John 20:15 — Compare Translations

7 translations compared side by side

Odia - 1840
"ଯୀଶୁ ତାହାଙ୍କୁ ପଚାରିଲେ, ହେ ନାରୀ, ତୁମ୍ଭେ କାହିଁକି କାନ୍ଦୁଛ? ତୁମ୍ଭେ କାହାକୁ ଖାଜେୁଛ?"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଯୀଶୁ ତାଙ୍କୁ କହିଲେ, ଗୋ ନାରୀ, କାହିଁକି ରୋଦନ କରୁଅଛ? କାହାର ଅନ୍ଵେଷଣ କରୁଅଛ? ସେ ତାହାଙ୍କୁ ଉଦ୍ୟାନର ମାଳୀ ବୋଲି ମନେ କରି କହିଲେ, ମହାଶୟ, ଆପଣ ଯଦି ତାହାଙ୍କୁ ଘେନିଯାଇଅଛନ୍ତି, ତାହାହେଲେ ତାହାଙ୍କୁ କେଉଁ ସ୍ଥାନରେ ରଖିଅଛନ୍ତି, ମୋତେ କୁହନ୍ତୁ, ଆଉ ମୁଁ ତାହାଙ୍କୁ ଘେନିଯିବି ।
Odia BSI (ପବିତ୍ର ବାଇବଲ (CL) NT (BSI))
ଯୀଶୁ ପଚାରିଲେ, “ତୁମେ କାହିଁକି କାନ୍ଦୁଛ? କାହାକୁ ଖୋଜୁଛ?” ତାଙ୍କୁ ଉଦ୍ୟାନର ମାଳୀ ଭାବି ମରିୟମ କହିଲେ, “ତୁମେ ଯଦି ତାଙ୍କୁ ନେଇ ଯାଇଛ, କେଉଁଠି ରଖିଛ, ମୋତେ କୁହ, ମୁଁ ଯାଇ ତାଙ୍କୁ ନେଇ ଆସିବି।”
Odia Bible ERV 2004 (ପବିତ୍ର ବାଇବଲ)
ଯୀଶୁ ତାହାଙ୍କୁ ପଗ୍ଭରିଲେ, “ହେ ନାରୀ, ତୁମ୍ଭେ କାହିଁକି କାନ୍ଦୁଛ? ତୁମ୍ଭେ କାହାକୁ ଖୋଜୁଛ?” ମରିୟମ ଭାବିଲେ, ଏହି ଲୋକ ହିଁ ବଗିଗ୍ଭର ଯତ୍ନ ନିଅନ୍ତି। ତେଣୁ ସେ ତାହାଙ୍କୁ କହିଲେ, “ମହାଶୟ ଆପଣ କ’ଣ ଯୀଶୁଙ୍କୁ ନେଇଯାଇଛନ୍ତି? ତାହାଙ୍କୁ ଆପଣ କେଉଁଠି ରଖିଛନ୍ତି? ମୋତେ କୁହନ୍ତୁ, ମୁଁ ଯାଇ ତାହାଙ୍କୁ ଘେନି ଆସିବି।”
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଯୀଶୁ ତାହାଙ୍କୁ କହିଲେ, “ଗୋ ନାରୀ, କାହିଁକି ରୋଦନ କରୁଅଛ? କାହାର ଅନ୍ୱେଷଣ କରୁଅଛ?” ସେ ତାହାଙ୍କୁ ଉଦ୍ୟାନର ମାଳୀ ବୋଲି ମନେ କରି କହିଲେ, ମହାଶୟ, ଆପଣ ଯଦି ତାହାଙ୍କୁ ଘେନିଯାଇଅଛନ୍ତି, ତାହାହେଲେ ତାହାଙ୍କୁ କେଉଁ ସ୍ଥାନରେ ରଖିଅଛନ୍ତି, ମୋତେ କୁହନ୍ତୁ, ଆଉ ମୁଁ ତାହାଙ୍କୁ ଘେନିଯିବି।
Odia IRV 2017 (ଓଡିଆ ବାଇବେଲ)
ଯୀଶୁ ତାଙ୍କୁ କହିଲେ, ଗୋ ନାରୀ, କାହିଁକି ରୋଦନ କରୁଅଛ? କାହାର ଅନ୍ୱେଷଣ କରୁଅଛ? ସେ ତାହାଙ୍କୁ ଉଦ୍ୟାନର ମାଳୀ ବୋଲି ମନେ କରି କହିଲେ, ମହାଶୟ, ଆପଣ ଯଦି ତାହାଙ୍କୁ ଘେନିଯାଇଅଛନ୍ତି, ତାହାହେଲେ ତାହାଙ୍କୁ କେଉଁ ସ୍ଥାନରେ ରଖିଅଛନ୍ତି, ମୋତେ କୁହନ୍ତୁ, ଆଉ ମୁଁ ତାହାଙ୍କୁ ଘେନିଯିବି ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಜೆಜುನ್ ತಿಕಾ, “ಬಾಯಿ, ತಿಯಾ ಕಶ್ಯಾಕ್ ರಡುಲಾಲೆ?” ಮಟ್ಲ್ಯಾನ್, ಅನಿ “ತಿಯಾ ಕೊನಾಕ್ ಹುಡ್ಕುಲೆ?” ಮನುನ್ ಇಚಾರ್‍ಲ್ಯಾನ್. ತೆನಿ ತೊ ತ್ಯಾ ಮಳ್ಯಾತ್ಲೊ ಕೊನ್ತರ್ ಅಶಿಲ್ ಮನುನ್ ಚಿಂತ್ಲಿನ್ ಅನಿ ತೆಕಾ, “ಸಾಯ್ಬಾ, ತಿಯಾ ತೆಕಾ ಘೆವ್ನ್ ಗೆಲೆ ಜಾಲ್ಯಾರ್, ತೆಕಾ ತಿಯಾ ಖೈ ಥವ್ಲೆ ಮನುನ್ ಮಾಕಾ ಸಾಂಗ್, ಮಿಯಾ ಜಾವ್ನ್ ತೆಕಾ ಘೆವ್ನ್ ಯೆತಾ” ಮಟ್ಲಿನ್.