John 4:27 — Compare Translations

7 translations compared side by side

Odia - 1840
"ସହେି ସମୟରେ ଯୀଶୁଙ୍କର ଶିଷ୍ଯମାନେ ନଗରରୁ ଫରେିଲେ। ସମାନେେ ଯୀଶୁଙ୍କୁ ଗୋଟିଏ ସ୍ତ୍ରୀଲୋକ ସହିତ କଥା ହବୋ ଦେଖି ଆଶ୍ଚର୍ୟ୍ଯ ହାଇଗେଲେ। କିନ୍ତୁ କହେି ତାହାଙ୍କୁ ଏପରି କିଛି ପ୍ରଶ୍ନ ପଚାରିଲେ ନାହିଁ, ତୁମ୍ଭେ କ'ଣ ଚାହଁ? କିମ୍ବା ତୁମ୍ଭେ କାହିଁକି ତା ସହିତ କଥାବାର୍ତ୍ତା ହେଉଛ?"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଏପରି ସମୟରେ ତାହାଙ୍କର ଶିଷ୍ୟମାନେ ଆସି ତାହାଙ୍କୁ ଜଣେ ସ୍ତ୍ରୀଲୋକ ସହିତ କଥାବାର୍ତ୍ତା କରୁଥିବା ଦେଖି ଚମତ୍କୃତ ହେଲେ, ତଥାପି ଆପଣ କଅଣ ଚାହାନ୍ତି, କିମ୍ଵା କାହିଁକି ତାହା ସାଙ୍ଗରେ କଥା କହୁଅଛନ୍ତି, ଏହା କେହି ପଚାରିଲେ ନାହିଁ ।
Odia BSI (ପବିତ୍ର ବାଇବଲ (CL) NT (BSI))
ଏହି ସମୟରେ ଶିଷ୍ୟମାନେ ସେଠାକୁ ଫେରି ଆସି ଯୀଶୁ ଗୋଟିଏ ସ୍ତ୍ରୀ ଲୋକ ସହିତ କଥାବାର୍ତ୍ତା କରୁଥିବା ଦେଖି ବିସ୍ମିତ ହେଲେ। କିନ୍ତୁ “ତୁମେ କଅଣ ଚାହଁ” ବୋଲି କେହି ତାକୁ ପଚାରିଲେ ନାହିଁ, କିମ୍ବା “ତା’ ସହିତ କାହିଁକି ଆଳାପ କରୁଥିଲେ” ବୋଲି ଯୀଶୁଙ୍କୁ ମଧ୍ୟ ପଚାରିବାକୁ ସାହାସ କଲେ ନାହିଁ।
Odia Bible ERV 2004 (ପବିତ୍ର ବାଇବଲ)
ସେହି ସମୟରେ ଯୀଶୁଙ୍କର ଶିଷ୍ୟମାନେ ନଗରରୁ ଫେରିଲେ। ସେମାନେ ଯୀଶୁଙ୍କୁ ଗୋଟିଏ ସ୍ତ୍ରୀଲୋକ ସହିତ କଥା ହେବା ଦେଖି ଆଶ୍ଚର୍ଯ୍ୟ ହୋଇଗଲେ। କିନ୍ତୁ କେହି ତାହାଙ୍କୁ ଏପରି କିଛି ପ୍ରଶ୍ନ ପଗ୍ଭରିଲେ ନାହିଁ, “ତୁମ୍ଭେ କ’ଣ ଗ୍ଭହଁ?” କିମ୍ବା “ତୁମ୍ଭେ କାହିଁକି ତା’ ସହିତ କଥାବାର୍ତ୍ତା ହେଉଛ?”
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଏପରି ସମୟରେ ତାହାଙ୍କର ଶିଷ୍ୟମାନେ ଆସି ତାହାଙ୍କୁ ଜଣେ ସ୍ତ୍ରୀଲୋକ ସହିତ କଥାବାର୍ତ୍ତା କରୁଥିବା ଦେଖି ଚମତ୍କୃତ ହେଲେ, ତଥାପି ଆପଣ କଅଣ ଚାହାନ୍ତି, କିମ୍ବା କାହିଁକି ତାହା ସାଙ୍ଗରେ କଥା କହୁଅଛନ୍ତି, ଏହା କେହି ପଚାରିଲେ ନାହିଁ।
Odia IRV 2017 (ଓଡିଆ ବାଇବେଲ)
ଏପରି ସମୟରେ ତାହାଙ୍କର ଶିଷ୍ୟମାନେ ଆସି ତାହାଙ୍କୁ ଜଣେ ସ୍ତ୍ରୀଲୋକ ସହିତ କଥାବାର୍ତ୍ତା କରୁଥିବା ଦେଖି ଚମତ୍କୃତ ହେଲେ, ତଥାପି ଆପଣ କ'ଣ ଚାହାଁନ୍ତି, କିମ୍ବା କାହିଁକି ତାହା ସାଙ୍ଗରେ କଥା କହୁଅଛନ୍ତି, ଏହା କେହି ପଚାରିଲେ ନାହିଁ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ತನ್ನಾ ಜೆಜುಚಿ ಶಿಸಾ ಫಾಟಿ ಪರ್ತುನ್ ಯೆಲಿ ಅನಿ ತೊ ಎಕ್ ಬಾಯ್ಕೊಮನ್ಸಿಚ್ಯಾ ವಾಂಗ್ಡಾ ಬೊಲ್ತಲೆ ಬಗುನ್ ತೆಂಕಾ ಅಜಿಬ್ ದಿಸ್ಲೆ, ಖರೆ ಕೊನ್ಬಿ ತ್ಯಾ ಬಾಯ್ಕೊಮನ್ಸಿಕ್ “ತುಕಾ ಕಾಯ್ ಪಾಜೆ? ಮನುನ್ ನಾಹೊಲ್ಯಾರ್ ತಿಯಾ ಕಶ್ಯಾಕ್ ತ್ಯಾ ಬಾಯ್ಕೊಮನ್ಸಿಕ್ಡೆ ಬೊಲುಲೆಯ್?” ಮನುನ್ ಜೆಜುಕ್ ಹೊಂವ್ದಿತ್ ಇಚಾರುಕ್‍ನ್ಯಾತ್.