John 16:13 — Compare Translations
7 translations compared side by side
Odia - 1840
"କିନ୍ତୁ ଯେତବେେଳେ ସତ୍ଯମୟ ଆତ୍ମା ଆସିବେ, ସେତବେେଳେ ସେ ତୁମକୁ ସମସ୍ତ ସତ୍ଯ ପଥରେ କଢାଇନବେେ। ସେ ତାହାଙ୍କ ନିଜର କଥା କହିବେ ନାହିଁ। ସେ କବଳେ ଯାହା ଶୁଣିବେ, ତାହା କହିବେ। ସେ ତୁମକୁ ଭବିଷ୍ଯତର ଘଟଣା ବିଷୟ ରେ କହିବେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
କିନ୍ତୁ ସେ, ଅର୍ଥାତ୍, ସତ୍ୟମୟ ଆତ୍ମା ଆସିଲେ ସେ ପଥ ଦେଖାଇ ତୁମ୍ଭମାନଙ୍କୁ ସମସ୍ତ ସତ୍ୟରେ ପ୍ରବେଶ କରାଇବେ, କାରଣ ସେ ଆପଣାଠାରୁ କଥା କହିବେ ନାହିଁ, ମାତ୍ର ଯାହା ଯାହା ଶୁଣିବେ, ସେହିସବୁ କହିବେ, ପୁଣି ଆଗାମୀ ବିଷୟସବୁ ତୁମ୍ଭମାନଙ୍କୁ ଜଣାଇବେ ।
Odia BSI (ପବିତ୍ର ବାଇବଲ (CL) NT (BSI))
କିନ୍ତୁ ସତ୍ୟମୟ ଆତ୍ମା ଆସିଲେ, ସେ ସମସ୍ତ ସତ୍ୟ ବୁଝିବାକୁ ଶକ୍ତି ଦେବେ। ସେ ନିଜ ଅଧିକାର ବଳରେ କିଛି କହିବେ ନାହିଁ। ଈଶ୍ୱରଙ୍କଠାରୁ ସେ ଯାହା ଶୁଣିଛନ୍ତି, କେବଳ ସେତିକି ସେ ପ୍ରକାଶ କରିବେ। ଯାହା ସବୁ ଘଟିବାକୁ ଯାଉଛି, ସେ ତୁମ୍ଭମାନଙ୍କୁ ଜଣାଇବେ।
Odia Bible ERV 2004 (ପବିତ୍ର ବାଇବଲ)
କିନ୍ତୁ ଯେତେବେଳେ ସତ୍ୟମୟ ଆତ୍ମା ଆସିବେ, ସେତେବେଳେ ସେ ତୁମକୁ ସମସ୍ତ ସତ୍ୟ ପଥରେ କଡ଼ାଇନେବେ। ସେ ତାହାଙ୍କ ନିଜର କଥା କହିବେ ନାହିଁ। ସେ କେବଳ ଯାହା ଶୁଣିବେ, ତାହା କହିବେ। ସେ ତୁମକୁ ଭବିଷ୍ୟତର ଘଟଣା ବିଷୟରେ କହିବେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
କିନ୍ତୁ ସେ, ଅର୍ଥାତ୍, ସତ୍ୟମୟ ଆତ୍ମା ଆସିଲେ ସେ ପଥ ଦେଖାଇ ତୁମ୍ଭମାନଙ୍କୁ ସମସ୍ତ ସତ୍ୟରେ ପ୍ରବେଶ କରାଇବେ, କାରଣ ସେ ଆପଣାଠାରୁ କଥା କହିବେ ନାହିଁ, ମାତ୍ର ଯାହା ଯାହା ଶୁଣିବେ, ସେହିସବୁ କହିବେ, ପୁଣି, ଆଗାମୀ ବିଷୟସବୁ ତୁମ୍ଭମାନଙ୍କୁ ଜଣାଇବେ।
Odia IRV 2017 (ଓଡିଆ ବାଇବେଲ)
କିନ୍ତୁ ସେ, ଅର୍ଥାତ୍, ସତ୍ୟମୟ ଆତ୍ମା ଆସିଲେ ସେ ପଥ ଦେଖାଇ ତୁମ୍ଭମାନଙ୍କୁ ସମସ୍ତ ସତ୍ୟରେ ପ୍ରବେଶ କରାଇବେ, କାରଣ ସେ ଆପଣାଠାରୁ କଥା କହିବେ ନାହିଁ, ମାତ୍ର ଯାହା ଯାହା ଶୁଣିବେ, ସେହି ସବୁ କହିବେ, ପୁଣି, ଆଗାମୀ ବିଷୟସବୁ ତୁମ୍ଭମାନଙ୍କୁ ଜଣାଇବେ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಕಶೆಬಿ ಪವಿತ್ರ್ ಆತ್ಮೊ ಯೆಲ್ಲ್ಯಾ ತನ್ನಾ ತೊ ತುಮ್ಕಾ ದೆವಾಚ್ಯಾ ವಿಶಯಾತ್ಲೆ ಖರೆಪಾನ್ ದಾಕ್ವುನ್ ದಿತಾ, ತೊ ತುಮ್ಕಾ ಸಗ್ಳ್ಯಾ ಖರೆಪಾನಾತ್ ಚಾಲ್ವುನ್ ನ್ಹೆತಾ. ತೊ ಅಪ್ನಾಚ್ಯಾ ಸ್ವತಾಚ್ಯಾ ಅದಿಕಾರ್ಯಾನ್ ಬೊಲಿನಾ, ತೊ ಅಪ್ನಿ ಆಯ್ಕಲ್ಲೆಚ್ ಸಾಂಗ್ತಾ. ಅನಿ ಫಿಡೆ ಯೆತಲ್ಯಾ ವಿಶಯಾಂಚ್ಯಾ ವಿಶಯಾತ್ ತೊ ಸಾಂಗ್ತಾ.