John 7:28 — Compare Translations

7 translations compared side by side

Odia - 1840
"ଯୀଶୁ ମନ୍ଦିର ରେ ଉପଦେଶ ଦେଉ ଦେଉ ଉଚ୍ଚ ସ୍ବର ରେ କହିଲେ, ହଁ, ତୁମ୍ଭେ ମାେତେ ଜାଣ ଓ ମୁଁ କେଉଁଠାରୁ ଆସିଛି ତାହା ମଧ୍ଯ ଜାଣ। କିନ୍ତୁ ମୁଁ ମାରେ ନିଜ ଅଧିକାର ବଳ ରେ ଆସି ନାହିଁ। ମୁଁ ସତ୍ଯ ପରମେଶ୍ବରଙ୍କ ଦ୍ବାରା ପଠାଯାଇଛି। ତୁମ୍ଭେ ତାହାଙ୍କୁ ଜାଣି ନାହଁ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ସେଥିରେ ଯୀଶୁ ମନ୍ଦିରରେ ଶିକ୍ଷା ଦେଉ ଦେଉ ଉଚ୍ଚ ସ୍ଵରରେ କହିଲେ, ତୁମ୍ଭେମାନେ ମୋତେ ଓ ମୋର ଉତ୍ପତ୍ତି ଉଭୟ ଜାଣ; ମୁଁ ନିଜଠାରୁ ଆସି ନାହିଁ, କିନ୍ତୁ ମୋର ପ୍ରେରଣକର୍ତ୍ତା ସତ୍, ତାହାଙ୍କୁ ତୁମ୍ଭେମାନେ ଜାଣ ନାହିଁ ।
Odia BSI (ପବିତ୍ର ବାଇବଲ (CL) NT (BSI))
ଯୀଶୁ ମନ୍ଦିରରେ ଶିକ୍ଷା ଦେବାବେଳେ ଉଚ୍ଚ ସ୍ୱରରେ କହିଲେ: “ମୁଁ କିଏ ଓ କେଉଁଠାରୁ ଆସିଛି, ତୁମ୍ଭେମାନେ କଅଣ ପ୍ରକୃତରେ ଜାଣ? ମୁଁ ନିଜ ଅଧିକାର ବଳରେ ଆସିନାହିଁ। ମୋତେ ଯେ ପ୍ରେରଣ କରିଛନ୍ତି, ସେ ସତ୍। ତୁମେ ତାଙ୍କୁ ଜାଣ ନାହିଁ।
Odia Bible ERV 2004 (ପବିତ୍ର ବାଇବଲ)
ଯୀଶୁ ମନ୍ଦିରରେ ଉପଦେଶ ଦେଉ ଦେଉ ଉଚ୍ଚ ସ୍ୱରରେ କହିଲେ, “ହଁ, ତୁମ୍ଭେ ମୋତେ ଜାଣ ଓ ମୁଁ କେଉଁଠାରୁ ଆସିଛି ତାହା ମଧ୍ୟ ଜାଣ। କିନ୍ତୁ ମୁଁ ମୋର ନିଜ ଅଧିକାର ବଳରେ ଆସି ନାହିଁ। ମୁଁ ସତ୍ୟ ପରମେଶ୍ୱରଙ୍କ ଦ୍ୱାରା ପଠାଯାଇଛି। ତୁମ୍ଭେ ତାହାଙ୍କୁ ଜାଣି ନାହଁ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ସେଥିରେ ଯୀଶୁ ମନ୍ଦିରରେ ଶିକ୍ଷା ଦେଉ ଦେଉ ଉଚ୍ଚସ୍ୱରରେ କହିଲେ, “ତୁମ୍ଭେମାନେ ମୋତେ ଓ ମୋହର ଉତ୍ପତ୍ତି ଉଭୟ ଜାଣ; ମୁଁ ନିଜଠାରୁ ଆସି ନାହିଁ, କିନ୍ତୁ ମୋହର ପ୍ରେରଣକର୍ତ୍ତା ସତ, ତାହାଙ୍କୁ ତୁମ୍ଭେମାନେ ଜାଣ ନାହିଁ।
Odia IRV 2017 (ଓଡିଆ ବାଇବେଲ)
ସେଥିରେ ଯୀଶୁ ମନ୍ଦିରରେ ଶିକ୍ଷା ଦେଉ ଦେଉ ଉଚ୍ଚସ୍ୱରରେ କହିଲେ, ତୁମ୍ଭେମାନେ ମୋତେ ଓ ମୋର ଉତ୍ପତ୍ତି ଉଭୟ ଜାଣ; ମୁଁ ନିଜଠାରୁ ଆସି ନାହିଁ, କିନ୍ତୁ ମୋର ପ୍ରେରଣକର୍ତ୍ତା ସତ, ତାହାଙ୍କୁ ତୁମ୍ଭେମାନେ ଜାଣ ନାହିଁ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ತನ್ನಾ ಜೆಜು ದೆವಾಚ್ಯಾ ಗುಡಿತ್ ಶಿಕ್ವುತಾನಾ ಜೆಜುನ್ ಮೊಟ್ಯಾ ಅವಾಜಾನ್, ಮಿಯಾ ಕೊನ್ ಅನಿ ಖೈತ್ನಾ ಯೆಲಾ ಮನುನ್ ತುಮ್ಕಾ ಖರೆಚ್! ಗೊತ್ತ್ ಹಾಯ್ ಕಾಯ್? ಮಿಯಾ ಮಾಜ್ಯಾ ಸ್ವತಾಚ್ಯಾ ಅದಿಕಾರ್‍ಯಾನ್ ಯೆವ್ಕ್ ನಾ. ಮಾಕಾ ಧಾಡುನ್ ದಿಲ್ಲೊ ಖರೊ ಮಾನುಸ್. ತುಮಿ ತೆಕಾ ವಳ್ಕಿನ್ಯಾಶಿ.