John 3:26 — Compare Translations

7 translations compared side by side

Odia - 1840
"ତେଣୁ ଶିଷ୍ଯମାନେ ଆସି ଯୋହନଙ୍କୁ କହିଲେ, ହେ ଗୁରୁ, ତୁମ୍ଭ ସହିତ ୟର୍ଦ୍ଦନ ନଦୀର ଆର ପାରି ରେ ଯେଉଁ ଲୋକ ଥିଲେ, ତାହାଙ୍କୁ ମନେ ପକାଅ। ତୁମ୍ଭେ ସହେି ଲୋକ ବିଷୟ ରେ ଲୋକମାନଙ୍କୁ କହିଥିଲ। ସହେି ଲୋକ ବାପ୍ତିସ୍ମ ଦେଉଛନ୍ତି ଓ ଅନକେ ଲୋକ ତାହାଙ୍କ ପାଖକୁ ଯାଉଛନ୍ତି।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଆଉ, ସେମାନେ ଯୋହନଙ୍କ ନିକଟକୁ ଯାଇ ତାଙ୍କୁ କହିଲେ, ହେ ଗୁରୁ, ଯେ ଯର୍ଦ୍ଦନର ଅପର ପାରିରେ ଆପଣଙ୍କ ସହିତ ଥିଲେ, ଯାହାଙ୍କ ସମ୍ଵନ୍ଧରେ ଆପଣ ସାକ୍ଷ୍ୟ ଦେଇଅଛନ୍ତି, ଦେଖନ୍ତୁ, ସେ ବାପ୍ତିସ୍ମ ଦେଉଅଛନ୍ତି ଓ ସମସ୍ତେ ତାହାଙ୍କ ନିକଟକୁ ଯାଉଅଛନ୍ତି ।
Odia BSI (ପବିତ୍ର ବାଇବଲ (CL) NT (BSI))
ସେମାନେ ଯୋହନଙ୍କୁ କହିଲେ, “ଗୁରୁ, ଆପଣଙ୍କ ମନେ ଥିବ, ଯର୍ଦ୍ଦନ ନଦୀର ପୂର୍ବ ପଟେ ଜଣେ ବ୍ୟକ୍ତି ଆପଣଙ୍କ ପାଖରେ ଠିଆ ହୋଇଥିଲେ। ତାଙ୍କ ବିଷୟରେ ଆପଣ ସାକ୍ଷ୍ୟ ଦେଉଥିଲେ। ସେ ଏବେ ନିଜେ ଜଳଦୀକ୍ଷା ଦେଉଛନ୍ତି ଓ ସମସ୍ତେ ତାଙ୍କ ନିକଟକୁ ଯାଉଛନ୍ତି।”
Odia Bible ERV 2004 (ପବିତ୍ର ବାଇବଲ)
ତେଣୁ ଶିଷ୍ୟମାନେ ଆସି ଯୋହନଙ୍କୁ କହିଲେ, “ହେ ଗୁରୁ, ତୁମ୍ଭ ସହିତ ଯର୍ଦ୍ଦନ ନଦୀର ଆର ପାରିରେ ଯେଉଁ ଲୋକ ଥିଲେ, ତାହାଙ୍କୁ ମନେ ପକାଅ। ତୁମ୍ଭେ ସେହି ଲୋକ ବିଷୟରେ ଲୋକମାନଙ୍କୁ କହିଥିଲ। ସେହି ଲୋକ ବାପ୍ତିସ୍ମ ଦେଉଛନ୍ତି ଓ ଅନେକ ଲୋକ ତାହାଙ୍କ ପାଖକୁ ଯାଉଛନ୍ତି।”
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଆଉ, ସେମାନେ ଯୋହନଙ୍କ ନିକଟକୁ ଯାଇ ତାହାଙ୍କୁ କହିଲେ, ହେ ଗୁରୁ, ଯେ ଯର୍ଦ୍ଦନ ନଦୀର ଅପର ପାରିରେ ଆପଣଙ୍କ ସହିତ ଥିଲେ, ଯାହାଙ୍କ ସମ୍ବନ୍ଧରେ ଆପଣ ସାକ୍ଷ୍ୟ ଦେଇଅଛନ୍ତି, ଦେଖନ୍ତୁ, ସେ ବାପ୍ତିସ୍ମ ଦେଉଅଛନ୍ତି ଓ ସମସ୍ତେ ତାହାଙ୍କ ନିକଟକୁ ଯାଉଅଛନ୍ତି।
Odia IRV 2017 (ଓଡିଆ ବାଇବେଲ)
ଆଉ, ସେମାନେ ଯୋହନଙ୍କ ନିକଟକୁ ଯାଇ ତାଙ୍କୁ କହିଲେ, ହେ ଗୁରୁ, ଯେ ଯର୍ଦନର ଅପର ପାରିରେ ଆପଣଙ୍କ ସହିତ ଥିଲେ, ଯାହାଙ୍କ ସମ୍ବନ୍ଧରେ ଆପଣ ସାକ୍ଷ୍ୟ ଦେଇଅଛନ୍ତି, ଦେଖନ୍ତୁ, ସେ ବାପ୍ତିସ୍ମ ଦେଉଅଛନ୍ତି ଓ ସମସ୍ତେ ତାହାଙ୍କ ନିକଟକୁ ଯାଉଅଛନ୍ତି ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ತನ್ನಾ ತೆನಿ ಜುವಾಂವಾಕ್ಡೆ ಗೆಲ್ಯಾನಿ, ಅನಿ “ಗುರುಜಿ, ತುಕಾ ಯಾದ್ ಹಾಯ್ ಕಾಯ್ ಜೊರ್ದಾನಾಚ್ಯಾ ತಿಕುಲ್ಯಾ ದಿಸ್ ಉಗಾವ್ತಲ್ಯಾ ದಿಕ್ಕಾತ್ ತೊ ಮಾನುಸ್ ತುಕಾ ಯಾದ್ ಹಾಯ್ ಕಾಯ್? ಅನಿ ತ್ಯೆಚ್ಯಾ ವಿಶಯಾತ್ ತಿಯಾ ಸಾಕ್ಷಿ ದಿಲ್ಲೆ ಅನಿ ಸಗ್ಳೆ ಲೊಕಾ ತೆಚೆಕ್ಡೆ ಜಾವ್ಲ್ಯಾತ್!” ತೊ ಅತ್ತಾ ಬಾಲ್ತಿಮ್ ದಿವ್‍ಲಾಲಾ, ಮನುನ್ ಸಾಂಗ್ಲ್ಯಾನಿ.