John 21:7 — Compare Translations

7 translations compared side by side

Odia - 1840
"ଯୀଶୁ ଯେଉଁ ଶିଷ୍ଯଙ୍କୁ ପ୍ ରମେ କରୁଥିଲେ, ସେ ପିତରଙ୍କୁ କହିଲେ, ଏ ତ ପ୍ରଭୁ। ପିତର ଏତ ପ୍ରଭୁ ବୋଲି ଶୁଣି ତାହାଙ୍କୁ ପୋଷାକ ପିନ୍ଧିଲେ। କାରଣ ସେ କାର୍ୟ୍ଯ କରିବା ପାଇଁ ସବୁ ବସ୍ତ୍ର ଖାଲିେ ଦଇେଥିଲେ। ତା'ପରେ ସେ ପାଣିକୁ ଡଇେଁ ପଡିଲେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ସେଥିରେ ଯୀଶୁ ଯେଉଁ ଶିଷ୍ୟଙ୍କୁ ପ୍ରେମ କରୁଥିଲେ, ସେ ପିତରଙ୍କୁ କହିଲେ, ଏ ତ ପ୍ରଭୁ । ଶିମୋନ ପିତର ଏ ତ ପ୍ରଭୁ ବୋଲି ଶୁଣି ଫୁଙ୍ଗା ଦେହ ହୋଇଥିବାରୁ ଆପଣା ଅଙ୍ଗରଖା ପିନ୍ଧି ସମୁଦ୍ରକୁ ଡେଇଁପଡ଼ିଲେ;
Odia BSI (ପବିତ୍ର ବାଇବଲ (CL) NT (BSI))
ଯୀଶୁଙ୍କ ପ୍ରିୟ ଶିଷ୍ୟ, ପିତରଙ୍କୁ କହିଲେ, “ଏ ନିଶ୍ଚୟ ପ୍ରଭୁ।” ପିତର ଏହା ଶୁଣି ତରବରରେ ଖଣ୍ଡେ ଲୁଗା ଗୁଡ଼େଇ ହୋଇ ପାଣିକୁ ଡେଇଁ ପଡ଼ିଲେ (କାରଣ ସେ ଦେହରୁ ଲୁଗା କାଢ଼ି ମାଛ ଧରୁଥିଲେ)।
Odia Bible ERV 2004 (ପବିତ୍ର ବାଇବଲ)
ଯୀଶୁ ଯେଉଁ ଶିଷ୍ୟଙ୍କୁ ପ୍ରେମ କରୁଥିଲେ, ସେ ପିତରଙ୍କୁ କହିଲେ, “ଏ ତ ପ୍ରଭୁ।” ପିତର ଏତ ପ୍ରଭୁ ବୋଲି ଶୁଣି ତାହାଙ୍କ ପୋଷାକ ପିନ୍ଧିଲେ। କାରଣ ସେ କାର୍ଯ୍ୟ କରିବା ପାଇଁ ସବୁ ବସ୍ତ୍ର ଖୋଲି ଦେଇଥିଲେ। ତା’ପରେ ସେ ପାଣିକୁ ଡେଇଁ ପଡ଼ିଲେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ସେଥିରେ ଯୀଶୁ ଯେଉଁ ଶିଷ୍ୟଙ୍କୁ ପ୍ରେମ କରୁଥିଲେ, ସେ ପିତରଙ୍କୁ କହିଲେ, ଏ ତ ପ୍ରଭୁ। ଶିମୋନ ପିତର ଏ ତ ପ୍ରଭୁ ବୋଲି ଶୁଣି ଅଙ୍ଗରଖା ନ ପିନ୍ଧି ଥିବାରୁ ଆପଣା ଅଙ୍ଗରଖା ପିନ୍ଧି ସମୁଦ୍ରକୁ ଡେଇଁପଡ଼ିଲେ;
Odia IRV 2017 (ଓଡିଆ ବାଇବେଲ)
ସେଥିରେ ଯୀଶୁ ଯେଉଁ ଶିଷ୍ୟଙ୍କୁ ପ୍ରେମ କରୁଥିଲେ, ସେ ପିତରଙ୍କୁ କହିଲେ, ଏ ତ ପ୍ରଭୁ। ଶିମୋନ ପିତର ଏ ତ ପ୍ରଭୁ ବୋଲି ଶୁଣି ଫୁଙ୍ଗା ଦେହ ହୋଇଥିବାରୁ ଆପଣା ଅଙ୍ଗରଖା ପିନ୍ଧି ସମୁଦ୍ରକୁ ଡେଇଁପଡ଼ିଲେ;
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಜೆಜುಚ್ಯಾ ತ್ಯಾ ಪ್ರೆಮಾಚ್ಯಾ ಶಿಸಾನ್ ಸಿಮಾವ್ ಪೆದ್ರುಕ್ “ಧನಿ ತೊ!” ಮಟ್ಲ್ಯಾನ್, ತೊ ಧನಿ ಮನುನ್ ಆಯ್ಕಲ್ಲ್ಯಾ ತನ್ನಾ ಪೆದ್ರುನ್ ಅಪ್ನಾಚೆ ಕಪ್ಡೆ ನೆಸುನ್ ಘೆಟ್ಲ್ಯಾನ್, ಅನಿ ಪಾನಿಯಾತ್ ಹುಡಿ ಮಾರ್‍ಲ್ಯಾನ್.