John 21:23 — Compare Translations
7 translations compared side by side
Odia - 1840
"ତେଣୁ ଭାଇମାନଙ୍କ ମଧିଅରେ ଗୋଟିଏ କଥେ ପ୍ରଚାରିତ ହେଲା। ସମାନେେ କହୁଥିଲେ ଯେ, ଯୀଶୁ ଯେଉଁ ଶିଷ୍ଯଙ୍କୁ ପ୍ ରମେ କରୁଛନ୍ତି, ସହେି ଶିଷ୍ଯ ମରିବେ ନାହିଁ। କିନ୍ତୁ ଯୀଶୁ ଏକଥା କହି ନଥିଲେ ଯେ, ସେ ମରିବ ନାହିଁ। ସେ କବଳେ କହିଲେ, ମାରେପୁନରାଗମନ ସମୟ ପର୍ୟ୍ଯନ୍ତ ସେ ବଞ୍ଚି ରହୁ ବୋଲି ଯଦି ମୁଁ ଇଚ୍ଛାକରେ, ତବେେ ସେଥିଲେ ତୁମ୍ଭର କ'ଣ ଅଛି?"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ସେଥିରେ ସେହି ଶିଷ୍ୟ ଯେ ମରିବ ନାହିଁ, ଭାଇମାନଙ୍କ ମଧ୍ୟରେ ଏହି କଥା ବ୍ୟାପିଗଲା, ମାତ୍ର ସେ ମରିବ ନାହିଁ ବୋଲି ଯୀଶୁ ତାଙ୍କୁ କହି ନ ଥିଲେ, କିନ୍ତୁ ମୋହର ଆଗମନ ପର୍ଯ୍ୟନ୍ତ ସେ ରହୁ ବୋଲି ଯଦି ମୁଁ ଇଚ୍ଛା କରେ, ତାହାହେଲେ ସେଥିରେ ତୁମ୍ଭର କଅଣ ଅଛି ବୋଲି କହିଥିଲେ ।
Odia BSI (ପବିତ୍ର ବାଇବଲ (CL) NT (BSI))
ଏଣୁ ଯୀଶୁଙ୍କ ଅନୁଗାମୀମାନଙ୍କ ମଧ୍ୟରେ ଗୋଟିଏ ଧାରଣା ଜନ୍ମିଲା ଯେ ସେହି ଶିଷ୍ୟ କେବେ ମରିବ ନାହିଁ। କିନ୍ତୁ ସେ ମରିବ ନାହିଁ ବୋଲି ଯୀଶୁ କହି ନ ଥିଲେ। ସେ କେବଳ କହିଥିଲେ, “ମୋର ପୁନରାଗମନ ପର୍ଯ୍ୟନ୍ତ ସେ ବଞ୍ଚି ରହୁ ବୋଲି ଯଦି ମୁଁ ଇଚ୍ଛା କରେ, ସେଥିରେ ତୁମର କ’ଣ ଅଛି।”
Odia Bible ERV 2004 (ପବିତ୍ର ବାଇବଲ)
ତେଣୁ ଭାଇମାନଙ୍କ ମଧ୍ୟରେ ଗୋଟିଏ କଥା ପ୍ରଗ୍ଭରିତ ହେଲା। ସେମାନେ କହୁଥିଲେ ଯେ, ଯୀଶୁ ଯେଉଁ ଶିଷ୍ୟଙ୍କୁ ପ୍ରେମ କରୁଛନ୍ତି, ସେହି ଶିଷ୍ୟ ମରିବେ ନାହିଁ। କିନ୍ତୁ ଯୀଶୁ ଏ କଥା କହି ନ ଥିଲେ ଯେ, ସେ ମରିବ ନାହିଁ। ସେ କେବଳ କହିଲେ, “ମୋର ପୁନରାଗମନ ସମୟ ପର୍ଯ୍ୟନ୍ତ ସେ ବଞ୍ଚି ରହୁ ବୋଲି ଯଦି ମୁଁ ଇଚ୍ଛାକରେ, ତେବେ ସେଥିରେ ତୁମ୍ଭର କ’ଣ ଅଛି?”
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ସେଥିରେ ସେହି ଶିଷ୍ୟ ଯେ ମରିବ ନାହିଁ, ଭାଇମାନଙ୍କ ମଧ୍ୟରେ ଏହି କଥା ବ୍ୟାପିଗଲା, ମାତ୍ର ସେ ମରିବ ନାହିଁ ବୋଲି ଯୀଶୁ ତାହାଙ୍କୁ କହି ନ ଥିଲେ, “କିନ୍ତୁ ମୋହର ଆଗମନ ପର୍ଯ୍ୟନ୍ତ ସେ ରହୁ ବୋଲି ଯଦି ମୁଁ ଇଚ୍ଛା କରେ, ତାହାହେଲେ ସେଥିରେ ତୁମ୍ଭର କଅଣ ଅଛି” ବୋଲି କହିଥିଲେ।
Odia IRV 2017 (ଓଡିଆ ବାଇବେଲ)
ସେଥିରେ ସେହି ଶିଷ୍ୟ ଯେ ମରିବ ନାହିଁ, ଭାଇମାନଙ୍କ ମଧ୍ୟରେ ଏହି କଥା ବ୍ୟାପିଗଲା, ମାତ୍ର ସେ ମରିବ ନାହିଁ ବୋଲି ଯୀଶୁ ତାଙ୍କୁ କହି ନ ଥିଲେ, କିନ୍ତୁ ମୋହର ଆଗମନ ପର୍ଯ୍ୟନ୍ତ ସେ ରହୁ ବୋଲି ଯଦି ମୁଁ ଇଚ୍ଛା କରେ, ତାହାହେଲେ ସେଥିରେ ତୁମ୍ଭର କ'ଣ ଅଛି ବୋଲି କହିଥିଲେ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
“ಅಶೆ ಹೊವ್ನ್ ಜೆಜುಚ್ಯಾ ವಾಂಗ್ಡಾ ಹೊತ್ತ್ಯಾಂಚ್ಯಾ ಮದ್ದಿ ಹ್ಯೊ ಶಿಸ್ ಮರುಚೆ ನೈಯ್ ಮನ್ತಲಿ ಖಬರ್ ಉಟ್ಲಿ”. ಖರೆ ತೊ ಮರ್ತಲೆ ನಕ್ಕೊ ಮನುನ್ ಜೆಜುನ್ ಸಾಂಗುಕ್ನಾ. ತೆನಿ, “ಮಿಯಾ ಯೆಯ್ ಪತರ್ ಜರ್ ತರ್ ತೊ ಝಿತ್ತೊ ರ್ಹಾವ್ಕ್ ಪಾಜೆ ಮನುನ್ ಮಾಕಾ ಪಾಜೆ ಹೊಲ್ಯಾರ್, ತುಕಾ ಕಶ್ಯಾಕ್ ಪಾಜೆ ತೆ?” ಮಟ್ಲ್ಯಾನ್.