Jeremiah 52:19 — Compare Translations

5 translations compared side by side

Odia - 1840
"ପୁଣି ପ୍ରହରୀମାନଙ୍କର ସନୋପତି େଛାଟ ତାଟିଆ, କରଇେ, ବଦେୀ ଉପ ରେ ସିଞ୍ଚନ ପାଇଁ ବ୍ଯବହୃତ ହେଉଥିବା ପାତ୍ର, କଟେଲି, ଦୀପରୁଖା ଏବଂ ପଯେ ନବୈେଦ୍ଯ ଉତ୍ସର୍ଗ ପାଇଁ ବ୍ଯବହୃତ ହେଉଥିବା ପାତ୍ରସବୁ ନଇଗେଲେ। ଖାଣ୍ଟିସୁନା ଓ ରୂପା ରେ ନିର୍ମିତ ହାଇେଥିବା ସବୁକିଛି ପ୍ରହରୀ କପ୍ତାନ ନେଲେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ପ୍ରହରୀବର୍ଗର ସେନାପତି ତାଟିଆ ଓ ଅଙ୍ଗାରଧାନୀ ଓ କୁଣ୍ତ ଓ ହାଣ୍ତି ଓ ଦୀପବୃକ୍ଷ ଓ ଚମସ ଓ ପାତ୍ରସବୁ, ଯାହା ସୁନାର ଥିଲା, ତାହା ସୁନା କରି ଓ ଯାହା ରୂପାର ଥିଲା, ତାହା ରୂପା କରି ନେଇଗଲା ।
Odia Bible ERV 2004 (ପବିତ୍ର ବାଇବଲ)
ପୁଣି ପ୍ରହରୀମାନଙ୍କର ସେନାପତି ଛୋଟ ତାଟିଆ, କରେଇ, ବେଦି ଉପରେ ସିଞ୍ଚନ ପାଇଁ ବ୍ୟବହୃତ ହେଉଥିବା ପାତ୍ର, କେଟଲି, ଦୀପରୁଖା ଏବଂ ପେୟନୈବେଦ୍ୟ ଉତ୍ସର୍ଗ ପାଇଁ ବ୍ୟବହୃତ ହେଉଥିବା ପାତ୍ରସବୁ ନେଇଗଲେ। ଖାଣ୍ଟିସୁନା ଓ ରୂପାରେ ନିର୍ମିତ ହୋଇଥିବା ସବୁକିଛି ପ୍ରହରୀ କପ୍ତାନ ନେଲେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ପ୍ରହରୀବର୍ଗର ସେନାପତି ତାଟିଆ, ଅଙ୍ଗାରଧାନୀ, କୁଣ୍ଡ, ହାଣ୍ଡି, ଦୀପବୃକ୍ଷ, ଚମସ ଓ ପାତ୍ରସବୁ, ଯାହା ସୁନାର ଥିଲା, ତାହା ସୁନା କରି ଓ ଯାହା ରୂପାର ଥିଲା, ତାହା ରୂପା କରି ନେଇଗଲା।
Odia IRV 2017 (ଓଡିଆ ବାଇବେଲ)
ପ୍ରହରୀବର୍ଗର ସେନାପତି ତାଟିଆ, ଅଙ୍ଗାରଧାନୀ, କୁଣ୍ଡ, ହାଣ୍ଡି, ଦୀପବୃକ୍ଷ, ଚାମସ ଓ ପାତ୍ର ସବୁ, ଯାହା ସୁନାର ଥିଲା, ତାହା ସୁନା କରି ଓ ଯାହା ରୂପାର ଥିଲା, ତାହା ରୂପା କରି ନେଇଗଲା।