Job 2:3 — Compare Translations

5 translations compared side by side

Odia - 1840
"ତା'ପରେ ସଦାପ୍ରଭୁ ଶଯତାନକୁ ପଚାରିଲେ, ତୁମ୍ଭେ ଆମ୍ଭ ସବେକ ଆୟୁବକୁ ଦେଖିଛ କି? ଆୟୁବ ଭଳି ଜଣେ ବ୍ଯକ୍ତି ଏ ପୃଥିବୀ ରେ କହେି ନାହାଁନ୍ତି। ଆୟୁବ ଜଣେ ଉତ୍ତମ ଓ ଧାର୍ମିକ ବ୍ଯକ୍ତି। ସେ ପରମେଶ୍ବରଙ୍କୁ କବଳେ ଉପାସନା କରେ ଓ ମନ୍ଦକାର୍ୟ୍ଯ କରିବାକୁ ବାରଣ କରେ। ସେ ଏବେ ମଧ୍ଯ ନିର୍ଦ୍ ଦୋଷ ଯଦିଓ ତୁମ୍ଭେ ତା'ର ବିନା କାରଣ ରେ ସମସ୍ତ ବସ୍ତୁକୁ ନଷ୍ଟ କରିବା ପାଇଁ ମାେତେ ପ୍ରବର୍ତ୍ତାଇଥିଲ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ତହୁଁ ସଦାପ୍ରଭୁ ଶୟତାନଙ୍କୁ କହିଲେ, ତୁମ୍ଭେ କି ଆମ୍ଭ ଦାସ ଆୟୁବ ପ୍ରତି ମନ ଦେଇଅଛ? କାରଣ ତାହାର ସମାନ ସିଦ୍ଧ ଓ ସରଳ, ପରମେଶ୍ଵର-ଭୟକାରୀ ଓ କୁକ୍ରିୟାତ୍ୟାଗୀ ଲୋକ ପୃଥିବୀରେ କେହି ନାହିଁ; ପୁଣି, ଅକାରଣରେ ତାହାକୁ ନାଶ କରିବା ପାଇଁ ତୁମ୍ଭେ ତାହା ବିରୁଦ୍ଧରେ ଆମ୍ଭକୁ ପ୍ରବର୍ତ୍ତାଇଲେ ହେଁ ସେ ଏଯାଏ ଆପଣା ସରଳତା ଦୃଢ଼ କରି ଧରିଅଛି ।
Odia Bible ERV 2004 (ପବିତ୍ର ବାଇବଲ)
ତା’ପରେ ସଦାପ୍ରଭୁ ଶୟତାନକୁ ପଗ୍ଭରିଲେ, “ତୁମ୍ଭେ ଆମ୍ଭ ସେବକ ଆୟୁବକୁ ଦେଖିଛ କି? ଆୟୁବ ଭଳି ଜଣେ ବ୍ୟକ୍ତି ଏ ପୃଥିବୀରେ କେହି ନାହାନ୍ତି। ଆୟୁବ ଜଣେ ଉତ୍ତମ ଓ ଧାର୍ମିକ ବ୍ୟକ୍ତି। ସେ ପରମେଶ୍ୱରଙ୍କୁ କେବଳ ଉପାସନା କରେ ଓ ମନ୍ଦକାର୍ଯ୍ୟ କରିବାକୁ ବାରଣ କରେ। ସେ ଏବେ ମଧ୍ୟ ନିର୍ଦ୍ଦୋଷ, ଯଦିଓ ତୁମ୍ଭେ ବିନା କାରଣରେ ତା’ର ସମସ୍ତ ବସ୍ତୁକୁ ନଷ୍ଟ କରିବା ପାଇଁ ମୋତେ ପ୍ରବର୍ତ୍ତାଇଥିଲ।”
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ତହୁଁ ସଦାପ୍ରଭୁ ଶୟତାନକୁ ପଚାରିଲେ, “ତୁମ୍ଭେ କି ଆମ୍ଭ ଦାସ ଆୟୁବ ପ୍ରତି ଧ୍ୟାନ ଦେଇଅଛ? କାରଣ ତାହାର ସମାନ ସିଦ୍ଧ ଓ ସରଳ, ପରମେଶ୍ୱର-ଭୟକାରୀ ଓ କୁକ୍ରିୟାତ୍ୟାଗୀ ଲୋକ ପୃଥିବୀରେ କେହି ନାହିଁ; ପୁଣି, ଅକାରଣରେ ତାହାକୁ ନାଶ କରିବା ପାଇଁ ତୁମ୍ଭେ ତାହା ବିରୁଦ୍ଧରେ ଆମ୍ଭକୁ ପ୍ରବର୍ତ୍ତାଇଲେ ହେଁ ସେ ଏପର୍ଯ୍ୟନ୍ତ ଆପଣା ସରଳତା ଦୃଢ଼ କରି ଧରିଅଛି।”
Odia IRV 2017 (ଓଡିଆ ବାଇବେଲ)
ତହୁଁ ସଦାପ୍ରଭୁ ଶୟତାନଙ୍କୁ ପଚାରିଲେ, “ତୁମ୍ଭେ କି ଆମ୍ଭ ଦାସ ଆୟୁବ ପ୍ରତି ଧ୍ୟାନ ଦେଇଅଛ? କାରଣ ତାହାର ସମାନ ସିଦ୍ଧ ଓ ସରଳ, ପରମେଶ୍ୱର-ଭୟକାରୀ ଓ କୁକ୍ରିୟାତ୍ୟାଗୀ ଲୋକ ପୃଥିବୀରେ କେହି ନାହିଁ; ପୁଣି, ଅକାରଣରେ ତାହାକୁ ନାଶ କରିବା ପାଇଁ ତୁମ୍ଭେ ତାହା ବିରୁଦ୍ଧରେ ଆମ୍ଭକୁ ପ୍ରବର୍ତ୍ତାଇଲେ ହେଁ ସେ ଏ ପର୍ଯ୍ୟନ୍ତ ଆପଣା ସରଳତା ଦୃଢ଼ କରି ଧରିଅଛି।”