John 3:8 — Compare Translations
7 translations compared side by side
Odia - 1840
"ପବନ ତା' ଇଚ୍ଛା ଅନୁସାରେ ବ ହେ ଓ ନିଜ ଇଚ୍ଛା ରେ ଗତି କରେ। ତୁମ୍ଭେ ପବନ ବହିବାର ଶବ୍ଦ ଶୁଣିଥାଅ, କିନ୍ତୁ ତୁମ୍ଭେ ଜାଣି ନ ଥାଅ, ପବନ କେଉଁଠାରୁ ଆ ସେ ଓ କେଉଁଠାକୁ ଯାଏ। ଆତ୍ମାରୁ ଜନ୍ମ ନଇେଥିବା ପ୍ରେତ୍ୟକକ ଲୋକ ଠିକ୍ ସହେିପରି।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ବାୟୁ ଯେଉଁ ଦିଗରେ ଇଚ୍ଛା କରେ, ସେହି ଦିଗରେ ବହେ, ଆଉ ତୁମ୍ଭେ ତାହାର ଶଦ୍ଦ ଶୁଣିଥାଅ, କିନ୍ତୁ ତାହା କେଉଁଠାରୁ ଆସେ ପୁଣି କେଉଁଠାକୁ ଯାଏ, ତାହା ଜାଣ ନାହିଁ; ଆତ୍ମାଙ୍କଠାରୁ ଜାତ ପ୍ରତ୍ୟେକ ଲୋକ ସମ୍ଵନ୍ଧରେ ସେହିପ୍ରକାର ।
Odia BSI (ପବିତ୍ର ବାଇବଲ (CL) NT (BSI))
ପବନ ଯେଉଁ ଆଡ଼େ ଇଚ୍ଛା ସେହି ଆଡ଼େ ବହେ। ତୁମେ କେବଳ ତା’ର ଶବ୍ଦ ଶୁଣିପାର, କିନ୍ତୁ ତାହା କେଉଁଠାରୁ ଆସିଛି ଓ କେଉଁ ଆଡ଼କୁ ଗତି କରୁଛି, କହି ପାରିବ ନାହିଁ। ଆତ୍ମାଙ୍କଠାରୁ ଜାତ ପ୍ରତ୍ୟେକ ମଧ୍ୟ ସେହିପରି।
Odia Bible ERV 2004 (ପବିତ୍ର ବାଇବଲ)
ପବନ ତା’ ଇଚ୍ଛା ଅନୁସାରେ ବହେ ଓ ନିଜ ଇଚ୍ଛାରେ ଗତି କରେ। ତୁମ୍ଭେ ପବନ ବହିବାର ଶବ୍ଦ ଶୁଣିଥାଅ, କିନ୍ତୁ ତୁମ୍ଭେ ଜାଣି ନ ଥାଅ, ପବନ କେଉଁଠାରୁ ଆସେ ଓ କେଉଁଠାକୁ ଯାଏ। ଆତ୍ମାରୁ ଜନ୍ମ ନେଇଥିବା ପ୍ରତ୍ୟେକ ଲୋକ ଠିକ୍ ସେହିପରି।”
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ବାୟୁ ଯେଉଁ ଦିଗରେ ଇଚ୍ଛା କରେ, ସେହି ଦିଗରେ ବହେ, ଆଉ ତୁମ୍ଭେ ତାହାର ଶବ୍ଦ ଶୁଣିଥାଅ, କିନ୍ତୁ ତାହା କେଉଁଠାରୁ ଆସେ ପୁଣି, କେଉଁଠାକୁ ଯାଏ, ତାହା ଜାଣ ନାହିଁ; ପବିତ୍ର ଆତ୍ମାଙ୍କଠାରୁ ଜାତ ପ୍ରତ୍ୟେକ ଲୋକ ସମ୍ବନ୍ଧରେ ସେହି ପ୍ରକାର।”
Odia IRV 2017 (ଓଡିଆ ବାଇବେଲ)
ବାୟୁ ଯେଉଁ ଦିଗରେ ଇଚ୍ଛା କରେ, ସେହି ଦିଗରେ ବହେ, ଆଉ ତୁମ୍ଭେ ତାହାର ଶବ୍ଦ ଶୁଣିଥାଅ, କିନ୍ତୁ ତାହା କେଉଁଠାରୁ ଆସେ ପୁଣି, କେଉଁଠାକୁ ଯାଏ, ତାହା ଜାଣ ନାହିଁ; ଆତ୍ମାଙ୍କଠାରୁ ଜାତ ପ୍ରତ୍ୟେକ ଲୋକ ସମ୍ବନ୍ଧରେ ସେହି ପ୍ରକାର ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ವಾರೊ ಅಪ್ನಾಕ್ ಕಶೆ ಪಾಜೆ ತಶೆ ಖೆಳ್ತಾ ತೆಚೊ ಅವಾಜ್ ಎವ್ಡೊಚ್ ತುಕಾ ಆಯ್ಕೊ ಯೆತಾ, ಖರೆ ತೊ ಖೈತ್ನಾ ಯೆವ್ಲಾ, ಅನಿ ಖೈ ಜಾವ್ಕ್ ಲಾಗ್ಲಾ ಮನುನ್ ತುಕಾ ಗೊತ್ತ್ ರ್ಹಾಯ್ನಾ ಅಸೆಚ್ ಸಗ್ಳಿ ಲೊಕಾ ಆತ್ಮ್ಯಾಚ್ಯಾ ವೈನಾ ಉಪಜ್ತಾತ್. ಮನುನ್ ಸಾಂಗಟ್ಲ್ಯಾನ್.