John 9:16 — Compare Translations
7 translations compared side by side
Odia - 1840
"କେତକେ ଫାରୂଶୀମାନେ କହିଲେ, ଏ ଲୋକ ବିଶ୍ରାମବାରର ନିୟମ ମାନୁ ନାହିଁ। ତେଣୁ ସେ ପରମେଶ୍ବରଙ୍କ ପାଖରୁ ଆସି ନାହିଁ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ତହୁଁ ଫାରୂଶୀମାନଙ୍କ ମଧ୍ୟରୁ କେହି କେହି କହିଲେ, ସେ ଲୋକଟା ଈଶ୍ଵରଙ୍କ ନିକଟରୁ ଆସି ନାହିଁ, କାରଣ ସେ ବିଶ୍ରାମବାର ପାଳନ କରୁ ନାହିଁ । ଆଉ, କେହି କେହି କହିଲେ, ପାପୀ ଲୋକ କିପରି ଏହିପ୍ରକାର ଆଶ୍ଚର୍ଯ୍ୟକର୍ମସବୁ କରି ପାରେ? ଏହିପରିଭାବେ ସେମାନଙ୍କ ମଧ୍ୟରେ ମତଭେଦ ହେଲା ।
Odia BSI (ପବିତ୍ର ବାଇବଲ (CL) NT (BSI))
ଫାରୁଶୀମାନଙ୍କ ମଧ୍ୟରୁ କେତେକ କହିଲେ, “ଯେ ଏ କାର୍ଯ୍ୟ କରିଛି, ସେ ଈଶ୍ୱରଙ୍କଠାରୁ ଆସି ନାହିଁ, କାରଣ ସେ ବିଶ୍ରାମବାର ବିଧାନ ଲଙ୍ଘନ କରିଛି।” ଅନ୍ୟମାନେ କହିଲେ, “ଜଣେ ଲୋକ ପାପୀ ହୋଇ ଏଭଳି ଅଲୌକିକ କାର୍ଯ୍ୟ କିପରି କରିପାରିବ?” ଏ ବିଷୟ ନେଇ ସେମାନଙ୍କ ଭିତରେ ବିଭେଦ ସୃଷ୍ଟି ହେଲା।
Odia Bible ERV 2004 (ପବିତ୍ର ବାଇବଲ)
କେତେକ ଫାରୂଶୀମାନେ କହିଲେ, “ଏ ଲୋକ ବିଶ୍ରାମବାରର ନିୟମ ମାନୁନାହିଁ। ତେଣୁ ସେ ପରମେଶ୍ୱରଙ୍କ ପାଖରୁ ଆସି ନାହିଁ।” ଅନ୍ୟମାନେ କହିଲେ, “ଜଣେ ପାପୀ କେବେ ଏଭଳି ଆଶ୍ଚର୍ଯ୍ୟ କାର୍ଯ୍ୟ କରି ପାରିବ ନାହିଁ।” ଏହା ଯିହୂଦୀମାନଙ୍କ ମଧ୍ୟରେ ମତଭେଦ ହେଲା।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ତହୁଁ ଫାରୂଶୀମାନଙ୍କ ମଧ୍ୟରୁ କେହି କେହି କହିଲେ, ସେ ଲୋକଟା ଈଶ୍ବରଙ୍କ ନିକଟରୁ ଆସି ନାହିଁ, କାରଣ ସେ ବିଶ୍ରାମବାର ପାଳନ କରୁ ନାହିଁ। ଆଉ, କେହି କେହି କହିଲେ, ପାପୀ ଲୋକ କିପରି ଏହି ପ୍ରକାର ଆଶ୍ଚର୍ଯ୍ୟକର୍ମସବୁ କରିପାରେ? ଏହିପରି ଭାବେ ସେମାନଙ୍କ ମଧ୍ୟରେ ମତଭେଦ ହେଲା।
Odia IRV 2017 (ଓଡିଆ ବାଇବେଲ)
ତହୁଁ ଫାରୂଶୀମାନଙ୍କ ମଧ୍ୟରୁ କେହି କେହି କହିଲେ, ସେ ଲୋକଟା ଈଶ୍ୱରଙ୍କ ନିକଟରୁ ଆସି ନାହିଁ, କାରଣ ସେ ବିଶ୍ରାମବାର ପାଳନ କରୁ ନାହିଁ । ଆଉ, କେହି କେହି କହିଲେ, ପାପୀ ଲୋକ କିପରି ଏହି ପ୍ରକାର ଆଶ୍ଚର୍ଯ୍ୟ କର୍ମସବୁ କରି ପାରେ? ଏହିପରି ଭାବେ ସେମାନଙ୍କ ମଧ୍ୟରେ ମତଭେଦ ହେଲା ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ತನ್ನಾ ಉಲ್ಲಿ ಫಾರಿಜೆವಾನಿ " ಹೆ ಕರಲ್ಲೊ ಮಾನುಸ್ ದೆವಾಕ್ ನಾ ಯೆಲ್ಲೊ ನ್ಹಯ್," ತೊ ಸಬ್ಬಾತಾಚೊ ಖಾಯ್ದೊಚ್ ಪಾಳಿನಾ, ಮಟ್ಲ್ಯಾನಿ. ಖರೆ ಅನಿ ಉಲ್ಲ್ಯಾನಿ " ಎಕ್ ಪಾಪಿ ಮಾನ್ಸಾನ್ ಎವ್ಡೆ ಮೊಟೆ ಅಜಾಪ್ ಕಶೆ ಕರುಕ್ ಹೊತಾ?" ಮಟ್ಲ್ಯಾನಿ, ಅಶೆ ತೆಂಚ್ಯಾ- ತೆಂಚ್ಯಾ ಮದ್ದಿಚ್ ವಾದ್ವಿವಾದ್ ಹೊಲ್ಲೆ.