Jeremiah 50:7 — Compare Translations
5 translations compared side by side
Odia - 1840
"ଯେଉଁମାନେ ସମାନଙ୍କେୁ ପାଇଲେ, ସମାନଙ୍କେୁ ଗ୍ରାସ କରିଅଛନ୍ତି। ସମାନଙ୍କେର ଶତ୍ରୁମାନେ କହିଲେ, 'ଆମ୍ଭମାନେେ କୌଣସି ପାପ କରି ନାହୁଁ।' କାରଣ ସମାନେେ ସଦାପ୍ରଭୁଙ୍କର ବିରୁଦ୍ଧ ରେ ପାପ କରିଅଛନ୍ତି, ସମାନଙ୍କେର ଧାର୍ମିକ ବିଶ୍ରାମସ୍ଥଳ ଯେଉଁମାନଙ୍କ ଉପ ରେ ସମାନଙ୍କେର ପୂର୍ବପୁରୁଷଗଣ ନିର୍ଭର କରିଥିଲେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଯେଉଁମାନେ ସେମାନଙ୍କୁ ପାଇଲେ, ସେସମସ୍ତେ ସେମାନଙ୍କୁ ଗ୍ରାସ କରିଅଛନ୍ତି ଓ ସେମାନଙ୍କର ବିପକ୍ଷମାନେ କହିଲେ, ଆମ୍ଭେମାନେ ଦୋଷ କରୁ ନାହୁଁ, କାରଣ ସେମାନେ ଧର୍ମନିବାସ ସଦାପ୍ରଭୁଙ୍କର, ଆପଣା-ମାନଙ୍କର ପିତୃପୁରୁଷଗଣର ଆଶାଭୂମି ସଦାପ୍ରଭୁଙ୍କ ବିରୁଦ୍ଧରେ ପାପ କରିଅଛନ୍ତି ।
Odia Bible ERV 2004 (ପବିତ୍ର ବାଇବଲ)
ଯେଉଁମାନେ ସେମାନଙ୍କୁ ପାଇଲେ, ସେମାନଙ୍କୁ ଗ୍ରାସ କରିଅଛନ୍ତି। ସେମାନଙ୍କର ଶତ୍ରୁମାନେ କହିଲେ, ‘ଆମ୍ଭେମାନେ କୌଣସି ପାପ କରି ନାହୁଁ।’ କାରଣ ସେମାନେ ସଦାପ୍ରଭୁଙ୍କର ବିରୁଦ୍ଧରେ ପାପ କରିଅଛନ୍ତି, ସେମାନଙ୍କର ଧାର୍ମିକ ବିଶ୍ରାମସ୍ଥଳ ଯେଉଁମାନଙ୍କ ଉପରେ ସେମାନଙ୍କର ପୂର୍ବପୁରୁଷଗଣ ନିର୍ଭର କରିଥିଲେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଯେଉଁମାନେ ସେମାନଙ୍କୁ ପାଇଲେ, ସେସମସ୍ତେ ସେମାନଙ୍କୁ ଗ୍ରାସ କରିଅଛନ୍ତି ଓ ସେମାନଙ୍କର ବିପକ୍ଷମାନେ କହିଲେ, ‘ଆମ୍ଭେମାନେ ଦୋଷ କରୁ ନାହୁଁ, କାରଣ ସେମାନେ ଧର୍ମନିବାସ ସଦାପ୍ରଭୁଙ୍କର, ଆପଣାମାନଙ୍କର ପୂର୍ବପୁରୁଷଗଣର ଆଶାଭୂମି ସଦାପ୍ରଭୁଙ୍କ ବିରୁଦ୍ଧରେ ପାପ କରିଅଛନ୍ତି।’
Odia IRV 2017 (ଓଡିଆ ବାଇବେଲ)
ଯେଉଁମାନେ ସେମାନଙ୍କୁ ପାଇଲେ, ସେସମସ୍ତେ ସେମାନଙ୍କୁ ଗ୍ରାସ କରିଅଛନ୍ତି ଓ ସେମାନଙ୍କର ବିପକ୍ଷମାନେ କହିଲେ, ‘ଆମ୍ଭେମାନେ ଦୋଷ କରୁ ନାହୁଁ, କାରଣ ସେମାନେ ଧର୍ମନିବାସ ସଦାପ୍ରଭୁଙ୍କର, ଆପଣାମାନଙ୍କର ପୂର୍ବପୁରୁଷଗଣର ଆଶାଭୂମି ସଦାପ୍ରଭୁଙ୍କ ବିରୁଦ୍ଧରେ ପାପ କରିଅଛନ୍ତି।