John 8:14 — Compare Translations

7 translations compared side by side

Odia - 1840
"ଯୀଶୁ ଉତ୍ତର ଦେଲେ, ହଁ, ମୁଁ ମାେ ବିଷୟ ରେ ଏସବୁ କଥା କହୁଛି, କିନ୍ତୁ ମୁଁ ଯାହା କହୁଛି, ଲୋକେ ବିଶ୍ବାସ କରି ପାରିବେ। କାରଣ ମୁଁ ଜାଣେ, ମୁଁ କେଉଁଠାରୁ ଆସିଛି ଓ ମୁଁ କେଉଁଆଡେ ଯାଉଛି। ମୁଁ ତୁମ୍ଭମାନଙ୍କ ଭଳି ନୁହେଁ। ତୁମ୍ଭେ ଜାଣି ନାହଁ, ମୁଁ କେଉଁଠାରୁ ଆସିଛି ଓ କେଉଁଠାକୁ ଯାଉଛି।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଯୀଶୁ ସେମାନଙ୍କୁ ଉତ୍ତର ଦେଲେ, ମୁଁ ଯଦି ନିଜ ବିଷୟରେ ସାକ୍ଷ୍ୟ ଦେଉଥାଏ, ତେବେ ସୁଦ୍ଧା ମୋହର ସାକ୍ଷ୍ୟ ସତ୍ୟ, କାରଣ ମୁଁ କେଉଁ ସ୍ଥାନରୁ ଆସିଅଛି ଓ କେଉଁ ସ୍ଥାନକୁ ଯାଉଅଛି, ତାହା ଜାଣେ, କିନ୍ତୁ ମୁଁ କେଉଁ ସ୍ଥାନରୁ ଆସେ କିମ୍ଵା କେଉଁ ସ୍ଥାନକୁ ଯାଏ, ତାହା ତୁମ୍ଭେମାନେ ଜାଣ ନାହିଁ ।
Odia BSI (ପବିତ୍ର ବାଇବଲ (CL) NT (BSI))
ଯୀଶୁ ଉତ୍ତର ଦେଲେ, “ନା- ମୁଁ ନିଜ ପାଇଁ ସାକ୍ଷ୍ୟ ଦେଲେ ସୁଦ୍ଧା, ମୁଁ ଯାହା କହୁଛି ତାହା ସତ୍ୟ, କାରଣ ମୁଁ ଜାଣେ, ମୁଁ କେଉଁଠାରୁ ମୋର ଆଗମନ ଓ କେଉଁଠାକୁ ମୋର ପ୍ରସ୍ଥାନ, ତୁମେ ତାହା ଜାଣ ନାହିଁ।
Odia Bible ERV 2004 (ପବିତ୍ର ବାଇବଲ)
ଯୀଶୁ ଉତ୍ତର ଦେଲେ, “ହଁ, ମୁଁ ମୋ’ ବିଷୟରେ ଏସବୁ କଥା କହୁଛି, କିନ୍ତୁ ମୁଁ ଯାହା କହୁଛି, ଲୋକେ ବିଶ୍ୱାସ କରି ପାରିବେ। କାରଣ ମୁଁ ଜାଣେ, ମୁଁ କେଉଁଠାରୁ ଆସିଛି ଓ ମୁଁ କେଉଁଆଡ଼େ ଯାଉଛି। ମୁଁ ତୁମ୍ଭମାନଙ୍କ ଭଳି ନୁହେଁ। ତୁମ୍ଭେ ଜାଣି ନାହଁ, ମୁଁ କେଉଁଠାରୁ ଆସିଛି ଓ କେଉଁଠାକୁ ଯାଉଛି।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଯୀଶୁ ସେମାନଙ୍କୁ ଉତ୍ତର ଦେଲେ, “ମୁଁ ଯଦି ନିଜ ବିଷୟରେ ସାକ୍ଷ୍ୟ ଦେଉଥାଏ, ତେବେ ସୁଦ୍ଧା ମୋହର ସାକ୍ଷ୍ୟ ସତ୍ୟ, କାରଣ ମୁଁ କେଉଁ ସ୍ଥାନରୁ ଆସିଅଛି ଓ କେଉଁ ସ୍ଥାନକୁ ଯାଉଅଛି, ତାହା ଜାଣେ, କିନ୍ତୁ ମୁଁ କେଉଁ ସ୍ଥାନରୁ ଆସେ କିମ୍ବା କେଉଁ ସ୍ଥାନକୁ ଯାଏ, ତାହା ତୁମ୍ଭେମାନେ ଜାଣ ନାହିଁ।
Odia IRV 2017 (ଓଡିଆ ବାଇବେଲ)
ଯୀଶୁ ସେମାନଙ୍କୁ ଉତ୍ତର ଦେଲେ, ମୁଁ ଯଦି ନିଜ ବିଷୟରେ ସାକ୍ଷ୍ୟ ଦେଉଥାଏ, ତେବେ ସୁଦ୍ଧା ମୋହର ସାକ୍ଷ୍ୟ ସତ୍ୟ, କାରଣ ମୁଁ କେଉଁ ସ୍ଥାନରୁ ଆସିଅଛି ଓ କେଉଁ ସ୍ଥାନକୁ ଯାଉଅଛି, ତାହା ଜାଣେ, କିନ୍ତୁ ମୁଁ କେଉଁ ସ୍ଥାନରୁ ଆସେ କିମ୍ବା କେଉଁ ସ୍ଥାନକୁ ଯାଏ, ତାହା ତୁମ୍ଭେମାନେ ଜାଣ ନାହିଁ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ತನ್ನಾ ಜೆಜುನ್ ಜವಾಬ್ ದಿಲ್ಲ್ಯಾನ್, “ಮಿಯಾ ಮಾಜ್ಯಾಚ್ ವಿಶಯಾತ್ ಸಾಕ್ಷಿ ಸಾಂಗ್ಲ್ಯಾರ್ ತೆಕಾ ಕಿಮ್ಮತ್ ಹಾಯ್, ಕಶ್ಯಾಕ್ ಮಟ್ಲ್ಯಾರ್ ಮಿಯಾ ಖೈತ್ನಾ ಯೆಲಾ, ಅನಿ ಖೈ ಜಾವ್ಕ್ ಲಾಗ್ಲಾ ಮನುನ್ ಮಾಕಾ ಗೊತ್ತ್ ಹಾಯ್. ತುಮ್ಕಾ ಮಿಯಾ ಖೈತ್ನಾ ಯೆಲಾ ಅನಿ ಖೈ ಜಾವ್ಕ್ ಲಾಗ್ಲಾ ಮನುನ್ ಗೊತ್ತ್ ನಾ.