John 7:35 — Compare Translations
7 translations compared side by side
Odia - 1840
"ଯିହୂଦୀମାନେ ପରସ୍ପର କୁହାକୁହି ହେଲେ, ଏ ଲୋକ ଏପରି କେଉଁଠାକୁ ୟିବ ଯେ, ଆମ୍ଭେ ତାହାକୁ ପାଇବା ନାହିଁ। ସେ କ'ଣ ଗ୍ରୀକ୍ ନଗରଗୁଡିକୁ ୟିବ, ଯେଉଁଠା ରେ ଆମ୍ଭ ଲୋକମାନେ ରୁହନ୍ତି? ସେ ସଠାେରେ ଗ୍ରୀକ୍ ଲୋକମାନଙ୍କୁ ଶିକ୍ଷା ଦବେ କି?"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଏଥିରେ ଯିହୁଦୀମାନେ ପରସ୍ପର କହିଲେ, ଏ କେଉଁଠାକୁ ଯିବା ପାଇଁ ବାହାରିଅଛି ଯେ, ଆମ୍ଭେମାନେ ତାହାକୁ ପାଇବା ନାହିଁ? ଏ କଅଣ ଗ୍ରୀକ୍ମାନଙ୍କ ମଧ୍ୟରେ ଛିନ୍ନଭିନ୍ନ ଯିହୁଦୀମାନଙ୍କ ନିକଟକୁ ଯାଇ ଗ୍ରୀକ୍ମାନଙ୍କୁ ଶିକ୍ଷା ଦେବାକୁ ବାହାରିଅଛି?
Odia BSI (ପବିତ୍ର ବାଇବଲ (CL) NT (BSI))
ଇହୁଦୀ କର୍ତ୍ତୃପକ୍ଷମାନେ ପରସ୍ପରକୁ ପଚାରିଲେ, “ସେ ଏପରି କେଉଁ ସ୍ଥାନକୁ ଯିବେ ଯେ, ଆମେ ତାଙ୍କୁ ଖୋଜି ପାଇ ପାରିବା ନାହିଁ? ଯେଉଁ ଗ୍ରୀକ୍ ସହରମାନଙ୍କରେ ଆମ ସମ୍ପ୍ରଦାୟର ଲୋକମାନେ ଅଛନ୍ତି, ସେ କ’ଣ ସେଠାକୁ ଯାଇ ଗ୍ରୀକ୍ମାନଙ୍କୁ ଶିକ୍ଷା ଦେବେ?
Odia Bible ERV 2004 (ପବିତ୍ର ବାଇବଲ)
ଯିହୂଦୀମାନେ ପରସ୍ପର କୁହାକୁହି ହେଲେ, “ଏ ଲୋକ ଏପରି କେଉଁଠାକୁ ଯିବ ଯେ, ଆମ୍ଭେ ତାହାକୁ ପାଇବା ନାହିଁ। ସେ କ’ଣ ଗ୍ରୀକ୍ ନଗର ଗୁଡ଼ିକୁ ଯିବ, ଯେଉଁଠାରେ ଆମ୍ଭ ଲୋକମାନେ ରୁହନ୍ତି? ସେ ସେଠାରେ ଗ୍ରୀକ୍ ଲୋକମାନଙ୍କୁ ଶିକ୍ଷା ଦେବ କି?
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଏଥିରେ ଯିହୁଦୀମାନେ ପରସ୍ପର କହିଲେ, ଏ କେଉଁଠାକୁ ଯିବା ପାଇଁ ବାହାରିଅଛି ଯେ, ଆମ୍ଭେମାନେ ତାହାକୁ ପାଇବା ନାହିଁ? ଏ କଅଣ ଗ୍ରୀକ୍ମାନଙ୍କ ମଧ୍ୟରେ ଛିନ୍ନଭିନ୍ନ ଆମ୍ଭମାନଙ୍କ ଯିହୁଦୀମାନଙ୍କ ନିକଟକୁ ଯାଇ ଗ୍ରୀକ୍ମାନଙ୍କୁ ଶିକ୍ଷା ଦେବାକୁ ବାହାରିଅଛି?
Odia IRV 2017 (ଓଡିଆ ବାଇବେଲ)
ଏଥିରେ ଯିହୂଦୀମାନେ ପରସ୍ପର କହିଲେ, ଏ କେଉଁଠାକୁ ଯିବା ପାଇଁ ବାହାରିଅଛି ଯେ, ଆମ୍ଭେମାନେ ତାହାକୁ ପାଇବା ନାହିଁ? ଏ କ'ଣ ଗ୍ରୀକ୍ମାନଙ୍କ ମଧ୍ୟରେ ଛିନ୍ନଭିନ୍ନ ଯିହୂଦୀମାନଙ୍କ ନିକଟକୁ ଯାଇ ଗ୍ରୀକ୍ମାନଙ୍କୁ ଶିକ୍ଷା ଦେବାକୁ ବାହାରିଅଛି?
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಜುದೆವಾಂಚ್ಯಾ ಅದಿಕಾರ್ಯಾನಿ ಅಪ್ನಾಂಚ್ಯಾ ಮದ್ದಿಚ್, “ಅಮ್ಕಾ ಗಾವಿನಸ್ಲ್ಯಾಕ್ಡೆ ಹ್ಯೊ ಖೈ ಜಾವ್ಕ್ ಲಾಗ್ಲಾ? ಹ್ಯೊ ಅಮ್ಚಿ ಲೊಕಾ ಹೊತ್ತ್ಯಾ ಗ್ರಿಕ್ ಶಾರಾಕ್ನಿ ಜಾವ್ನ್ ಶಿಕ್ವುತಾ ಕಾಯ್?