John 8:52 — Compare Translations
7 translations compared side by side
Odia - 1840
"ଯିହୂଦୀମାନେ ଯୀଶୁଙ୍କୁ କହିଲେ, ଆମ୍ଭେ ବର୍ତ୍ତମାନ ଜାଣିଲୁ ଯେ, ତୁମ୍ଭ ଭିତ ରେ ଗୋଟିଏ ଭୂତ ଅଛି। ଏପରିକି ଅବ୍ରାହାମ ମରିଥିଲେ ଓ ଭବିଷ୍ଯଦ୍ବକ୍ତାମାନେ ମଧ୍ଯ ମରିଥିଲେ। କିନ୍ତୁ ତୁମ୍ଭେ କହୁଛ, 'ମାେ ଉପଦେଶ ମାନିବା ଲୋକ କଦାପି ମରିବ ନାହିଁ।'"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଯିହୁଦୀମାନେ ତାହାଙ୍କୁ କହିଲେ, ଏବେ ଆମ୍ଭେମାନେ ଜାଣିଲୁ ଯେ, ତୋତେ ଭୂତ ଲାଗିଅଛି, ଅବ୍ରହାମ ଓ ଭାବବାଦୀମାନେ ମୃତ୍ୟୁଭୋଗ କରିଅଛନ୍ତି, ଆଉ ତୁ କହୁଅଛୁ, ଯଦି କେହି ମୋହର ବାକ୍ୟ ପାଳନ କରେ, ତାହାହେଲେ ସେ କଦାପି କେବେ ହେଁ ମୃତ୍ୟୁର ଆସ୍ଵାଦ ପାଇବ ନାହିଁ ।
Odia BSI (ପବିତ୍ର ବାଇବଲ (CL) NT (BSI))
ସେମାନେ ତାଙ୍କୁ କହିଲେ, “ବର୍ତ୍ତମାନ ଆମ ଠିକ୍ ଜାଣୁଛୁ ଯେ, ତୁମକୁ ଭୂତ ଧରିଛି। ଅବ୍ରାହାମ ଓ ଭାବବାଦୀମାନେ ସମସ୍ତେ ମରିଛନ୍ତି; ଆଉ ତୁମେ କହୁଛ, ଯିଏ ତୁମ ଉପଦେଶ ପାଳନ କରିବ, ସେ କେବେ ମରିବ ନାହିଁ।
Odia Bible ERV 2004 (ପବିତ୍ର ବାଇବଲ)
ଯିହୂଦୀମାନେ ଯୀଶୁଙ୍କୁ କହିଲେ, “ଆମ୍ଭେ ବର୍ତ୍ତମାନ ଜାଣିଲୁ ଯେ, ତୁମ୍ଭ ଭିତରେ ଗୋଟିଏ ଭୂତ ଅଛି। ଏପରିକି ଅବ୍ରହାମ ମରିଥିଲେ ଓ ଭବିଷ୍ୟଦ୍ବକ୍ତାମାନେ ମଧ୍ୟ ମରିଥିଲେ। କିନ୍ତୁ ତୁମ୍ଭେ କହୁଛ, ‘ମୋ’ ଉପଦେଶ ମାନିବା ଲୋକ କଦାପି ମରିବ ନାହିଁ।’
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଯିହୁଦୀ ଲୋକମାନେ ତାହାଙ୍କୁ କହିଲେ, ଏବେ ଆମ୍ଭେମାନେ ଜାଣିଲୁ ଯେ, ତୋତେ ଭୂତ ଲାଗିଅଛି, ଅବ୍ରହାମ ଓ ଭାବବାଦୀମାନେ ମୃତ୍ୟୁଭୋଗ କରିଅଛନ୍ତି, ଆଉ ତୁ କହୁଅଛୁ, ଯଦି କେହି ମୋହର ବାକ୍ୟ ପାଳନ କରେ, ତାହାହେଲେ ସେ କଦାପି ମୃତ୍ୟୁର ଆସ୍ୱାଦ ପାଇବ ନାହିଁ।
Odia IRV 2017 (ଓଡିଆ ବାଇବେଲ)
ଯିହୂଦୀମାନେ ତାହାଙ୍କୁ କହିଲେ, ଏବେ ଆମ୍ଭେମାନେ ଜାଣିଲୁ ଯେ, ତୋତେ ଭୂତ ଲାଗିଅଛି, ଅବ୍ରହାମ ଓ ଭାବବାଦୀମାନେ ମୃତ୍ୟୁଭୋଗ କରିଅଛନ୍ତି, ଆଉ ତୁ କହୁଅଛୁ, ଯଦି କେହି ମୋହର ବାକ୍ୟ ପାଳନ କରେ, ତାହାହେଲେ ସେ କଦାପି ମୃତ୍ୟୁର ଆସ୍ୱାଦ ପାଇବ ନାହିଁ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಜುದೆವಾನಿ ತೆಕಾ ಖರೆ ಸಾಂಗಲ್ಲ್ಯಾನಿ, “ಅತ್ತಾ ತುಕಾ ಗಿರೊ ಲಾಗಲ್ಲೆ ಖರೆಚ್!” ಮನುನ್ ಅಮ್ಕಾ ಖಾತ್ರಿ ಹೊಲಿ! ಅಬ್ರಾಹಾಮ್ ಮರ್ಲೊ, ಪ್ರವಾದಿಬಿ ಮರುನ್ ಗೆಲೆ, ಖರೆ ತಿಯಾ ಮನ್ತೆಯ್ ಜೊ ಕೊನ್ ಮಾಜೆ ಶಿಕ್ವುತಲ್ಯಾನಿ ಖಾಲ್ತಿ ಹೊವ್ನ್ ಚಲ್ತಾತ್ ತೆನಿ ಕನ್ನಾಚ್ ಮರಿನ್ಯಾತ್ ಮನುನ್ ಮನ್ತೆಯ್.