John 19:38 — Compare Translations

7 translations compared side by side

Odia - 1840
"ଏହାପରେ ହାରାମାଥୀଯାର ଯୋଷଫେ ନାମକ ଜଣେ ଲୋକ ପୀଲାତଙ୍କୁ ଯୀଶୁଙ୍କର ଶରୀରଟି ମାଗିଲେ। ଯୋଷଫେ ଯୀଶୁଙ୍କର ଜଣେ ଶିଷ୍ଯ ଥିଲେ। କିନ୍ତୁ ସେ ଲୋକମାନଙ୍କୁ ତାହା କହିଲେ ନାହିଁ, କାରଣ ସେ ଯିହୂଦୀମାନଙ୍କୁ ଭୟ କରୁଥିଲେ। ପୀଲାତ ଯୋଷଫଙ୍କେୁ ଯୀଶୁଙ୍କର ଶରୀର ନବୋପାଇଁ ଅନୁମତି ଦେଲେ। ତେଣୁ ଯୋଷଫେ ଆସି ଯୀଶୁଙ୍କର ଶରୀର ନଇଗେଲେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଏହିସମସ୍ତ ଘଟଣା ପରେ, ଯେଉଁ ହାରାମାଥୀୟାର ଯୋଷେଫ ଯୀଶୁଙ୍କର ଜଣେ ଶିଷ୍ୟ ଥିଲେ, କିନ୍ତୁ ଯିହୁଦୀମାନଙ୍କ ଭୟରେ ଗୁପ୍ତ ଭାବରେ ଥିଲେ, ସେ ଯୀଶୁଙ୍କ ଶରୀର ଘେନିଯିବା ନିମନ୍ତେ ପୀଲାତଙ୍କୁ ଅନୁରୋଧ କଲେ । ସେଥିରେ ପୀଲାତ ଅନୁମତି ଦେଲେ । ତେଣୁ ସେ ଆସି ତାହାଙ୍କ ଶରୀର ଘେନିଗଲେ ।
Odia BSI (ପବିତ୍ର ବାଇବଲ (CL) NT (BSI))
ଏହା ପରେ ହାରାମଥିଆର ଯୋସେଫ ପିଲାତଙ୍କ ନିକଟକୁ ଯାଇ ଯୀଶୁଙ୍କ ଶରୀରକୁ ନେଇ ଯିବାକୁ ଅନୁମତି ମାଗିଲେ। (ଏହି ଯୋସେଫ ଯୀଶୁଙ୍କର ଜଣେ ଶିଷ୍ୟ ଥିଲେ, କିନ୍ତୁ ଇହୁଦୀ କର୍ତ୍ତୃପକ୍ଷମାନଙ୍କ ଭୟରେ ସେ ଏହା ଗୋପନ ରଖିଥିଲେ।) ପିଲାତ ତାଙ୍କୁ ଅନୁମତି ଦେଲେ ଏବଂ ଯୋସେଫ ଯୀଶୁଙ୍କ ଶରୀରକୁ ସମାଧି ଦେବା ପାଇଁ ନେଇଗଲେ।
Odia Bible ERV 2004 (ପବିତ୍ର ବାଇବଲ)
ଯୀଶୁଙ୍କର ସମାଧି ଏହା ପରେ ହାରାମାଥୀୟାର ଯୋସେଫ ନାମକ ଜଣେ ଲୋକ ପୀଲାତଙ୍କୁ ଯୀଶୁଙ୍କର ଶରୀରଟି ମାଗିଲେ। ଯୋସେଫ ଯୀଶୁଙ୍କର ଜଣେ ଶିଷ୍ୟ ଥିଲେ। କିନ୍ତୁ ସେ ଲୋକମାନଙ୍କୁ ତାହା କହିଲେ ନାହିଁ, କାରଣ ସେ ଯିହୂଦୀମାନଙ୍କୁ ଭୟ କରୁଥିଲେ। ପୀଲାତ ଯିହୂଦୀମାନଙ୍କୁ ଯୀଶୁଙ୍କର ଶରୀର ନେବା ପାଇଁ ଅନୁମତି ଦେଲେ। ତେଣୁ ଯୋସେଫ ଆସି ଯୀଶୁଙ୍କର ଶରୀର ନେଇଗଲେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଏହି ସମସ୍ତ ଘଟଣା ପରେ, ଯେଉଁ ହାରାମାଥୀୟାର ଯୋଷେଫ ଯୀଶୁଙ୍କର ଜଣେ ଶିଷ୍ୟ ଥିଲେ, କିନ୍ତୁ ଯିହୁଦୀମାନଙ୍କ ଭୟରେ ଗୁପ୍ତ ଭାବରେ ଥିଲେ, ସେ ଯୀଶୁଙ୍କ ଶରୀର ଘେନିଯିବା ନିମନ୍ତେ ପୀଲାତଙ୍କୁ ଅନୁରୋଧ କଲେ। ସେଥିରେ ପୀଲାତ ଅନୁମତି ଦେଲେ। ତେଣୁ ସେ ଆସି ତାହାଙ୍କ ଶରୀର ଘେନିଗଲେ।
Odia IRV 2017 (ଓଡିଆ ବାଇବେଲ)
ଏହି ସମସ୍ତ ଘଟଣା ପରେ, ଯେଉଁ ହାରାମାଥୀୟାର ଯୋଷେଫ ଯୀଶୁଙ୍କର ଜଣେ ଶିଷ୍ୟ ଥିଲେ, କିନ୍ତୁ ଯିହୂଦୀମାନଙ୍କ ଭୟରେ ଗୁପ୍ତ ଭାବରେ ଥିଲେ, ସେ ଯୀଶୁଙ୍କ ଶରୀର ଘେନିଯିବା ନିମନ୍ତେ ପୀଲାତଙ୍କୁ ଅନୁରୋଧ କଲେ । ସେଥିରେ ପୀଲାତ ଅନୁମତି ଦେଲେ । ତେଣୁ ସେ ଆସି ତାହାଙ୍କ ଶରୀର ଘେନିଗଲେ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಹೆಚ್ಯಾ ಮಾನಾ, ಅರೆಮಾತಿಯಾ ಮನ್ತಲ್ಯಾ ಗಾಂವಾಂಚ್ಯಾ ಜುಜೆನ್ ಪಿಲಾತಾಕ್ಡೆ ಜೆಜುಚೆ ಮಡೆ ಘೆವ್ನ್ ಜಾವ್ಕ್ ಪರವಾನ್ಗಿ ಇಚಾರ್‍ಲ್ಯಾನ್. ಜುಜೆ ಎಕ್ ಜೆಜುಚ್ಯಾ ಫಾಟ್ನಾ ಹೊತ್ತೊ ಮಾನುಸ್, ಖರೆ ಹೆ ಕೊನಾಕ್ಬಿ ಗೊತ್ತ್ ನತ್ತೆ, ಕಶ್ಯಾಕ್ ಮಟ್ಲ್ಯಾರ್ ತೊ ಬಿ ಜುದೆವಾಚ್ಯಾ ಅದಿಕಾರ್‍ಯಾಕ್ನಿ ಭಿಂಯ್, ಪಿಲಾತಾನ್ ಜೆಜುಚೆ ಮಡೆ ಘೆವ್ನ್ ಜಾವ್ಕ್ ಹೊತಾ ಮಟ್ಲ್ಯಾನ್, ತಸೆಮನುನ್ ಜುಜೆ ಗೆಲೊ, ಅನಿ ಜೆಜುಚೆ ಮಡೆ ತೆನಿ ಘೆವ್ನ್ ಗೆಲ್ಯಾನ್.