John 14:12 — Compare Translations

7 translations compared side by side

Odia - 1840
"ମୁଁ ତୁମ୍ଭକୁ ସତ୍ଯ କହୁଛି। ମାଠାେ ରେ ବିଶ୍ବାସ କରୁଥିବା ବ୍ଯକ୍ତି, ମୁଁ ଯାହା କରିଛି, ତାହା କରିବ। ହଁ, ସେ ମୁଁ କରିଥିବା କାମଠାରୁ ମଧ୍ଯ ଅଧିକ ବଡ କାମ କରିବ, କାରଣ ମୁଁ ପରମପିତାଙ୍କ ନିକଟକୁ ଯାଉଛି।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ସତ୍ୟ ସତ୍ୟ ମୁଁ ତୁମ୍ଭମାନଙ୍କୁ କହୁଅଛି, ମୋʼଠାରେ ଯେ ବିଶ୍ଵାସ କରେ, ମୁଁ ଯେଉଁ ଯେଉଁ କର୍ମ କରୁଅଛି, ସେ ମଧ୍ୟ ସେହିସବୁ କରିବ, ଆଉ ସେସବୁ ଅପେକ୍ଷା ଅଧିକ ମହତ୍ କର୍ମ କରିବ, କାରଣ ମୁଁ ପିତାଙ୍କ ନିକଟକୁ ଯାଉଅଛି ।
Odia BSI (ପବିତ୍ର ବାଇବଲ (CL) NT (BSI))
ସତ୍ୟ କହୁଛି, ମୋ’ଠାରେ ଯେ ବିଶ୍ୱାସ କରେ, ମୁଁ କରୁଥିବା କାର୍ଯ୍ୟସବୁ ସେ କରିପାରିବ। ଏହାଠାରୁ ଆହୁରି ଅଧିକ ମହତ୍ କାର୍ଯ୍ୟ ମଧ୍ୟ ସେ କରିପାରିବ, କାରଣ ମୁଁ ମୋ’ ପିତାଙ୍କ ନିକଟକୁ ଯାଉଛି
Odia Bible ERV 2004 (ପବିତ୍ର ବାଇବଲ)
“ମୁଁ ତୁମ୍ଭକୁ ସତ୍ୟ କହୁଛି। ମୋ’ଠାରେ ବିଶ୍ୱାସ କରୁଥିବା ବ୍ୟକ୍ତି, ମୁଁ ଯାହା କରିଛି, ତାହା କରିବ। ହଁ, ସେ ମୁଁ କରିଥିବା କାମଠାରୁ ମଧ୍ୟ ଅଧିକ ବଡ଼ କାମ କରିବ, କାରଣ ମୁଁ ପରମପିତାଙ୍କ ନିକଟକୁ ଯାଉଛି।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ସତ୍ୟ ସତ୍ୟ ମୁଁ ତୁମ୍ଭମାନଙ୍କୁ କହୁଅଛି, ମୋʼ ଠାରେ ଯେ ବିଶ୍ୱାସ କରେ, ମୁଁ ଯେଉଁ ଯେଉଁ କର୍ମ କରୁଅଛି, ସେ ମଧ୍ୟ ସେହିସବୁ କରିବ, ଆଉ ସେ ସବୁ ଅପେକ୍ଷା ଅଧିକ ମହତ‍ କର୍ମ କରିବ, କାରଣ ମୁଁ ପିତାଙ୍କ ନିକଟକୁ ଯାଉଅଛି।
Odia IRV 2017 (ଓଡିଆ ବାଇବେଲ)
ସତ୍ୟ ସତ୍ୟ ମୁଁ ତୁମ୍ଭମାନଙ୍କୁ କହୁଅଛି, ମୋ'ଠାରେ ଯେ ବିଶ୍ୱାସ କରେ, ମୁଁ ଯେଉଁ ଯେଉଁ କର୍ମ କରୁଅଛି, ସେ ମଧ୍ୟ ସେହି ସବୁ କରିବ, ଆଉ ସେ ସବୁ ଅପେକ୍ଷା ଅଧିକ ମହତ‍ କର୍ମ କରିବ, କାରଣ ମୁଁ ପିତାଙ୍କ ନିକଟକୁ ଯାଉଅଛି ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಮಿಯಾ ತುಮ್ಕಾ ಖರೆ ಹೊತ್ತೆ ಸಾಂಗುಕ್ ಲಾಗ್ಲಾ, ಜೆ ಕೊನ್ ಮಾಜೆ ವರ್ತಿ ವಿಶ್ವಾಸ್ ಕರ್‍ತಾತ್ ತೆನಿ ಮಿಯಾ ಕರಲ್ಲಿ ಕಾಮಾ ಕರ್‍ತಾತ್, ತೆನಿ ತ್ಯೆಚೆನ್ಬಿ ಮೊಟಿ ಕಾಮಾ ಕರ್‍ತಾತ್, ಕಶ್ಯಾಕ್ ಮಟ್ಲ್ಯಾರ್ ಮಿಯಾ ಬಾಬಾಕ್ಡೆ ಜಾವ್ಕ್ ಲಾಗ್ಲಾ.