John 20:25 — Compare Translations

7 translations compared side by side

Odia - 1840
"ଅନ୍ୟ ଶିଷ୍ଯମାନେ ଥୋମାଙ୍କୁ କହିଲେ, ଆମ୍ଭେ ପ୍ରଭୁଙ୍କୁ ଦେଖିଲୁ। ଥୋମା କହିଲେ, ମୁଁ ତାହାଙ୍କ ହାତ ରେ କଣ୍ଟାଦାଗ ନ ଦେଖିଲା ପର୍ୟ୍ଯନ୍ତ ବିଶ୍ବାସ କରିବି ନାହିଁ। ମୁଁ ମାରେ ଆଙ୍ଗୁଠି ସହେି କଣ୍ଟାର ଦାଗ ରେ ନରଖିବା ଓ ତାହାଙ୍କ କକ୍ଷଦେଶ ରେ ମାରେ ହାତ ନଦବୋ ପର୍ୟ୍ଯନ୍ତ, ମୁଁ ବିଶ୍ବାସ କରିବି ନାହିଁ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଅତଏବ, ଅନ୍ୟ ଶିଷ୍ୟମାନେ ତାଙ୍କୁ କହିଲେ, ଆମ୍ଭେମାନେ ପ୍ରଭୁଙ୍କୁ ଦେଖିଅଛୁ । କିନ୍ତୁ ସେ ସେମାନଙ୍କୁ କହିଲେ, ତାହାଙ୍କ ହାତରେ କଣ୍ଟାର ଚିହ୍ନସବୁ ନ ଦେଖିଲେ ଓ ସେହିସବୁ ସ୍ଥାନରେ ମୋହର ଆଙ୍ଗୁଳି ନ ଦେଲେ ଏବଂ ତାହାଙ୍କ କକ୍ଷଦେଶରେ ମୋହର ହାତ ନ ଦେଲେ ମୁଁ କଦାପି ବିଶ୍ଵାସ କରିବି ନାହିଁ ।
Odia BSI (ପବିତ୍ର ବାଇବଲ (CL) NT (BSI))
ଅନ୍ୟ ଶିଷ୍ୟମାନେ କହିଲେ, “ଆମେ ପ୍ରଭୁଙ୍କୁ ଦେଖିଛୁ।” ଥୋମା କହିଲେ, “ତାଙ୍କ ହାତର କଣ୍ଟା ଚିହ୍ନ ନ ଦେଖିଲେ ଓ ତାଙ୍କ ପାଶ୍ୱର୍ର କ୍ଷତସ୍ଥାନ ସ୍ପର୍ଶ ନ କଲେ, ଏ କଥା ମୁଁ ବିଶ୍ୱାସ କରିବି ନାହିଁ।”
Odia Bible ERV 2004 (ପବିତ୍ର ବାଇବଲ)
ଅନ୍ୟ ଶିଷ୍ୟମାନେ ଥୋମାଙ୍କୁ କହିଲେ, “ଆମ୍ଭେ ପ୍ରଭୁଙ୍କୁ ଦେଖିଲୁ।” ଥୋମା କହିଲେ, “ମୁଁ ତାହାଙ୍କ ହାତରେ କଣ୍ଟାଦାଗ ନ ଦେଖିଲା ପର୍ଯ୍ୟନ୍ତ ବିଶ୍ୱାସ କରିବି ନାହିଁ। ମୁଁ ମୋର ଆଙ୍ଗୁଠି ସେହି କଣ୍ଟାର ଦାଗରେ ନରଖିବା ଓ ତାହାଙ୍କ କକ୍ଷଦେଶରେ ମୋର ହାତ ନ ଦେବା ପର୍ଯ୍ୟନ୍ତ, ମୁଁ ବିଶ୍ୱାସ କରିବି ନାହିଁ।”
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଅତଏବ, ଅନ୍ୟ ଶିଷ୍ୟମାନେ ତାହାଙ୍କୁ କହିଲେ, ଆମ୍ଭେମାନେ ପ୍ରଭୁଙ୍କୁ ଦେଖିଅଛୁ। କିନ୍ତୁ ସେ ସେମାନଙ୍କୁ କହିଲେ, ତାହାଙ୍କ ହାତରେ କଣ୍ଟାର ଚିହ୍ନସବୁ ନ ଦେଖିଲେ ଓ ସେହିସବୁ ସ୍ଥାନରେ ମୋହର ଅଙ୍ଗୁଳି ନ ଦେଲେ ଏବଂ ତାହାଙ୍କ କକ୍ଷଦେଶରେ ମୋହର ହାତ ନ ଦେଲେ ମୁଁ କଦାପି ବିଶ୍ୱାସ କରିବି ନାହିଁ।
Odia IRV 2017 (ଓଡିଆ ବାଇବେଲ)
ଅତଏବ, ଅନ୍ୟ ଶିଷ୍ୟମାନେ ତାଙ୍କୁ କହିଲେ, ଆମ୍ଭେମାନେ ପ୍ରଭୁଙ୍କୁ ଦେଖିଅଛୁ । କିନ୍ତୁ ସେ ସେମାନଙ୍କୁ କହିଲେ, ତାହାଙ୍କ ହାତରେ କଣ୍ଟାର ଚିହ୍ନସବୁ ନ ଦେଖିଲେ ଓ ସେହି ସବୁ ସ୍ଥାନରେ ମୋହର ଆଙ୍ଗୁଳି ନ ଦେଲେ ଏବଂ ତାହାଙ୍କ କକ୍ଷଦେଶରେ ମୋହର ହାତ ନ ଦେଲେ ମୁଁ କଦାପି ବିଶ୍ୱାସ କରିବି ନାହିଁ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ತಸೆಮನುನ್ ಹುರಲ್ಲ್ಯಾ ಶಿಸಾನಿ ತೆಕಾ,“ಅಮಿ ಧನಿಯಾಕ್ ಬಗಟ್ಲಾವ್” ಮನುನ್ ಸಾಂಗಟ್ಲ್ಯಾನಿ. ತನ್ನಾ ಥೊಮಸಾನ್,“ಮಿಯಾ ತ್ಯೆಚ್ಯಾ ಹಾತಾಂಚ್ಯಾ ವರ್ತಿ ಹೊತ್ತಿ ಮೊಳ್ಯಾಂಚಿ ವಳಕ್ ಬಗಟ್ಲ್ಯಾ ಶಿವಾಯ್ ಅನಿ ತ್ಯಾ ಮೊಳ್ಯಾಂಚ್ಯಾ ವಳ್ಕಿಯಾತ್ನಿ ಬೊಟ್ ಘಾಲುನ್ ಅನಿ ತ್ಯೆಚ್ಯಾ ಪಕ್ಡಿತ್ ಹಾತ್ ಘಾಲುನ್ ಬಗಟ್ಲ್ಯಾ ಶಿವಾಯ್ ವಿಶ್ವಾಸ್, ಕರಿನಾ” ಮಟ್ಲ್ಯಾನ್.