John 6:27 — Compare Translations
7 translations compared side by side
Odia - 1840
"ପୃଥିବୀର ଖାଦ୍ୟ ପଦାର୍ଥ ନଷ୍ଟ ହାଇଯୋଏ। ତେଣୁ ତୁମ୍ଭେ ସହେିଭଳି ଖାଦ୍ୟ ପାଇବା ପାଇଁ କାର୍ୟ୍ଯ କର ନାହିଁ, ବରଂ ତୁମ୍ଭମାନେେ ଏଭଳି କର ଯାହା ଭଲ ହାଇେ ରହିଥିବ ଓ ତୁମ୍ଭକୁ ସବୁ ଦିନ ପାଇଁ ଜୀବନ ଦବେ। ମନୁଷ୍ଯ ପୁତ୍ର ସହେିପରି ଖାଦ୍ୟ ତୁମ୍ଭକୁ ଦବେେ। ପରମେଶ୍ବର ଦଖାଇେଛନ୍ତି ଯେ, ସେ ମନୁଷ୍ଯ ପୁତ୍ରଙ୍କ ସହିତ ଅଛନ୍ତି।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
କ୍ଷୟୀ ଭକ୍ଷ୍ୟ ନିମନ୍ତେ ଶ୍ରମ ନ କରି, ବରଞ୍ଚ ଯେଉଁ ଅନ; ଜୀବନଦାୟକ ଭକ୍ଷ୍ୟ ଅକ୍ଷୟ ରହେ, ସେଥିନିମନ୍ତେ ଶ୍ରମ କର; ସେହି ଭକ୍ଷ୍ୟ ମନୁଷ୍ୟପୁତ୍ର ତୁମ୍ଭମାନଙ୍କୁ ଦେବେ, କାରଣ ତାହାଙ୍କୁ ପିତା, ଅର୍ଥାତ୍, ଈଶ୍ଵର ମୁଦ୍ରାଙ୍କିତ କଲେପ ।
Odia BSI (ପବିତ୍ର ବାଇବଲ (CL) NT (BSI))
ଯେଉଁ ଖାଦ୍ୟ କ୍ଷୟ ହୁଏ, ତା’ ପାଇଁ ଏତେ ପରିଶ୍ରମ କର ନାହିଁ। ବରଂ ଯେଉଁ ଅକ୍ଷୟ ଖାଦ୍ୟ ଅନନ୍ତ ଜୀବନ ପ୍ରଦାନ କରେ, ସେଥିପାଇଁ ପରିଶ୍ରମ କର। ଏହି ଖାଦ୍ୟ ମନୁଷ୍ୟପୁତ୍ର ଦିଅନ୍ତି, କାରଣ ପିତା ଈଶ୍ୱର ସେଥିପାଇଁ ତାଙ୍କୁ ଅଧିକାର ଦେଇଛନ୍ତି।”
Odia Bible ERV 2004 (ପବିତ୍ର ବାଇବଲ)
ପୃଥିବୀର ଖାଦ୍ୟ ପଦାର୍ଥ ନଷ୍ଟ ହୋଇଯାଏ। ତେଣୁ ତୁମ୍ଭେ ସେହିଭଳି ଖାଦ୍ୟ ପାଇବା ପାଇଁ କାର୍ଯ୍ୟ କର ନାହିଁ, ବରଂ ତୁମ୍ଭେମାନେ ଏଭଳି କାର୍ଯ୍ୟ କର ଯାହା ଭଲ ହୋଇ ରହିଥିବ ଓ ତୁମ୍ଭକୁ ସବୁ ଦିନ ପାଇଁ ଜୀବନ ଦେବ। ମନୁଷ୍ୟପୁତ୍ର ସେହିପରି ଖାଦ୍ୟ ତୁମ୍ଭକୁ ଦେବେ। ପରମେଶ୍ୱର ଦେଖାଇଛନ୍ତି ଯେ, ସେ ମନୁଷ୍ୟପୁତ୍ରଙ୍କ ସହିତ ଅଛନ୍ତି।”
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
କ୍ଷୟୀ ଭକ୍ଷ୍ୟ ନିମନ୍ତେ ଶ୍ରମ ନ କରି, ବରଂ ଯେଉଁ ଅନନ୍ତ ଜୀବନଦାୟକ ଭକ୍ଷ୍ୟ ଅକ୍ଷୟ ରହେ, ସେଥିନିମନ୍ତେ ଶ୍ରମ କର; ସେହି ଭକ୍ଷ୍ୟ ମନୁଷ୍ୟପୁତ୍ର ତୁମ୍ଭମାନଙ୍କୁ ଦେବେ, କାରଣ ତାହାଙ୍କୁ ପିତା, ଅର୍ଥାତ୍, ଈଶ୍ବର ମୁଦ୍ରାଙ୍କିତ କଲେ।”
Odia IRV 2017 (ଓଡିଆ ବାଇବେଲ)
କ୍ଷୟୀ ଭକ୍ଷ୍ୟ ନିମନ୍ତେ ଶ୍ରମ ନ କରି, ବରଂ ଯେଉଁ ଅନନ୍ତ ଜୀବନଦାୟକ ଭକ୍ଷ୍ୟ ଅକ୍ଷୟ ରହେ, ସେଥିନିମନ୍ତେ ଶ୍ରମ କର; ସେହି ଭକ୍ଷ୍ୟ ମନୁଷ୍ୟପୁତ୍ର ତୁମ୍ଭମାନଙ୍କୁ ଦେବେ, କାରଣ ତାହାଙ୍କୁ ପିତା, ଅର୍ଥାତ୍, ଈଶ୍ୱର ମୁଦ୍ରାଙ୍କିତ କଲେ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಹಾಳ್ ಹೊವ್ನ್ ಜಾತಲ್ಯಾ ಜೆವ್ನಾಸಾಟ್ನಿ ರಾಬುನಕಾಶಿ ಕನ್ನಾಚ್ ಮರಾನ್ ನಸಲ್ಲೆ ಜಿವನ್ ದಿತಲ್ಯಾ ಜೆವ್ನಾಸಾಟಿ ರಾಬಾ, ಹೆ ಜೆವಾನ್ ತುಮ್ಕಾ ಮಾನ್ಸಾಚೊ ಲೆಕ್ ದಿತಾ, ಕಶ್ಯಾಕ್ ಮಟ್ಲ್ಯಾರ್ ಸರ್ಗಾ ವೈಲ್ಯಾ ಬಾಬಾನ್ ತ್ಯೆಚ್ಯಾವರ್ತಿ ಛಪ್ಪೊ ಮಾರುನ್ ಥವ್ಲ್ಯಾನಾಯ್” ಮನುನ್ ಸಾಂಗ್ಲ್ಯಾನ್.