John 8:28 — Compare Translations
7 translations compared side by side
Odia - 1840
"ତେଣୁ ଯୀଶୁ ସମାନଙ୍କେୁ କହିଲେ, ତୁମ୍ଭମାନେେ ମନୁଷ୍ଯପୁତ୍ରଙ୍କୁ ଉର୍ଦ୍ଧ୍ବକୁ(ବଧକରିବାକୁ) ଉଠାଇବ। ସେତବେେଳେ ମୁଁ ଯେ ସହେି ବ୍ଯକ୍ତି ତାହା ତୁମ୍ଭେ ବୁଝି ପାରିବ। ମୁଁ ନିଜେ ଯାହା କରୁଛି, ଏସବୁ ମାେ ନିଜ ଅଧିକାରରୁ କରୁ ନାହିଁ, ପରମପିତା ମାେତେ ଯାହା ଶିକ୍ଷା ଦଇେଛନ୍ତି ସହେି କଥା ଯେ କବଳେ ମୁଁ କହୁଛି, ଏହା ତୁମ୍ଭେ ପରେ ଜାଣି ପାରିବ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଅତଏବ, ଯୀଶୁ କହିଲେ, ଯେତେବେଳେ ତୁମ୍ଭେମାନେ ମନୁଷ୍ୟପୁତ୍ରଙ୍କୁ ଊର୍ଦ୍ଧ୍ଵକୁ ଉଠାଇଥିବ, ସେତେବେଳେ ମୁଁ ଯେ ସେହି ବ୍ୟକ୍ତି ଓ ମୁଁ ନିଜରୁ କିଛି ନ କରି ବରଂ ପିତା ମୋତେ ଯେପ୍ରକାର ଶିକ୍ଷା ଦେଲେ, ସେହିପ୍ରକାର ଏସମସ୍ତ କଥା ଯେ କହୁଅଛି, ଏହା ତୁମ୍ଭେମାନେ ବୁଝିବ ।
Odia BSI (ପବିତ୍ର ବାଇବଲ (CL) NT (BSI))
ତେଣୁ ସେ ସେମାନଙ୍କୁ କହିଲେ: “ଯେତେବେଳେ ତୁମ୍ଭେମାନେ ମନୁଷ୍ୟପୁତ୍ରଙ୍କୁ ଊଦ୍ଧ୍ୱର୍ରେ ସ୍ଥାପନ କରିବ, ସେତେବେଳେ ବୁଝିପାରିବ, ପ୍ରକୃତରେ ‘ମୁଁ ସ୍ୱୟଂ ସେହି।’ ସେତେବେଳେ ତୁମ୍ଭେମାନେ ଜାଣିବ, ମୁଁ ନିଜ ଅଧିକାରରେ କିଛି କରେ ନାହିଁ। ପିତାଙ୍କଠାରୁ ଯାହା ଶିକ୍ଷା କରିଛି, ତାହା କହେ।
Odia Bible ERV 2004 (ପବିତ୍ର ବାଇବଲ)
ତେଣୁ ଯୀଶୁ ସେମାନଙ୍କୁ କହିଲେ, “ତୁମ୍ଭେମାନେ ମନୁଷ୍ୟପୁତ୍ରଙ୍କୁ ଊର୍ଦ୍ଧ୍ୱକୁ(ବଧକରିବାକୁ) ଉଠାଇବ। ସେତେବେଳେ ମୁଁ ଯେ ସେହି ବ୍ୟକ୍ତି ତାହା ତୁମ୍ଭେ ବୁଝି ପାରିବ। ମୁଁ ନିଜେ ଯାହା କରୁଛି, ଏସବୁ ମୋ’ ନିଜ ଅଧିକାରରୁ କରୁ ନାହିଁ, ପରମପିତା ମୋତେ ଯାହା ଶିକ୍ଷା ଦେଇଛନ୍ତି ସେହି କଥା ଯେ କେବଳ ମୁଁ କହୁଛି, ଏହା ତୁମ୍ଭେ ପରେ ଜାଣି ପାରିବ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଅତଏବ, ଯୀଶୁ କହିଲେ, “ଯେତେବେଳେ ତୁମ୍ଭେମାନେ ମନୁଷ୍ୟପୁତ୍ରଙ୍କୁ ଗୌରବ ଦେବ, ସେତେବେଳେ ମୁଁ ଯେ ସେହି ବ୍ୟକ୍ତି ଓ ମୁଁ ନିଜରୁ କିଛି ନ କରି ବରଂ ପିତା ମୋତେ ଯେପ୍ରକାର ଶିକ୍ଷା ଦେଲେ, ସେହି ପ୍ରକାର ଏସମସ୍ତ କଥା ଯେ କହୁଅଛି, ଏହା ତୁମ୍ଭେମାନେ ବୁଝିବ।
Odia IRV 2017 (ଓଡିଆ ବାଇବେଲ)
ଅତଏବ, ଯୀଶୁ କହିଲେ, ଯେତେବେଳେ ତୁମ୍ଭେମାନେ ମନୁଷ୍ୟପୁତ୍ରଙ୍କୁ ଗୌରବ ଦେବ, ସେତେବେଳେ ମୁଁ ଯେ ସେହି ବ୍ୟକ୍ତି ଓ ମୁଁ ନିଜରୁ କିଛି ନ କରି ବରଂ ପିତା ମୋତେ ଯେପ୍ରକାର ଶିକ୍ଷା ଦେଲେ, ସେହି ପ୍ରକାର ଏସମସ୍ତ କଥା ଯେ କହୁଅଛି, ଏହା ତୁମ୍ଭେମାନେ ବୁଝିବ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ತಸೆಮನುನ್ ಜೆಜುನ್ ತೆಂಕಾ, “ತುಮಿ ಮಾನ್ಸಾಚ್ಯಾಲೆಕಾಕ್ ವೈರ್ ಉಕಲಲ್ಲ್ಯಾ ತನ್ನಾ, ಮಿಯಾ ಕೊನ್ ಮನುನ್ ತುಮ್ಕಾ ಕಳ್ತಾ. ಖರೆ ಮಿಯಾ ಕರ್ತಲೆ ಮಾಜ್ಯಾ ಸ್ವತಾಚ್ಯಾ ಅದಿಕಾರ್ಯಾನ್ ಕಾಯ್ ಬಿ ಕರಿನಾ ಹೊಲಾ ಮನುನ್ ತುಮ್ಕಾ ಕಳ್ತಾ. ಮಿಯಾ ಖಾಲಿ ಮಾಜ್ಯಾ ಬಾಬಾನ್ ಮಾಕಾ ಸಾಂಗುನ್ ಧಾಡಲ್ಲ್ಯಾ ಸರ್ಕೆ ಸಾಂಗುಲಾಲಾ.