ସଦାପ୍ରଭୁ କହନ୍ତି ।
Odia Bible ERV 2004 (ପବିତ୍ର ବାଇବଲ)
ଆଉ ସଦାପ୍ରଭୁ କହନ୍ତି, “ସମୟ ଆସିବ ଯେତେବେଳେ ଅମ୍ମୋନର ରବ୍ବା ନଗର ବିରୁଦ୍ଧରେ ଯୁଦ୍ଧର ଧ୍ୱନି ଶୁଣାଯିବ। ରବ୍ବା ଧ୍ୱଂସ ପାଇବ ଓ ତାହା ଏକ ଜନଶୂନ୍ୟ ଢିପି ହେବ। ତା’ର ଚତୁର୍ଦ୍ଦିଗସ୍ଥ ନଗରଗୁଡ଼ିକ ଅଗ୍ନିରେ ଦଗ୍ଧିଭୂତ ହେବ। ଯେଉଁମାନେ ଇସ୍ରାଏଲ ଉପରେ ଅଧିକାର କରିଥିଲେ, ଇସ୍ରାଏଲ ସେମାନଙ୍କ ଉପରେ ଅଧିକାର କରିବ।” ଏହା ସଦାପ୍ରଭୁ କହନ୍ତି।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଏହେତୁ ସଦାପ୍ରଭୁ କହନ୍ତି, ଦେଖ, ଯେଉଁ ସମୟରେ ଆମ୍ଭେ ଅମ୍ମୋନ-ସନ୍ତାନଗଣର ରବ୍ବା ନଗର ବିରୁଦ୍ଧରେ ଯୁଦ୍ଧର ଭୟ ଧ୍ୱନି ଶୁଣାଇବା, ଏପରି ସମୟ ଆସୁଅଛି; ଆଉ, ତାହା ନରଶୂନ୍ୟ ଢିପି ହେବ ଓ ତାହାର କନ୍ୟାଗଣ ଅଗ୍ନିରେ ଦଗ୍ଧ କରାଯିବେ; ତହିଁରେ ଯେଉଁମାନେ ଇସ୍ରାଏଲ ଉପରେ ଅଧିକାର କରିଥିଲେ, ସେ ସେମାନଙ୍କ ଉପରେ ଅଧିକାର କରିବ, ଏହା ସଦାପ୍ରଭୁ କହନ୍ତି।
Odia IRV 2017 (ଓଡିଆ ବାଇବେଲ)
ଏହେତୁ ସଦାପ୍ରଭୁ କହନ୍ତି, “ଦେଖ, ଯେଉଁ ସମୟରେ ଆମ୍ଭେ ଅମ୍ମୋନ ସନ୍ତାନଗଣର ରବ୍ବା ନଗର ବିରୁଦ୍ଧରେ ଯୁଦ୍ଧର ଭୟ ଧ୍ୱନି ଶୁଣାଇବା, ଏପରି ସମୟ ଆସୁଅଛି; ଆଉ, ତାହା ନରଶୂନ୍ୟ ଢିପି ହେବ ଓ ତାହାର କନ୍ୟାଗଣ ଅଗ୍ନିରେ ଦଗ୍ଧ କରାଯିବେ; ତହିଁରେ ଯେଉଁମାନେ ଇସ୍ରାଏଲ ଉପରେ ଅଧିକାର କରିଥିଲେ, ସେ ସେମାନଙ୍କ ଉପରେ ଅଧିକାର କରିବ,” ଏହା ସଦାପ୍ରଭୁ କହନ୍ତି।