John 5:36 — Compare Translations

7 translations compared side by side

Odia - 1840
"କିନ୍ତୁ ମାେ ପାଖ ରେ ମାେ ସମ୍ବନ୍ଧ ରେ ଗୋଟିଏ ପ୍ରମାଣ ଅଛି, ଯାହା ଯୋହନଙ୍କ ପ୍ରମାଣଠାରୁ ଅଧିକ ମହତ୍ତ୍ବପୂର୍ଣ୍ଣ। ମୁଁ ଯାହା ସବୁ କରୁଛି, ତାହା ସବୁ ମାରେ ପ୍ରମାଣ। ପରମପିତା ମାେତେ ଏସବୁ କରିବା ପାଇଁ ଦଇେଥିଲେ। ଏହିସବୁ କାର୍ୟ୍ଯରୁ ଏହା ପ୍ରମାଣିତ ହୁଏ ଯେ ପରମପିତା ମାେତେ ପଠାଇଛନ୍ତି।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
କିନ୍ତୁ ଯୋହନଙ୍କର ସାକ୍ଷ୍ୟ ଅପେକ୍ଷା ମୋହର ଗୁରୁତର ସାକ୍ଷ୍ୟ ଅଛି, କାରଣ ପିତା ମୋତେ ଯେ ଯେ କାର୍ଯ୍ୟ ସମାପ୍ତ କରିବାକୁ ଦେଇଅଛନ୍ତି, ଯେସମସ୍ତ କର୍ମ ମୁଁ କରୁଅଛି, ପିତା ମୋତେ ପ୍ରେରଣ କରିଅଛନ୍ତି ବୋଲି ସେହିସବୁ ମୋʼ ବିଷୟରେ ସାକ୍ଷ୍ୟ ଦେଉଅଛି ।
Odia BSI (ପବିତ୍ର ବାଇବଲ (CL) NT (BSI))
କିନ୍ତୁ ମୋ’ ସପକ୍ଷରେ ଯୋହନଙ୍କଠାରୁ ଅଧିକ ଶକ୍ତିଶାଳୀ ଜଣେ ସାକ୍ଷୀ ଅଛନ୍ତି। ପିତା ଈଶ୍ୱରଙ୍କ ଆଜ୍ଞା ଅନୁଯାୟୀ ମୁଁ ଯେଉଁସବୁ କର୍ମ ସାଧନ କରୁଛି, ସେହିସବୁ ହିଁ ମୋ’ ପାଇଁ ଯଥାର୍ଥ ସାକ୍ଷ୍ୟ। ସେହିସବୁ ପ୍ରମାଣ କରୁଛି ଯେ, ମୋତେ ଈଶ୍ୱର ପ୍ରେରଣ କରିଛନ୍ତି।
Odia Bible ERV 2004 (ପବିତ୍ର ବାଇବଲ)
“କିନ୍ତୁ ମୋ’ ପାଖରେ ମୋ’ ସମ୍ବନ୍ଧରେ ଗୋଟିଏ ପ୍ରମାଣ ଅଛି, ଯାହା ଯୋହନଙ୍କ ପ୍ରମାଣଠାରୁ ଅଧିକ ମହତ୍ତ୍ୱପୂର୍ଣ୍ଣ। ମୁଁ ଯାହାସବୁ କରୁଛି, ତାହା ସବୁ ମୋର ପ୍ରମାଣ। ପରମପିତା ମୋତେ ଏସବୁ କରିବା ପାଇଁ ଦେଇଥିଲେ। ଏହିସବୁ କାର୍ଯ୍ୟରୁ ଏହା ପ୍ରମାଣିତ ହୁଏ ଯେ ପରମପିତା ମୋତେ ପଠାଇଛନ୍ତି।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
କିନ୍ତୁ ଯୋହନଙ୍କର ସାକ୍ଷ୍ୟ ଅପେକ୍ଷା ମୋହର ଗୁରୁତର ସାକ୍ଷ୍ୟ ଅଛି, କାରଣ ପିତା ମୋତେ ଯେ ଯେ କାର୍ଯ୍ୟ ସମାପ୍ତ କରିବାକୁ ଦେଇଅଛନ୍ତି, ଯେ ସମସ୍ତ କର୍ମ ମୁଁ କରୁଅଛି, ପିତା ମୋତେ ପ୍ରେରଣ କରିଅଛନ୍ତି ବୋଲି ସେହିସବୁ ମୋʼ ବିଷୟରେ ସାକ୍ଷ୍ୟ ଦେଉଅଛି।
Odia IRV 2017 (ଓଡିଆ ବାଇବେଲ)
କିନ୍ତୁ ଯୋହନଙ୍କର ସାକ୍ଷ୍ୟ ଅପେକ୍ଷା ମୋହର ଗୁରୁତର ସାକ୍ଷ୍ୟ ଅଛି, କାରଣ ପିତା ମୋତେ ଯେ ଯେ କାର୍ଯ୍ୟ ସମାପ୍ତ କରିବାକୁ ଦେଇଅଛନ୍ତି, ଯେ ସମସ୍ତ କର୍ମ ମୁଁ କରୁଅଛି, ପିତା ମୋତେ ପ୍ରେରଣ କରିଅଛନ୍ତି ବୋଲି ସେହି ସବୁ ମୋ' ବିଷୟରେ ସାକ୍ଷ୍ୟ ଦେଉଅଛି ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಖರೆ ಮಾಜ್ಯಾಕ್ಡೆ ಮಾಜ್ಯಾಚ್ ವಿಶಯಾತ್ ಜುವಾಂವಾಕ್ ದಿಲ್ಲ್ಯಾ ಸಾಕ್ಷಿನ್ಕಿ ಮೊಟಿ ಸಾಕ್ಷಿ ಹಾಯ್! ಜೆ ಕಾಯ್ ಮಿಯಾ ಕರುಲಾಲಾ, ತೆ ಮಾಜ್ಯಾ ಬಾಬಾನುಚ್ ಮಾಕಾ ಕರ್ ಮನುನ್ ದಿಲ್ಲೆ ಹಾಯ್, ಹಿ ಮಿಯಾ ಕರ್‍ತಲಿ ಕಾಮಾಚ್ ಮಾಕಾ ಬಾಬಾನ್ ಧಾಡುನ್ ದಿಲ್ಯಾನಾಯ್ ಮನುನ್ ದಾಕ್ವುನ್ ದಿತ್ಯಾತ್.