John 8:9 — Compare Translations
7 translations compared side by side
Odia - 1840
"ଯେଉଁମାନେ ଯୀଶୁଙ୍କର ଏ କଥା ଶୁଣୁଥିଲେ ସମାନେେ ସଠାରୁେ ଜଣ ଜଣ ହାଇେ ଚାଲି ଗଲେ। ଆଗେ ବୟସ୍କ ଲୋକେ ଓ ତା'ପରେ ଅନ୍ୟମାନେ ଚାଲିଗଲେ। କବଳେ ଯୀଶୁ ଓ ସହେି ସ୍ତ୍ରୀଲୋକଟି ସଠାେରେ ରହିଗଲେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ତାହା ଶୁଣି ସେମାନେ ବଡ଼ଠାରୁ ଆରମ୍ଭ କରି ଜଣ ଜଣ ହୋଇ ବାହାରି ଯିବାକୁ ଲାଗିଲେ, ଆଉ କେବଳ ଯୀଶୁ ଓ ମଧ୍ୟସ୍ଥଳରେ ସେହି ସ୍ତ୍ରୀଲୋକ ଅବଶିଷ୍ଟ ରହିଲେ ।
Odia BSI (ପବିତ୍ର ବାଇବଲ (CL) NT (BSI))
ଯୀଶୁଙ୍କ କଥା ଶୁଣି ସେମାନଙ୍କ ମଧ୍ୟରୁ ସମସ୍ତେ ଜଣକ ପରେ ଜଣେ ଚାଲିଗଲେ। ବୟୋଜ୍ୟେଷ୍ଠମାନେ ପ୍ରଥମେ ପଳାଇଗଲେ। ଶେଷରେ ସେଠାରେ ରହିଗଲେ କେବଳ ଯୀଶୁ ଓ ତାଙ୍କ ସମ୍ମୁଖରେ ଠିଆହୋଇ ରହିଥିଲା ସେହି ସ୍ତ୍ରୀ ଲୋକଟି।
Odia Bible ERV 2004 (ପବିତ୍ର ବାଇବଲ)
ଯେଉଁମାନେ ଯୀଶୁଙ୍କର ଏ କଥା ଶୁଣୁଥିଲେ ସେମାନେ ସେଠାରୁ ଜଣ ଜଣ ହୋଇ ଗ୍ଭଲି ଗଲେ। ଆଗେ ବୟସ୍କ ଲୋକେ ଓ ତା’ପରେ ଅନ୍ୟମାନେ ଗ୍ଭଲିଗଲେ। କେବଳ ଯୀଶୁ ଓ ସେହି ସ୍ତ୍ରୀଲୋକଟି ସେଠାରେ ରହିଗଲେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ତାହା ଶୁଣି ସେମାନେ ବଡ଼ଠାରୁ ଆରମ୍ଭ କରି ଜଣ ଜଣ ହୋଇ ବାହାରିଯିବାକୁ ଲାଗିଲେ, ଆଉ କେବଳ ଯୀଶୁ ଓ ମଧ୍ୟସ୍ଥଳରେ ସେହି ସ୍ତ୍ରୀଲୋକ ଅବଶିଷ୍ଟ ରହିଲେ।
Odia IRV 2017 (ଓଡିଆ ବାଇବେଲ)
ତାହା ଶୁଣି ସେମାନେ ବଡ଼ଠାରୁ ଆରମ୍ଭ କରି ଜଣ ଜଣ ହୋଇ ବାହାରିଯିବାକୁ ଲାଗିଲେ, ଆଉ କେବଳ ଯୀଶୁ ଓ ମଧ୍ୟସ୍ଥଳରେ ସେହି ସ୍ତ୍ରୀଲୋକ ଅବଶିଷ୍ଟ ରହିଲେ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಅಶೆಚ್ ಹೆ ಆಯ್ಕಲ್ಲ್ಯಾ ತನ್ನಾ ತೆನಿ ಮ್ಹಾತಾರ್ಯಾಕ್ನಾ ಧರುನ್ ಹರೆಕ್ಲೊ ಎಕೆಕ್ಲೆಚ್ ಸಗ್ಳಿ ಲೊಕಾ ಗೆಲೆ ಥೈ ಇಬೆ ಹೊತ್ತ್ಯಾ ಬಾಯ್ಕೊಮನ್ಸಿಚ್ಯಾ ವಾಂಗ್ಡಾ ಜೆಜು ಎಕ್ಲೊಚ್ ಹುರ್ಲೊ.