John 12:36 — Compare Translations
7 translations compared side by side
Odia - 1840
"ତେଣୁ ତୁମ୍ଭ ପାଖ ରେ ଆଲୋକ ଥିବା ପର୍ୟ୍ଯନ୍ତ ତା'ଠା ରେ ତୁମ୍ଭେ ବିଶ୍ବାସ ରଖ। ତବେେ ତୁମ୍ଭମାନେେ ଆଲୋକର ସନ୍ତାନ ହବେ। ଯୀଶୁ ଏକଥା କରିବା ପରେ ସମାନଙ୍କେର ପାଖରୁ ଚାଲି ଗଲେ। ସେ ଏପରି ସ୍ଥାନ ରେ ରହିଲେ, ଯେଉଁଠି ଲୋକମାନେ ତାହାଙ୍କୁ ପାଇଲେ ନାହିଁ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ତୁମ୍ଭେମାନେ ଯେପରି ଜ୍ୟୋତିଃର ସନ୍ତାନ ହୁଅ, ସେଥିପାଇଁ ଜ୍ୟୋତିଃ ତୁମ୍ଭମାନଙ୍କ ନିକଟରେ ଥାଉ ଥାଉ ଜ୍ୟୋତିଃରେ ବିଶ୍ଵାସ କର । ଯୀଶୁ ଏହିସବୁ କଥା କହି ପ୍ରସ୍ଥାନ କଲେ ଓ ସେମାନଙ୍କଠାରୁ ଗୋପନରେ ରହିଲେ ।
Odia BSI (ପବିତ୍ର ବାଇବଲ (CL) NT (BSI))
ତୁମ ମଧ୍ୟରେ ଆଲୋକ ଥିବାଯାଏ ତା’ ଉପରେ ନିର୍ଭର କର, ତା’ହେଲେ ତୁମ୍ଭେମାନେ ହେବ ‘ଆଲୋକର ସନ୍ତାନ’।” ଏହା କହି ଯୀଶୁ ସେମାନଙ୍କ ନିକଟରୁ ଚାଲିଯାଇ ଅଜ୍ଞାତ ଭାବରେ ରହିବେ।
Odia Bible ERV 2004 (ପବିତ୍ର ବାଇବଲ)
ତେଣୁ ତୁମ୍ଭ ପାଖରେ ଆଲୋକ ଥିବା ପର୍ଯ୍ୟନ୍ତ ତା’ଠାରେ ତୁମ୍ଭେ ବିଶ୍ୱାସ ରଖ। ତେବେ ତୁମ୍ଭେମାନେ ଆଲୋକର ସନ୍ତାନ ହେବ।” ଯୀଶୁ ଏ କଥା କରିବା ପରେ ସେମାନଙ୍କର ପାଖରୁ ଗ୍ଭଲି ଗଲେ। ସେ ଏପରି ସ୍ଥାନରେ ରହିଲେ, ଯେଉଁଠି ଲୋକମାନେ ତାହାଙ୍କୁ ପାଇଲେ ନାହିଁ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ତୁମ୍ଭେମାନେ ଯେପରି ଜ୍ୟୋତିଃର ସନ୍ତାନ ହୁଅ, ସେଥିପାଇଁ ଜ୍ୟୋତିଃ ତୁମ୍ଭମାନଙ୍କ ନିକଟରେ ଥାଉ ଥାଉ ଜ୍ୟୋତିଃରେ ବିଶ୍ୱାସ କର।” ଯୀଶୁ ଏହିସବୁ କଥା କହି ପ୍ରସ୍ଥାନ କଲେ ଓ ସେମାନଙ୍କଠାରୁ ଗୋପନରେ ରହିଲେ।
Odia IRV 2017 (ଓଡିଆ ବାଇବେଲ)
ତୁମ୍ଭେମାନେ ଯେପରି ଜ୍ୟୋତିଃର ସନ୍ତାନ ହୁଅ, ସେଥିପାଇଁ ଜ୍ୟୋତିଃ ତୁମ୍ଭମାନଙ୍କ ନିକଟରେ ଥାଉ ଥାଉ ଜ୍ୟୋତିଃରେ ବିଶ୍ୱାସ କର । ଯୀଶୁ ଏହି ସବୁ କଥା କହି ପ୍ରସ୍ଥାନ କଲେ ଓ ସେମାନଙ୍କଠାରୁ ଗୋପନରେ ରହିଲେ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಕವ್ಡ್ಯಾ ಪತರ್ ಉಜ್ವೊಡ್ ತುಮ್ಚೆ ವಾಂಗ್ಡಾ ರ್ಹಾತಾನಾಚ್ ತುಮಿ ತ್ಯೆಚೆವರ್ತಿ ವಿಶ್ವಾಸ್ ಕರಾ, ಅಶೆಚ್ ತುಮಿ ಉಜ್ವೊಡಾಚಿ ಲೊಕಾ ಹೊವ್ನ್ ರ್ಹಾತ್ಯಾಶಿ” ಮನುನ್ ಜಬಾಬ್ ದಿಲ್ಯಾನ್. ಎವ್ಡೆ ಸಾಂಗುನ್ ಹೊಲ್ಲ್ಯಾ ಮಾನಾ ಜೆಜು ತೆಂಚೆತ್ನಾ ಭಾಯ್ರ್ ಪಡುನ್ ಗೆಲೊ, ಅನಿ ತೆಂಕಾ ದಿಸುಕ್ನಾ.