John 19:24 — Compare Translations
7 translations compared side by side
Odia - 1840
"ତେଣୁ ସମାନେେ ପରସ୍ପର କଥା ହେଲେ, ଆମ୍ଭେ ଏହାକୁ ଚିରି ଭାଗ କରିବା ନାହିଁ। ଏହା କିଏ ପାଇବ, ତାହା ଜାଣିବା ପାଇଁ ଆମ୍ଭେ ଗୁଳାବାଣ୍ଟ କରିବା ଉଚିତ। ଏହାଦ୍ବାରା ଧର୍ମଶାସ୍ତ୍ରର ଉକ୍ତି ସତ୍ଯ ହେଲା:"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ତେଣୁ ସେମାନେ ପରସ୍ପର କହିଲେ, ଏହାକୁ ଚିରିବା ନାହିଁ, କିନ୍ତୁ ଏହା କାହାର ହେବ, ସେଥିପାଇଁ ଗୁଲିବାଣ୍ଟ କରିବା, ଯେପରି ଧର୍ମଶାସ୍ତ୍ରର ଏହି ବାକ୍ୟ ସଫଳ ହୁଏ, ସେମାନେ ଆପଣା ଆପଣା ମଧ୍ୟରେ ମୋହର ବସ୍ତ୍ର ଭାଗ କଲେ, ପୁଣି ମୋହର ଅଙ୍ଗରଖା ନିମନ୍ତେ ଗୁଲିବାଣ୍ଟ କଲେ । ତେଣୁ ସୈନ୍ୟମାନେ ଏହାସବୁ କଲେ ।
Odia BSI (ପବିତ୍ର ବାଇବଲ (CL) NT (BSI))
ସୈନିକମାନେ ପରସ୍ପରକୁ କହିଲେ, “ଏହାକୁ ଚିରିବା ନାହିଁ। ଗୁଲିବାଣ୍ଟରେ ଯିଏ ପାଇବ, ସେ ତାକୁ ନେବ।” ଏହି ଘଟଣାରେ ଶାସ୍ତ୍ରଲିଖିତ ଗୋଟିଏ କଥା ସଫଳ ହେଲା: “ସେମାନେ ମୋର ବସ୍ତ୍ର ସବୁ ଭାଗବାଣ୍ଟ କରି ନେଲେ, ମୋର ଉତ୍ତରୀୟ ପାଇଁ ଗୁଲିବାଣ୍ଟ କଲେ।” ସୈନିକମାନେ ଠିକ୍ ଏହିପରି କଲେ।
Odia Bible ERV 2004 (ପବିତ୍ର ବାଇବଲ)
ତେଣୁ ସେମାନେ ପରସ୍ପର କଥା ହେଲେ, “ଆମ୍ଭେ ଏହାକୁ ଚିରି ଭାଗ କରିବା ନାହିଁ। ଏହା କିଏ ପାଇବ, ତାହା ଜାଣିବା ପାଇଁ ଆମ୍ଭେ ଗୁଲିବାଣ୍ଟ କରିବା ଉଚିତ୍।” ଏହା ଦ୍ୱାରା ଧର୍ମଶାସ୍ତ୍ରର ଉକ୍ତି ସତ୍ୟ ହେଲା: “ସେମାନେ ନିଜ ନିଜ ମଧ୍ୟରେ ମୋର ବସ୍ତ୍ର ଭାଗ କଲେ ଓ ମୋର ପିନ୍ଧା ପୋଷାକ ପାଇଁ ଗୁଲିବାଣ୍ଟ କଲେ।” ତେଣୁ ସୈନିକମାନେ ତାହା କଲେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ତେଣୁ ସେମାନେ ପରସ୍ପର କହିଲେ, ଏହାକୁ ଚିରିବା ନାହିଁ, କିନ୍ତୁ ଏହା କାହାର ହେବ, ସେଥିପାଇଁ ଗୁଲିବାଣ୍ଟ କରିବା, ଯେପରି ଧର୍ମଶାସ୍ତ୍ରର ଏହି ବାକ୍ୟ ସଫଳ ହୁଏ, “ସେମାନେ ଆପଣା ଆପଣା ମଧ୍ୟରେ ମୋହର ବସ୍ତ୍ର ଭାଗ କଲେ, ପୁଣି, ମୋହର ଅଙ୍ଗରଖା ନିମନ୍ତେ ଗୁଲିବାଣ୍ଟ କଲେ।” ତେଣୁ ସୈନ୍ୟମାନେ ଏହାସବୁ କଲେ।
Odia IRV 2017 (ଓଡିଆ ବାଇବେଲ)
ତେଣୁ ସେମାନେ ପରସ୍ପର କହିଲେ, ଏହାକୁ ଚିରିବା ନାହିଁ, କିନ୍ତୁ ଏହା କାହାର ହେବ, ସେଥିପାଇଁ ଗୁଲିବାଣ୍ଟ କରିବା, ଯେପରି ଧର୍ମଶାସ୍ତ୍ରର ଏହି ବାକ୍ୟ ସଫଳ ହୁଏ, ସେମାନେ ଆପଣା ଆପଣା ମଧ୍ୟରେ ମୋହର ବସ୍ତ୍ର ଭାଗ କଲେ, ପୁଣି, ମୋହର ଅଙ୍ଗରଖା ନିମନ୍ତେ ଗୁଲିବାଣ୍ଟ କଲେ । ତେଣୁ ସୈନ୍ୟମାନେ ଏହାସବୁ କଲେ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಸೈನಿಕಾನಿ ಎಕಾಮೆಕಾಕ್ನಿ “ಅಮಿ ಹ್ಯೊ ಪಿಂಜ್ತಲೊ ನಕ್ಕೊ, ಚಿಟಿಯಾ ಘಾಲುನ್ ಕೊನಾಕ್ ಯೆತಾ ಕಾಯ್ ಮನುನ್ ಬಗುವಾ” ಮಟ್ಲ್ಯಾನಿ. ಅಶೆ ಪವಿತ್ರ್ ಪುಸ್ತಕಾತ್, “ತೆನಿ ಮಾಜೆ ಕಪ್ಡೆ ಅಪ್ನಾಂಚ್ಯಾ ಮದ್ದಿ ವಾಟುನ್ ಘೆಟ್ಲ್ಯಾನಿ, ಅನಿ ಮಾಜ್ಯಾ ಝಾಗ್ಯಾಸಾಟ್ನಿ ಚಿಟಿಯಾ ಘಾಟ್ಲ್ಯಾನಿ”. ಮನುನ್ ಸಾಂಗಲ್ಲೆ ಪುರಾ ಹೊಲೆ. ಸೈನಿಕಾನಿ ಅಸೆಚ್ ಕರ್ಲ್ಯಾನಿ.