John 8:20 — Compare Translations
7 translations compared side by side
Odia - 1840
"ଯୀଶୁ ଏସବୁ କଥା ମନ୍ଦିର ପରିସର ରେ ଉପଦେଶ ଦଲୋ ବେଳେ କହିଲେ। ଦାନ ପାତ୍ର ରେ ଦାନ ପକାଉଥିବା ସ୍ଥାନ ନିକଟରେ ଯୀଶୁ ଠିଆ ହାଇେଥିଲେ। କିନ୍ତୁ କହେି ଲୋକ ତାହାଙ୍କୁ ବନ୍ଦୀ କଲେ ନାହିଁ। ଯୀଶୁଙ୍କର ଉଚିତ ସମୟ ସପେର୍ୟ୍ଯନ୍ତ ଆସି ନଥିଲା।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ସେ ମନ୍ଦିର ମଧ୍ୟରେ ଶିକ୍ଷା ଦେଉଥିବା ସମୟରେ ଭଣ୍ତାର ନିକଟରେ ଏହିସମସ୍ତ କଥା କହିଲେ, କିନ୍ତୁ କେହି ତାହାଙ୍କୁ ଧରିଲେ ନାହିଁ, କାରଣ ତାହାଙ୍କର ସମୟ ସେପର୍ଯ୍ୟନ୍ତ ଉପସ୍ଥିତ ହୋଇ ନ ଥିଲା, ।
Odia BSI (ପବିତ୍ର ବାଇବଲ (CL) NT (BSI))
ମନ୍ଦିରର ଦାନ ସଂଗ୍ରହ ବାକ୍ସଗୁଡ଼ିକ ରଖାଯାଇଥିବା କୋଠରୀରେ ଯୀଶୁ ଏସବୁ ବିଷୟ ଶିକ୍ଷା ଦେଉଥିଲେ, କିନ୍ତୁ ତାଙ୍କ ସମୟ ଆସି ନ ଥିବାରୁ କେହି ତାଙ୍କୁ ଗିରଫ କରିପାରିଲେ ନାହିଁ।
Odia Bible ERV 2004 (ପବିତ୍ର ବାଇବଲ)
ଯୀଶୁ ଏସବୁ କଥା ମନ୍ଦିର ପରିସରରେ ଉପଦେଶ ଦେଲାବେଳେ କହିଲେ। ଦାନ ପାତ୍ରରେ ଦାନ ପକାଉଥିବା ସ୍ଥାନ ନିକଟରେ ଯୀଶୁ ଠିଆ ହୋଇଥିଲେ। କିନ୍ତୁ କେହି ଲୋକ ତାହାଙ୍କୁ ବନ୍ଦୀ କଲେ ନାହିଁ। ଯୀଶୁଙ୍କର ଉଚିତ୍ ସମୟ ସେପର୍ଯ୍ୟନ୍ତ ଆସି ନ ଥିଲା।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ସେ ମନ୍ଦିର ମଧ୍ୟରେ ଶିକ୍ଷା ଦେଉଥିବା ସମୟରେ ଭଣ୍ଡାର ନିକଟରେ ଏହି ସମସ୍ତ କଥା କହିଲେ, କିନ୍ତୁ କେହି ତାହାଙ୍କୁ ଧରିଲେ ନାହିଁ, କାରଣ ତାହାଙ୍କର ନିଯୁକ୍ତ ସମୟ ସେପର୍ଯ୍ୟନ୍ତ ଉପସ୍ଥିତ ହୋଇ ନ ଥିଲା।
Odia IRV 2017 (ଓଡିଆ ବାଇବେଲ)
ସେ ମନ୍ଦିର ମଧ୍ୟରେ ଶିକ୍ଷା ଦେଉଥିବା ସମୟରେ ଭଣ୍ଡାର ନିକଟରେ ଏହି ସମସ୍ତ କଥା କହିଲେ, କିନ୍ତୁ କେହି ତାହାଙ୍କୁ ଧରିଲେ ନାହିଁ, କାରଣ ତାହାଙ୍କର ସମୟ ସେପର୍ଯ୍ୟନ୍ତ ଉପସ୍ଥିତ ହୋଇ ନ ଥିଲା ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಜೆಜು ದೆವಾಚ್ಯಾ ಗುಡಿತ್ ಹಿ ಸಗ್ಳಿ ಗೊಸ್ಟಿಯಾ ಶಿಕ್ವುತಾನಾ ಕಾನಿಕಾಚೆ ಡಬ್ಬೆ ಥವಲ್ಲ್ಯಾ ಖೊಲಿತ್ ಹೊತ್ತೊ ಖರೆ ಕೊನ್ ಬಿ ತೆಕಾ ಧರುಕ್ ನಾತ್. ಕಶ್ಯಾಕ್ ಮಟ್ಲ್ಯಾರ್ ತೆಚೊ ಎಳ್ ಅಜುನ್ ಯೆವ್ನಸಲ್ಲೊ.