John 4:42 — Compare Translations
7 translations compared side by side
Odia - 1840
"ଲୋକମାନେ ସେ ସ୍ତ୍ରୀକୁ କହିଲେ, ପ୍ରଥମେ ଆମ୍ଭେ ତୁମ୍ଭ କଥା ଶୁଣି ଯୀଶୁଙ୍କୁ ବିଶ୍ବାସ କରିଥିଲୁ କିନ୍ତୁ ବର୍ତ୍ତମାନ ଆମ୍ଭେ ନିଜେ ତାହାଙ୍କ କଥା ଶୁଣି ବିଶ୍ବାସ କରୁଛୁ। ଆମ୍ଭେ ବର୍ତ୍ତମାନ ଜାଣୁଛୁ ଯେ ସେ ହେଉଛନ୍ତି ପ୍ରକୃତ ରେ ଜଗତର ତ୍ରାଣକର୍ତ୍ତା।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଆଉ, ସେମାନେ ସେହି ସ୍ତ୍ରୀଲୋକକୁ କହିଲେ, ଏବେ ତୁମ୍ଭ କଥା ହେତୁ ଆମ୍ଭେମାନେ ବିଶ୍ଵାସ କରୁ ନାହୁଁ, କାରଣ ଆମ୍ଭେମାନେ ନିଜେ ନିଜେ ଶୁଣିଅଛୁ, ପୁଣି ଏ ଯେ ପ୍ରକୃତରେ ଜଗତର ତ୍ରାଣକର୍ତ୍ତା, ଏହା ଆମ୍ଭେମାନେ ଜାଣିଅଛୁ ।
Odia BSI (ପବିତ୍ର ବାଇବଲ (CL) NT (BSI))
ସେମାନେ ସେହି ସ୍ତ୍ରୀ ଲୋକକୁ କହିଲେ, “କେବଳ ତୁମେ କହିବାରୁ ଆମର ବିଶ୍ୱାସ ହୋଇ ନାହିଁ; ତାଙ୍କ କଥା ନିଜେ ଶୁଣି ସେ ଯେ ପ୍ରକୃତରେ ଜଗତର ତ୍ରାଣକର୍ତ୍ତା, ଏହି ବିଶ୍ୱାସ ଆମର ହୋଇଛି।”
Odia Bible ERV 2004 (ପବିତ୍ର ବାଇବଲ)
ଲୋକମାନେ ସେ ସ୍ତ୍ରୀକୁ କହିଲେ, “ପ୍ରଥମେ ଆମ୍ଭେ ତୁମ୍ଭ କଥା ଶୁଣି ଯୀଶୁଙ୍କୁ ବିଶ୍ୱାସ କରିଥିଲୁ କିନ୍ତୁ ବର୍ତ୍ତମାନ ଆମ୍ଭେ ନିଜେ ତାହାଙ୍କ କଥା ଶୁଣି ବିଶ୍ୱାସ କରୁଛୁ। ଆମ୍ଭେ ବର୍ତ୍ତମାନ ଜାଣୁଛୁ ଯେ ସେ ହେଉଛନ୍ତି ପ୍ରକୃତରେ ଜଗତର ତ୍ରାଣକର୍ତ୍ତା।”
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଆଉ, ସେମାନେ ସେହି ସ୍ତ୍ରୀଲୋକକୁ କହିଲେ, ଏବେ ତୁମ୍ଭ କଥା ହେତୁ ଆମ୍ଭେମାନେ ବିଶ୍ୱାସ କରୁ ନାହୁଁ, ବରଂ ଆମ୍ଭେମାନେ ନିଜେ ନିଜେ ଶୁଣିଅଛୁ, ପୁଣି, ଏ ଯେ ପ୍ରକୃତରେ ଜଗତର ତ୍ରାଣକର୍ତ୍ତା, ଏହା ଆମ୍ଭେମାନେ ଜାଣିଅଛୁ।
Odia IRV 2017 (ଓଡିଆ ବାଇବେଲ)
ଆଉ, ସେମାନେ ସେହି ସ୍ତ୍ରୀଲୋକକୁ କହିଲେ, ଏବେ ତୁମ୍ଭ କଥା ହେତୁ ଆମ୍ଭେମାନେ ବିଶ୍ୱାସ କରୁ ନାହୁଁ, ବରଂ ଆମ୍ଭେମାନେ ନିଜେ ନିଜେ ଶୁଣିଅଛୁ, ପୁଣି, ଏ ଯେ ପ୍ରକୃତରେ ଜଗତର ତ୍ରାଣକର୍ତ୍ତା, ଏହା ଆମ୍ଭେମାନେ ଜାଣିଅଛୁ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಅನಿ ತೆನಿ ತ್ಯಾ ಬಾಯ್ಕೊಮನ್ಸಿಕ್, “ಅಮಿ ಅತ್ತಾ ವಿಶ್ವಾಸ್, ಕರ್ತಾವ್, ಖಾಲಿ ತಿಯಾ ಸಾಂಗಲ್ಲ್ಯಾ ಗೊಸ್ಟಿ ವೈನಾ ನ್ಹಯ್, ಅಮಿ ಅಮ್ಚ್ಯಾ ಕಾನಾನಿ ತೆನಿ ಸಾಂಗ್ತಲಿ ಖಬರ್ ಆಯಿಕ್ಲಾಂವ್, ಅನಿ ಹ್ಯೊಚ್ ಹ್ಯಾ ಜಗಾಚೊ ರಾಕ್ನ್ದಾರ್ ಮನುನ್ ಅಮ್ಕಾ ಕಳ್ಳೆ” ಮಟ್ಲ್ಯಾನಿ.