Joshua 5:1 — Compare Translations

5 translations compared side by side

Odia - 1840
"ଇଶ୍ରାୟେଲର ଲୋକମାନେ ନଦୀ ପାର ହବୋ ପର୍ୟ୍ଯନ୍ତ ସଦାପ୍ରଭୁ ୟର୍ଦ୍ଦନ ନଦୀକକ୍ସ୍ଟ ଶକ୍ସ୍ଟଷ୍କ ରଖିଲେ। ଯେତବେେଳେ ୟର୍ଦ୍ଦନର ପଶ୍ଚିମ ପାରିସ୍ଥିତ ଇମାରେିଯ ରାଜାମାନେ ଓ ଭୂମଧ୍ଯ ସମକ୍ସ୍ଟଦ୍ର ନିକଟସ୍ଥ କିଣାନୀଯ ରାଜାମାନେ ଏହା ଶୁଣିଲେ, ସେତବେେଳେ ସମାନଙ୍କେର ହୃଦଯ ତରଳି ଗଲା ଓ ଇଶ୍ରାୟେଲମାନଙ୍କୁ ସମ୍ମକ୍ସ୍ଟଖୀନ ହବୋ ସକାେଶ ସମାନେେ ସମାନଙ୍କେର ସାହାସ ହରାଇଲେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଅନନ୍ତର ଆମ୍ଭେମାନେ ପାର ହେବାଯାଏ ସଦାପ୍ରଭୁ ଇସ୍ରାଏଲ-ସନ୍ତାନଗଣ ସମ୍ମୁଖରୁ ଯର୍ଦ୍ଦନ-ଜଳ କିରୂପେ ଶୁଷ୍କ କଲେ, ଏହା ଯେତେବେଳେ ଯର୍ଦ୍ଦନର ପଶ୍ଚିମ ପାରିସ୍ଥିତ ଇମୋରୀୟ ରାଜଗଣ ଓ ସମୁଦ୍ର ନିକଟସ୍ଥ କିଣାନୀୟ ରାଜଗଣ ଶୁଣିଲେ, ସେତେବେଳେ ସେମାନଙ୍କ ହୃଦୟ ତରଳି ଗଲା ଓ ଇସ୍ରାଏଲ-ସନ୍ତାନମାନଙ୍କ ମୁଖ ସକାଶୁ ସେମାନଙ୍କଠାରେ ଆତ୍ମା ଆଉ ରହିଲା ନାହିଁ ।
Odia Bible ERV 2004 (ପବିତ୍ର ବାଇବଲ)
ଇସ୍ରାଏଲର ଲୋକମାନେ ନଦୀ ପାର ହେବା ପର୍ଯ୍ୟନ୍ତ ସଦାପ୍ରଭୁ ଯର୍ଦ୍ଦନ ନଦୀକୁ ଶୁଷ୍କ ରଖିଲେ। ଯେତେବେଳେ ଯର୍ଦ୍ଦନର ପଶ୍ଚିମ ପାରିସ୍ଥିତ ଇମୋରୀୟ ରାଜାମାନେ ଓ ଭୂମଧ୍ୟ ସମୁଦ୍ର ନିକଟସ୍ଥ କିଣାନୀୟ ରାଜାମାନେ ଏହା ଶୁଣିଲେ, ସେତେବେଳେ ସେମାନଙ୍କର ହୃଦୟ ତରଳି ଗଲା ଓ ଇସ୍ରାଏଲୀୟମାନଙ୍କୁ ସମ୍ମୁଖୀନ ହେବା ସକାଶେ ସେମାନେ ସେମାନଙ୍କର ସାହସ ହରାଇଲେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଏଥିଉତ୍ତାରେ ଆମ୍ଭେମାନେ ପାର ହେବା ପର୍ଯ୍ୟନ୍ତ ସଦାପ୍ରଭୁ ଇସ୍ରାଏଲ-ସନ୍ତାନଗଣ ସମ୍ମୁଖରୁ ଯର୍ଦ୍ଦନ ନଦୀର ଜଳ କିପରି ଶୁଷ୍କ କଲେ, ଏହା ଯେତେବେଳେ ଯର୍ଦ୍ଦନର ପଶ୍ଚିମପାରିସ୍ଥିତ ଇମୋରୀୟ ରାଜାଗଣ ଓ ସମୁଦ୍ର ନିକଟସ୍ଥ କିଣାନୀୟ ରାଜାଗଣ ଶୁଣିଲେ, ସେତେବେଳେ ସେମାନଙ୍କ ହୃଦୟ ତରଳି ଗଲା ଓ ଇସ୍ରାଏଲ ସନ୍ତାନମାନଙ୍କ ମୁଖ ସକାଶୁ ସେମାନଙ୍କଠାରେ ଆତ୍ମା ଆଉ ରହିଲା ନାହିଁ।
Odia IRV 2017 (ଓଡିଆ ବାଇବେଲ)
ଏଥିଉତ୍ତାରେ ଆମ୍ଭେମାନେ ପାର ହେବା ପର୍ଯ୍ୟନ୍ତ ସଦାପ୍ରଭୁ ଇସ୍ରାଏଲ ସନ୍ତାନଗଣ ସମ୍ମୁଖରୁ ଯର୍ଦ୍ଦନ ନଦୀର ଜଳ କିପରି ଶୁଷ୍କ କଲେ, ଏହା ଯେତେବେଳେ ଯର୍ଦ୍ଦନର ପଶ୍ଚିମପାରିସ୍ଥିତ ଇମୋରୀୟ ରାଜାଗଣ ଓ ସମୁଦ୍ର ନିକଟସ୍ଥ କିଣାନୀୟ ରାଜାଗଣ ଶୁଣିଲେ, ସେତେବେଳେ ସେମାନଙ୍କ ହୃଦୟ ତରଳି ଗଲା ଓ ଇସ୍ରାଏଲ ସନ୍ତାନମାନଙ୍କ ମୁଖ ସକାଶୁ ସେମାନଙ୍କଠାରେ ଆତ୍ମା ଆଉ ରହିଲା ନାହିଁ।