John 19:12 — Compare Translations
7 translations compared side by side
Odia - 1840
"ଏହାପରେ ପୀଲାତ ଯୀଶୁଙ୍କୁ ମୁକ୍ତି ଦବୋକୁ ଚେଷ୍ଟା କଲେ। କିନ୍ତୁ ଯିହୂଦୀମାନେ ଚିତ୍କାର କରି କହିଲେ, ଆପଣ ଯଦି ଏ ବ୍ଯକ୍ତିକୁ ମୁକ୍ତ କରି ଦିଅନ୍ତି, ତବେେ ଆପଣ କାଇସରଙ୍କର ବନ୍ଧୁ ନୁହଁନ୍ତି। ୟିଏ ନିଜକୁ ରାଜା ବୋଲି ଦାବୀ କରୁଛି, ସେ କାଇସରଙ୍କ ବିରୋଧୀ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ସେଥିରେ ପୀଲାତ ତାହାଙ୍କୁ ମୁକ୍ତ କରିବାକୁ ଚେଷ୍ଟା କଲେ, କିନ୍ତୁ ଯିହୁଦୀମାନେ ଚିତ୍କାର କରି କହିଲେ, ଯଦି ତୁମ୍ଭେ ଏହି ଲୋକକୁ ମୁକ୍ତ କର, ତାହାହେଲେ ତୁମ୍ଭେ କାଇସରଙ୍କର ମିତ୍ର ନୁହଁ; ଯେକେହି ଆପଣାକୁ ରାଜା ବୋଲି କହେ, ସେ କାଇସରଙ୍କ ବିପକ୍ଷରେ କଥା କହେ ।
Odia BSI (ପବିତ୍ର ବାଇବଲ (CL) NT (BSI))
ଏହା ଶୁଣି ପିଲାତ ଯୀଶୁଙ୍କୁ ମୁକ୍ତ କରି ଦେବା ପାଇଁ ଉପାୟ ଚିନ୍ତା କଲେ। କିନ୍ତୁ ଜନତା ଚିକ୍ରାର କଲେ, “ଯଦି ତୁମେ ତାକୁ ଛାଡ଼ିଦିଅ, ତାହାହେଲେ ତୁମେ ସମ୍ରାଟଙ୍କ ବନ୍ଧଉ ନୁହଁ, ଯେ ନିଜକୁ ରାଜା ବୋଲି ଦାବୀ କରେ, ସେ ସମ୍ରାଟଙ୍କ ଶତ୍ରୁ।”
Odia Bible ERV 2004 (ପବିତ୍ର ବାଇବଲ)
ଏହା ପରେ ପୀଲାତ ଯୀଶୁଙ୍କୁ ମୁକ୍ତି ଦେବାକୁ ଚେଷ୍ଟା କଲେ। କିନ୍ତୁ ଯିହୂଦୀମାନେ ଚିତ୍କାର କରି କହିଲେ, “ଆପଣ ଯଦି ଏ ବ୍ୟକ୍ତିକୁ ମୁକ୍ତ କରି ଦିଅନ୍ତି, ତେବେ ଆପଣ କାଇସରଙ୍କର ବନ୍ଧୁ ନୁହନ୍ତି। ଯିଏ ନିଜକୁ ରାଜା ବୋଲି ଦାବୀ କରୁଛି, ସେ କାଇସରଙ୍କ ବିରୋଧୀ।”
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ସେଥିରେ ପୀଲାତ ତାହାଙ୍କୁ ମୁକ୍ତ କରିବାକୁ ଚେଷ୍ଟା କଲେ, କିନ୍ତୁ ଯିହୁଦୀମାନେ ଚିତ୍କାର କରି କହିଲେ, ଯଦି ତୁମ୍ଭେ ଏହି ଲୋକକୁ ମୁକ୍ତ କର, ତାହାହେଲେ ତୁମ୍ଭେ କାଇସରଙ୍କର ମିତ୍ର ନୁହଁ; ଯେ କେହି ଆପଣାକୁ ରାଜା ବୋଲି କହେ, ସେ କାଇସରଙ୍କ ବିପକ୍ଷରେ କଥା କହେ।
Odia IRV 2017 (ଓଡିଆ ବାଇବେଲ)
ସେଥିରେ ପୀଲାତ ତାହାଙ୍କୁ ମୁକ୍ତ କରିବାକୁ ଚେଷ୍ଟା କଲେ, କିନ୍ତୁ ଯିହୂଦୀମାନେ ଚିତ୍କାର କରି କହିଲେ, ଯଦି ତୁମ୍ଭେ ଏହି ଲୋକକୁ ମୁକ୍ତ କର, ତାହାହେଲେ ତୁମ୍ଭେ କାଇସରଙ୍କର ମିତ୍ର ନୁହଁ; ଯେ କେହି ଆପଣାକୁ ରାଜା ବୋଲି କହେ, ସେ କାଇସରଙ୍କ ବିପକ୍ଷରେ କଥା କହେ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಹೆ ಆಯ್ಕುನ್ ಪಿಲಾತ್ ಜೆಜುಕ್ ಸೊಡ್ತಲೊ ಎಕ್ ಅವ್ಕಾಸ್ ಗಾವ್ತಾ ಕಾಯ್ ಬಗುನ್ಗೆತ್ ಹೊತ್ತೊ. ಖರೆ ಜುದೆವಾನಿ ಬೊಬ್ ಮಾರುನ್ಗೆತ್, ತಿಯಾ ಹ್ಯಾ ಮಾನ್ಸಾಕ್ ಸೊಡ್ಲೆ ತರ್ ತಿಯಾ ಚಕ್ರವರ್ತಿಚೊ ದೊಸ್ತ್ ನ್ಹಯ್, ಜೆ ಕೊನ್ ಅಪ್ನಾಕುಚ್ ಎಕ್ ರಾಜಾ ಮನ್ತಾ ತೊ ಚಕ್ರವರ್ತಿಚ್ಯಾ ವಿರೊದುಚ್, ಮಟ್ಲ್ಯಾನಿ.