John 20:26 — Compare Translations
7 translations compared side by side
Odia - 1840
"ଗୋଟିଏ ସପ୍ତାହ ପରେ ଶିଷ୍ଯମାନେ ପୁଣି ଘର ଭିତ ରେ ଥିଲେ। ଥୋମା ସମାନଙ୍କେ ସହିତ ଥିଲେ। କବାଟରେ ତାଲା ପଡିଥିଲା। କିନ୍ତୁ ଯୀଶୁ ଆସି ସମାନଙ୍କେ ମଧିଅରେ ଠିଆ ହେଲେ। ସେ କହିଲେ, ତୁମ୍ଭମାନଙ୍କର ଶାନ୍ତି ହେଉ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଆଠ ଦିନ ପରେ ତାହାଙ୍କ ଶିଷ୍ୟମାନେ ପୁନର୍ବାର ଭିତରେ ଥିଲେ ଓ ଥୋମା ସେମାନଙ୍କ ସାଙ୍ଗରେ ଥିଲେ । ଦ୍ଵାରସବୁ ରୁଦ୍ଧ ଥିବା ସମୟରେ ଯୀଶୁ ଆସି ମଧ୍ୟସ୍ଥଳରେ ଠିଆ ହୋଇ କହିଲେ, ତୁମ୍ଭମାନଙ୍କର ଶାନ୍ତି ହେଉ ।
Odia BSI (ପବିତ୍ର ବାଇବଲ (CL) NT (BSI))
ପୁନର୍ବାର ଏହାର ସପ୍ତାହକ ପରେ, ଶିଷ୍ୟମାନେ ଘର ଭିତରେ ଏକାଠି ଥିଲେ ଏବଂ ଥୋମା ସେମାନଙ୍କ ସହିତ ଥିଲେ। କବାଟଗୁଡ଼ିକ ବନ୍ଦ ହୋଇଥିଲା। କିନ୍ତୁ ଯୀଶୁ ଆସି ସେମାନଙ୍କ ମଧ୍ୟରେ ଠିଆ ହୋଇ କହିଲେ: “ତୁମ୍ଭମାନଙ୍କର ଶାନ୍ତି ହେଉ।”
Odia Bible ERV 2004 (ପବିତ୍ର ବାଇବଲ)
ଗୋଟିଏ ସପ୍ତାହ ପରେ ଶିଷ୍ୟମାନେ ପୁଣି ଘର ଭିତରେ ଥିଲେ। ଥୋମା ସେମାନଙ୍କ ସହିତ ଥିଲେ। କବାଟରେ ତାଲା ପଡ଼ିଥିଲା। କିନ୍ତୁ ଯୀଶୁ ଆସି ସେମାନଙ୍କ ମଧ୍ୟରେ ଠିଆ ହେଲେ। ସେ କହିଲେ, “ତୁମ୍ଭମାନଙ୍କର ଶାନ୍ତି ହେଉ।”
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଆଠ ଦିନ ପରେ ତାହାଙ୍କ ଶିଷ୍ୟମାନେ ପୁନର୍ବାର ଭିତରେ ଥିଲେ ଓ ଥୋମା ସେମାନଙ୍କ ସାଙ୍ଗରେ ଥିଲେ। ଦ୍ୱାରସବୁ ରୁଦ୍ଧ ଥିବା ସମୟରେ ଯୀଶୁ ଆସି ମଧ୍ୟସ୍ଥଳରେ ଠିଆ ହୋଇ କହିଲେ, “ତୁମ୍ଭମାନଙ୍କର ଶାନ୍ତି ହେଉ।”
Odia IRV 2017 (ଓଡିଆ ବାଇବେଲ)
ଆଠ ଦିନ ପରେ ତାହାଙ୍କ ଶିଷ୍ୟମାନେ ପୁନର୍ବାର ଭିତରେ ଥିଲେ ଓ ଥୋମା ସେମାନଙ୍କ ସାଙ୍ଗରେ ଥିଲେ । ଦ୍ୱାରସବୁ ରୁଦ୍ଧ ଥିବା ସମୟରେ ଯୀଶୁ ଆସି ମଧ୍ୟସ୍ଥଳରେ ଠିଆ ହୋଇ କହିଲେ, ତୁମ୍ଭମାନଙ୍କର ଶାନ୍ତି ହେଉ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಎಕ್ ವಾರಾಚ್ಯಾ ಮಾನಾ ಶಿಸಾ ದಾರಾ ಲಾವುನ್ ಘೆವ್ನ್ ಭುತ್ತುರ್ ಗೊಳಾ ಹೊವ್ನ್ ಹೊತ್ತಿ, ಅನಿ ಥೊಮಸ್ಬಿ ತೆಂಚ್ಯಾ ವಾಂಗ್ಡಾ ಹೊತ್ತೊ. ದಾರಾ ಧಾಪಲ್ಲಿ ಹೊತ್ತಿ ಜಾಲ್ಯಾರ್ಬಿ ಜೆಜು ತೆಂಚ್ಯಾ ಮದ್ದಿ ಯೆವ್ನ್ ಇಬೆ ರ್ಹಾಲೊ, ಅನಿ, “ಶಾಂತಿ ತುಮ್ಚ್ಯಾ ವಾಂಗ್ಡಾ ರ್ಹಾಂವ್ದಿತ್” ಮಟ್ಲ್ಯಾನ್.