Joshua 2:1 — Compare Translations
5 translations compared side by side
Odia - 1840
"ନୂନର ପକ୍ସ୍ଟତ୍ର ଯିହାଶୂେୟ ଏବଂ ସମସ୍ତ ଲୋକ ଆକାସିଆ ରେ ଛାଉଣୀ ସ୍ଥାପନ କଲେ। ଯିହାଶୂେୟ ଦକ୍ସ୍ଟଇଜଣ ଗକ୍ସ୍ଟଲ୍ଗଚରଙ୍କକ୍ସ୍ଟ ପଠାଇଲେ, କୌଣସି ଲୋକ ଏକଥା ଜାଣି ନ ଥିଲେ, ସେ ଏମାନଙ୍କୁ ଗୋପନ ରେ ପଠାଇ ଥିଲେ। ଯିହାଶୂେୟ ଦକ୍ସ୍ଟଇ ଜଣଙ୍କକ୍ସ୍ଟ କହିଲେ, ୟାଅ ବିଶଷେତଃ ଯିରୀହାେ ନଗର ନିରୀକ୍ଷଣ କର।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଅନନ୍ତର ନୂନର ପୁତ୍ର ଯିହୋଶୂୟ ଶିଟିମଠାରୁ ଚର ରୂପେ ଦୁଇ ମନୁଷ୍ୟଙ୍କୁ ଏହି କଥା କହି ଗୋପନରେ ପଠାଇଲେ, ତୁମ୍ଭେମାନେ ଯାଇ ସେହି ଦେଶ ଓ ଯିରୀହୋ ନଗର ନିରୀକ୍ଷଣ କର । ତହୁଁ ସେମାନେ ଯାଇ ରାହାବ ନାମ୍ନୀ ଏକ ବେଶ୍ୟାର ଗୃହରେ ଉପସ୍ଥିତ ହୋଇ ସେଠାରେ ବସା କଲେ ।
Odia Bible ERV 2004 (ପବିତ୍ର ବାଇବଲ)
ଯିରୀହୋ ନଗରରେ ଗୁପ୍ତଚରଗଣ ନୂନର ପୁତ୍ର ଯିହୋଶୂୟ ଏବଂ ସମସ୍ତ ଲୋକ ଆକାସିଆରେ ଛାଉଣି ସ୍ଥାପନ କଲେ। ଯିହୋଶୂୟ ଦୁଇଜଣ ଗୁପ୍ତଚରଙ୍କୁ ପଠାଇଲେ, କୌଣସି ଲୋକ ଏ କଥା ଜାଣି ନ ଥିଲେ, ସେ ଏମାନଙ୍କୁ ଗୋପନରେ ପଠାଇ ଥିଲେ। ଯିହୋଶୂୟ ଦୁଇ ଜଣଙ୍କୁ କହିଲେ, “ଯାଅ, ବିଶେଷତଃ ଯିରୀହୋ ନଗର ନିରୀକ୍ଷଣ କର।” ତେଣୁ ସେମାନେ ଯିରୀହୋ ନଗରକୁ ଗଲେ, ସେମାନେ ଯାଇ ଏକ ବ୍ୟଭିଗ୍ଭରିଣୀ ଗୃହରେ ରହିଲେ। ସେହି ବ୍ୟଭିଗ୍ଭରିଣୀର ନାମ ରାହାବ ଥିଲା।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଏଥିଉତ୍ତାରେ ନୂନର ପୁତ୍ର ଯିହୋଶୂୟ ଶିଟୀମଠାରୁ ଗୁପ୍ତଚର ରୂପେ ଦୁଇ ମନୁଷ୍ୟଙ୍କୁ ଏହି କଥା କହି ଗୋପନରେ ପଠାଇଲେ, “ତୁମ୍ଭେମାନେ ଯାଇ ସେହି ଦେଶ ଓ ଯିରୀହୋ ନଗର ନିରୀକ୍ଷଣ କର।” ତହୁଁ ସେମାନେ ଯାଇ ରାହାବ ନାମ୍ନୀ ଏକ ବେଶ୍ୟାର ଗୃହରେ ଉପସ୍ଥିତ ହୋଇ ସେଠାରେ ଅସ୍ଥାୟୀ ଭାବରେ ବସା କଲେ।
Odia IRV 2017 (ଓଡିଆ ବାଇବେଲ)
ଏଥିଉତ୍ତାରେ ନୂନର ପୁତ୍ର ଯିହୋଶୂୟ ଶିଟୀମଠାରୁ ଗୁପ୍ତଚର ରୂପେ ଦୁଇ ମନୁଷ୍ୟଙ୍କୁ ଏହି କଥା କହି ଗୋପନରେ ପଠାଇଲେ, ତୁମ୍ଭେମାନେ ଯାଇ ସେହି ଦେଶ ଓ ଯିରୀହୋ ନଗର ନିରୀକ୍ଷଣ କର। ତହୁଁ ସେମାନେ ଯାଇ ରାହାବ ନାମ୍ନୀ ଏକ ବେଶ୍ୟାର ଗୃହରେ ଉପସ୍ଥିତ ହୋଇ ସେଠାରେ ଅସ୍ଥାୟୀ ଭାବରେ ବସା କଲେ।