John 18:36 — Compare Translations

7 translations compared side by side

Odia - 1840
"ଯୀଶୁ କହିଲେ, ମାରେ ରାଜ୍ଯ ଏ ଜଗତର ନୁହେଁ। ଯଦି ଏହା ଜଗତର ହାଇେଥା'ନ୍ତା, ତବେେ ମାରେ ଦାସମାନେ ୟୁଦ୍ଧ କରିଥାଆନ୍ତେ ଓ ମାେତେ ଯିହୂଦୀମାନେ ଧରିପାରି ନଥାନ୍ତେ। କିନ୍ତୁ ମାେ ରାଜ୍ଯ ଅନ୍ୟ ଏକ ସ୍ଥାନ ରେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଯୀଶୁ ଉତ୍ତର ଦେଲେ, ମୋହର ରାଜ୍ୟ ଏହି ଜଗତ ସମ୍ଵନ୍ଧୀୟ ନୁହେଁ; ଯଦି ମୋହର ରାଜ୍ୟ ଏହି ଜଗତ ସମ୍ଵନ୍ଧୀୟ ହୋଇଥାଆନ୍ତା, ତାହାହେଲେ ମୁଁ ଯେପରି ଯିହୁଦୀମାନଙ୍କ ହସ୍ତରେ ସମର୍ପିତ ନ ହୁଅନ୍ତି, ସେଥିପାଇଁ ମୋହର ପରିଚାରକମାନେ ଯୁଦ୍ଧ କରନ୍ତେ; କିନ୍ତୁ ମୋହର ରାଜ୍ୟ ପ୍ରକୃତରେ ତତ୍ସମ୍ଵନ୍ଧୀୟ ନୁହେଁ ।
Odia BSI (ପବିତ୍ର ବାଇବଲ (CL) NT (BSI))
ଯୀଶୁ କହିଲେ, “ମୋ’ ରାଜ୍ୟ ଏ ଜଗତ ସମ୍ବନ୍ଧୀୟ ନୁହେଁ। ଯଦି ମୋ’ ରାଜ୍ୟ ଜାଗତିକ ହୋଇଥାଆନ୍ତା, ମୋର ଅନୁଗାମୀମାନେ ମୋ’ ପକ୍ଷରେ ଯୁଦ୍ଧ କରିଥାଆନ୍ତେ। ସେମାନେ କେବେ ମୋତେ ଇହୁଦୀମାନଙ୍କ ହାତରେ ଛାଡ଼ିଦେଇ ନ ଥାଆନ୍ତେ। ନା, ମୋର ରାଜ୍ୟ ଏ ଜଗତ ସମ୍ବନ୍ଧୀୟ ନୁହେଁ।”
Odia Bible ERV 2004 (ପବିତ୍ର ବାଇବଲ)
ଯୀଶୁ କହିଲେ, “ମୋର ରାଜ୍ୟ ଏ ଜଗତର ନୁହେଁ। ଯଦି ଏହା ଜଗତର ହୋଇଥା’ନ୍ତା, ତେବେ ମୋର ଦାସମାନେ ଯୁଦ୍ଧ କରିଥାଆନ୍ତେ ଓ ମୋତେ ଯିହୂଦୀମାନେ ଧରିପାରି ନ ଥା’ନ୍ତେ। କିନ୍ତୁ ମୋ’ ରାଜ୍ୟ ଅନ୍ୟ ଏକ ସ୍ଥାନରେ।”
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଯୀଶୁ ଉତ୍ତର ଦେଲେ, “ମୋହର ରାଜ୍ୟ ଏହି ଜଗତ ସମ୍ବନ୍ଧୀୟ ନୁହେଁ; ଯଦି ମୋହର ରାଜ୍ୟ ଏହି ଜଗତ ସମ୍ବନ୍ଧୀୟ ହୋଇଥାଆନ୍ତା, ତାହାହେଲେ ମୁଁ ଯେପରି ଯିହୁଦୀମାନଙ୍କ ହସ୍ତରେ ସମର୍ପିତ ନ ହୁଅନ୍ତି, ସେଥିପାଇଁ ମୋହର ପରିଚାରକମାନେ ଯୁଦ୍ଧ କରନ୍ତେ; କିନ୍ତୁ ମୋହର ରାଜ୍ୟ ପ୍ରକୃତରେ ତତ୍‍ସମ୍ବନ୍ଧୀୟ ନୁହେଁ।”
Odia IRV 2017 (ଓଡିଆ ବାଇବେଲ)
ଯୀଶୁ ଉତ୍ତର ଦେଲେ, ମୋହର ରାଜ୍ୟ ଏହି ଜଗତ ସମ୍ବନ୍ଧୀୟ ନୁହେଁ; ଯଦି ମୋହର ରାଜ୍ୟ ଏହି ଜଗତ ସମ୍ବନ୍ଧୀୟ ହୋଇଥାଆନ୍ତା, ତାହାହେଲେ ମୁଁ ଯେପରି ଯିହୂଦୀମାନଙ୍କ ହସ୍ତରେ ସମର୍ପିତ ନ ହୁଅନ୍ତି, ସେଥିପାଇଁ ମୋହର ପରିଚାରକମାନେ ଯୁଦ୍ଧ କରନ୍ତେ; କିନ୍ତୁ ମୋହର ରାଜ୍ୟ ପ୍ରକୃତରେ ତତ୍‍ସମ୍ବନ୍ଧୀୟ ନୁହେଁ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ತನ್ನಾ ಜೆಜುನ್, “ಮಾಜೊ ರಾಜ್ ಹ್ಯಾ ಜಗಾಕ್ ಸಮಂದ್ ಪಡಲ್ಲೊ ನ್ಹಯ್! ಮಾಜೊ ರಾಜ್ ಹ್ಯಾ ಜಗಾಚೊ ರ್‍ಹಾಯ್ ಹೊತ್ತೊ ತರ್, ಜುದೆವ್ ಅದಿಕಾರ್‍ಯಾಂಚ್ಯಾ ತಾಬೆತ್ ಮಿಯಾ ಗಾವಿನಸಿ ಸರ್ಕೆ ಮಾಜೆ ವಾಂಗ್ಡಿ ಮಾರಾಮಾರಿ ಕರಿ ಹೊತ್ತಿ. ಮಾಜೊ ರಾಜ್ ಹ್ಯಾ ಜಗಾಕ್ ಸಮಂದ್ ಪಡಲ್ಲೊ ನ್ಹಯ್!” ಮಟ್ಲ್ಯಾನ್.