John 14:10 — Compare Translations
7 translations compared side by side
Odia - 1840
"ତୁମ୍ଭେ କ'ଣ ପ୍ରକୃତ ରେ ବିଶ୍ବାସ କର ଯେ, ମୁଁ ପରମପିତାଙ୍କଠା ରେ ଓ ପରମପିତା ମାଠାେ ରେ ଅଛନ୍ତି? ମୁଁ ତୁମ୍ଭକୁ ଯାହା ଯାହା କହିଛି ତାହା ମାଠାରୁେ ଆସି ନାହିଁ। ପରମପିତେ ମାେ ଭିତ ରେ ଅଛନ୍ତି ଓ ସେ ତାହାଙ୍କ କାର୍ୟ୍ଯ କରୁଛନ୍ତି।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ମୁଁ ଯେ ପିତାଙ୍କଠାରେ ଅଛି ଓ ପିତା ମୋʼଠାରେ ଅଛନ୍ତି, ଏ କଥା କଅଣ ବିଶ୍ଵାସ କରୁ ନାହଁ? ମୁଁ ତୁମ୍ଭମାନଙ୍କୁ ଯେସମସ୍ତ ବାକ୍ୟ କହେ, ସେହିସବୁ ମୋʼ ନିଜରୁ କହେ ନାହିଁ, କିନ୍ତୁ ପିତା ମୋʼଠାରେ ଥାଇ ଆପଣା କର୍ମ କରୁଅଛନ୍ତି ।
Odia BSI (ପବିତ୍ର ବାଇବଲ (CL) NT (BSI))
ମୁଁ ପିତାଙ୍କଠାରେ ଓ ପିତା ମୋ’ଠାରେ ବିଦ୍ୟମାନ, ଏ କଥା ତୁମେ ବିଶ୍ୱାସ କରିପାରୁନାହଁ, ଫିଲିପ୍? ଯେଉଁ କଥାସବୁ ମୁଁ କହୁଛି, ତାହା ମୋ’ ନିଜର ନୁହେଁ। ମୋ’ଠାରେ ବିଦ୍ୟମାନ ପିତା ଈଶ୍ୱର ହିଁ ତାଙ୍କର କାର୍ଯ୍ୟ ସାଧନ କରିଯାଉଛନ୍ତି।
Odia Bible ERV 2004 (ପବିତ୍ର ବାଇବଲ)
ତୁମ୍ଭେ କ’ଣ ପ୍ରକୃତରେ ବିଶ୍ୱାସ କର ଯେ, ମୁଁ ପରମପିତାଙ୍କଠାରେ ଓ ପରମପିତା ମୋ’ଠାରେ ଅଛନ୍ତି? ମୁଁ ତୁମ୍ଭକୁ ଯାହା ଯାହା କହିଛି ତାହା ମୋ’ଠାରୁ ଆସି ନାହିଁ। ପରମପିତେ ମୋ’ ଭିତରେ ଅଛନ୍ତି ଓ ସେ ତାହାଙ୍କ କାର୍ଯ୍ୟ କରୁଛନ୍ତି।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ମୁଁ ଯେ ପିତାଙ୍କଠାରେ ଅଛି ଓ ପିତା ମୋʼ ଠାରେ ଅଛନ୍ତି, ଏ କଥା କଅଣ ବିଶ୍ୱାସ କରୁ ନାହଁ? ମୁଁ ତୁମ୍ଭମାନଙ୍କୁ ଯେ ସମସ୍ତ ବାକ୍ୟ କହେ, ସେହିସବୁ ମୋʼ ନିଜରୁ କହେ ନାହିଁ, କିନ୍ତୁ ପିତା ମୋʼ ଠାରେ ଥାଇ ଆପଣା କର୍ମ କରୁଅଛନ୍ତି।
Odia IRV 2017 (ଓଡିଆ ବାଇବେଲ)
ମୁଁ ଯେ ପିତାଙ୍କଠାରେ ଅଛି ଓ ପିତା ମୋ'ଠାରେ ଅଛନ୍ତି, ଏକଥା କ'ଣ ବିଶ୍ୱାସ କରୁ ନାହଁ? ମୁଁ ତୁମ୍ଭମାନଙ୍କୁ ଯେ ସମସ୍ତ ବାକ୍ୟ କହେ, ସେହି ସବୁ ମୋ' ନିଜରୁ କହେ ନାହିଁ, କିନ୍ତୁ ପିତା ମୋ'ଠାରେ ଥାଇ ଆପଣା କର୍ମ କରୁଅଛନ୍ତି ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಫಿಲಿಪಾ, ಮಿಯಾ ಬಾಬಾಚ್ಯಾ ಭುತ್ತುರ್ ಅನಿ ಬಾಬಾ ಮಾಜ್ಯಾ ಭುತ್ತುರ್ ಹಾಯ್ ಮನುನ್ ತುಕಾ ವಿಶ್ವಾಸ್ ನಾ ಕಾಯ್? ಮಟ್ಲ್ಯಾನ್. ಮಾನಾ ಜೆಜುನ್ ಶಿಸಾಕ್ನಿ, ಮಿಯಾ ತುಮ್ಚ್ಯಾಕ್ಡೆ ಬೊಲಲ್ಲ್ಯಾ ಗೊಸ್ಟಿಯಾ ಮಾಜ್ಯಾ ಭುತ್ತುರ್ನಾಚ್ ಯೆವ್ಕನಾತ್, ಮಾಜ್ಯಾ ಭುತ್ತುರ್ ಹೊತ್ತೊ ಮಾಜೊ ಬಾಬಾ ಸ್ವತಾ ಅಪ್ನಾಚೆ ಕಾಮ್ ಕರ್ತಾ.