Joshua 22:33 — Compare Translations
5 translations compared side by side
Odia - 1840
"ଇଶ୍ରାୟେଲର ଲୋକମାନେ ଏକଥା ଶକ୍ସ୍ଟଣି ସନ୍ତକ୍ସ୍ଟଷ୍ଟ ହେଲେ। ସମାନେେ ବହକ୍ସ୍ଟତ ଖକ୍ସ୍ଟସି ହେଲେ ଏବଂ ସଦାପ୍ରଭୁଙ୍କୁ ମଧ୍ଯ ଧନ୍ଯବାଦ ଜଣାଇଲେ। ସମାନେେ ପକ୍ସ୍ଟନର୍ବାର ନିଷ୍ପତି ନେଲେ, ରକ୍ସ୍ଟବନ୍େ, ଗାଦ ଓ ମନଃଶିର ବଂଶ ବିରକ୍ସ୍ଟଦ୍ଧ ରେ ୟକ୍ସ୍ଟଦ୍ଧ ନ କରିବା ପାଇଁ। ଏବଂ ସେ ସ୍ଥାନଙ୍କକ୍ସ୍ଟ ଧ୍ବଂସ କରିବା ପାଇଁ ଯେଉଁଠା ରେ ରକ୍ସ୍ଟବନ୍େ, ଗାଦ ଓ ମନଃଶିର ବଂଶର ଲୋକମାନେ ବାସ କରୁଛନ୍ତି।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ତହିଁରେ ଇସ୍ରାଏଲ-ସନ୍ତାନଗଣ ସେହି କଥାରେ ସନ୍ତୁଷ୍ଟ ହେଲେ; ପୁଣି ଇସ୍ରାଏଲ-ସନ୍ତାନଗଣ ପରମେଶ୍ଵରଙ୍କର ଧନ୍ୟବାଦ କଲେ, ଆଉ ରୁବେନ୍-ସନ୍ତାନଗଣର ଓ ଗାଦ୍-ସନ୍ତାନଗଣର ବସତି-ଦେଶ ବିନାଶ କରିବା ପାଇଁ ସେମାନଙ୍କ ବିରୁଦ୍ଧରେ ଯୁଦ୍ଧକୁ ଯିବା କଥା ଆଉ କହିଲେ ନାହିଁ ।
Odia Bible ERV 2004 (ପବିତ୍ର ବାଇବଲ)
ଇସ୍ରାଏଲର ଲୋକମାନେ ଏ କଥା ଶୁଣି ସନ୍ତୁଷ୍ଟ ହେଲେ। ସେମାନେ ବହୁତ ଖୁସୀ ହେଲେ ଏବଂ ସଦାପ୍ରଭୁଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଲେ। ସେମାନେ ପୁନର୍ବାର ନିଷ୍ପତ୍ତି ନେଲେ, ରୁବେନ୍, ଗାଦ୍ ଓ ମନଃଶିର ବଂଶ ବିରୁଦ୍ଧରେ ଯୁଦ୍ଧ ନ କରିବା ପାଇଁ। ଏବଂ ସେ ସ୍ଥାନକୁ ଧ୍ୱଂସ ନ କରିବା ପାଇଁ ଯେଉଁଠାରେ ରୁବେନ୍, ଗାଦ୍ ଓ ମନଃଶିର ବଂଶର ଲୋକମାନେ ବାସ କରୁଛନ୍ତି।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ତହିଁରେ ଇସ୍ରାଏଲ-ସନ୍ତାନଗଣ ସେହି କଥାରେ ସନ୍ତୁଷ୍ଟ ହେଲେ; ପୁଣି ଇସ୍ରାଏଲ-ସନ୍ତାନଗଣ ପରମେଶ୍ୱରଙ୍କର ଧନ୍ୟବାଦ କଲେ, ଆଉ ରୁବେନ୍-ସନ୍ତାନଗଣର ଓ ଗାଦ୍-ସନ୍ତାନଗଣର ବସତି-ଦେଶ ବିନାଶ କରିବା ପାଇଁ ସେମାନଙ୍କ ବିରୁଦ୍ଧରେ ଯୁଦ୍ଧକୁ ଯିବା କଥା ଆଉ କହିଲେ ନାହିଁ।
Odia IRV 2017 (ଓଡିଆ ବାଇବେଲ)
ତହିଁରେ ଇସ୍ରାଏଲ ସନ୍ତାନଗଣ ସେହି କଥାରେ ସନ୍ତୁଷ୍ଟ ହେଲେ; ପୁଣି ଇସ୍ରାଏଲ ସନ୍ତାନଗଣ ପରମେଶ୍ୱରଙ୍କର ଧନ୍ୟବାଦ କଲେ, ଆଉ ରୁବେନ୍-ସନ୍ତାନଗଣର ଓ ଗାଦ୍ ସନ୍ତାନଗଣର ବସତି-ଦେଶ ବିନାଶ କରିବା ପାଇଁ ସେମାନଙ୍କ ବିରୁଦ୍ଧରେ ଯୁଦ୍ଧକୁ ଯିବା କଥା ଆଉ କହିଲେ ନାହିଁ।