Jonah 3:7 — Compare Translations

5 translations compared side by side

Odia - 1840
"ରାଜା ଏକ ସ୍ବତନ୍ତ୍ର ବାର୍ତ୍ତା ଲେଖି ନଗରକୁ ପଠାଇଲେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ପୁଣି, ରାଜାର ଓ ଅଧ୍ୟକ୍ଷଗଣର ଆଜ୍ଞାନୁସାରେ ସେ ନୀନିବୀର ସର୍ବତ୍ର ଏହି କଥା ଘୋଷଣା ଓ ପ୍ରଚାର କରାଇଲା, ଯଥା, ମନୁଷ୍ୟ କି ପଶୁ କିଅବା ଗୋମେଷାଦି ପଲ କେହି କିଛି ଆସ୍ଵାଦନ ନ କରୁ; ସେମାନେ ଭୋଜନ କି ଜଳ-ପାନ ନ କରନ୍ତୁ;
Odia Bible ERV 2004 (ପବିତ୍ର ବାଇବଲ)
ରାଜା ଏକ ସ୍ୱତନ୍ତ୍ର ବାର୍ତ୍ତା ଲେଖି ନଗରକୁ ପଠାଇଲେ। ଏହି ବାର୍ତ୍ତା ରାଜା ଓ ତାଙ୍କର ମୁଖ୍ୟ ଶାସକମାନଙ୍କର ଥିଲା। ସେହି ବାର୍ତ୍ତାରେ ଥିଲା କୌଣସି ମନୁଷ୍ୟ ବା ପ୍ରାଣୀ କିଛି ସମୟ ପାଇଁ କିଛି ଖାଇବେ ନାହିଁ। କୌଣସି ଗୋରୁପଲ କି ମେଷପଲ ପଡ଼ିଆରେ ଚରିବେ ନାହିଁ। ନୀନିବୀର କୌଣସି ଜୀବନ୍ତ ପ୍ରାଣୀ କିଛି ଖାଇବେ ନାହିଁ କି ପିଇବେ ନାହିଁ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ପୁଣି, ରାଜାର ଓ ଅଧ୍ୟକ୍ଷମାନଙ୍କର ଆଜ୍ଞାନୁସାରେ ସେ ନୀନିବୀର ସର୍ବତ୍ର ଏହି କଥା ଘୋଷଣା ଓ ପ୍ରଚାର କରାଇଲା, ଯଥା, “ମନୁଷ୍ୟ କି ପଶୁ କିଅବା ଗୋମେଷାଦି ପଲ କେହି କିଛି ଆସ୍ୱାଦନ ନ କରୁ; ସେମାନେ ଭୋଜନ କି ଜଳ ପାନ ନ କରନ୍ତୁ;
Odia IRV 2017 (ଓଡିଆ ବାଇବେଲ)
ପୁଣି, ରାଜାର ଓ ଅଧ୍ୟକ୍ଷଗଣର ଆଜ୍ଞାନୁସାରେ ସେ ନୀନିବୀର ସର୍ବତ୍ର ଏହି କଥା ଘୋଷଣା ଓ ପ୍ରଚାର କରାଇଲା, ଯଥା, “ମନୁଷ୍ୟ କି ପଶୁ କିଅବା ଗୋମେଷାଦି ପଲ କେହି କିଛି ଆସ୍ୱାଦନ ନ କରୁ; ସେମାନେ ଭୋଜନ କି ଜଳ ପାନ ନ କରନ୍ତୁ;