Jude 1:3 — Compare Translations
7 translations compared side by side
Odia - 1840
"ପ୍ରିୟ ବନ୍ଧୁମାନେ, ମୁଁ ତୁମ୍ଭମାନଙ୍କ ପାଖକୁ ଆମ୍ଭେ ସମସ୍ତେ ଅଂଶୀଦାର ହାଇେଥିବା ପରିତ୍ରାଣ ସମ୍ବନ୍ଧ ରେ ଲେଖିବା ପାଇଁ ବହୁତ ଇଚ୍ଛା କରୁଥିଲି। କିନ୍ତୁ ତାହା ବଦଳ ରେ ମୁଁ ଅନ୍ୟ କଥା ଲେଖିବା ଆବଶ୍ଯକ ଇଚ୍ଛା କଲି; ମୁଁ ତୁମ୍ଭକୁ ବିଶ୍ବାସ ସକାେଶ କଠିନ ପରିଶ୍ରମ କରିବା ପାଇଁ ଉତ୍ସାହିତ କରିବାକୁ ଚା ହେଁ। ପରମେଶ୍ବର ତାହାଙ୍କର ପବିତ୍ର ଲୋକମାନଙ୍କୁ ସହେି ବିଶ୍ବାସ ଦଇେଥିଲେ। ପରମେଶ୍ବର ଏକାଥରକେ ଏହି ବିଶ୍ବାସ ଦଇେଛନ୍ତି ଓ ଏହା ସବୁଦିନ ପାଇଁ ଉତ୍ତମ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ହେ ପ୍ରିୟମାନେ, ମୁଁ ଆମ୍ଭମାନଙ୍କର ସାଧାରଣ ପରିତ୍ରାଣ ସମ୍ଵନ୍ଧରେ ତୁମ୍ଭମାନଙ୍କ ନିକଟକୁ କିଛି ଲେଖିବାକୁ ବିଶେଷ ଯନିଶୀଳ ହୋଇ ସାଧୁମାନଙ୍କ ନିକଟରେ ଏକାଥରକେ ସମର୍ପିତ ବିଶ୍ଵାସ ସପକ୍ଷରେ ପ୍ରାଣପଣରେ ଯୁଦ୍ଧ କରିବା ପାଇଁ ତୁମ୍ଭମାନଙ୍କୁ ଉତ୍ସାହିତ କରିବା ନିମନ୍ତେ ଲେଖିବା ଆବଶ୍ୟକ ମନେ କଲି ।
Odia BSI (ପବିତ୍ର ବାଇବଲ (CL) NT (BSI))
ପ୍ରିୟ ବନ୍ଧୁଗଣ, ଆମେ ସମସ୍ତେ ଯେଉଁ ପରିତ୍ରାଣର ଅଂଶୀ, ସେ ବିଷୟରେ ତୁମ୍ଭମାନଙ୍କ ନିକଟକୁ ଲେଖିବାପାଇଁ ମୁଁ ଉତ୍ସୁକ ଥିଲି। କିନ୍ତୁ ଇତିମଧ୍ୟରେ ଈଶ୍ୱର ତାଙ୍କ ଲୋକମାନଙ୍କୁ ଅନନ୍ତ କାଳ ପାଇଁ ପ୍ରଦାନ କରିଥିବା ବଶ୍ୱାସ ସପକ୍ଷରେ ସଂଗ୍ରାମ କରିବା ପାଇଁ ତୁମ୍ଭମାନଙ୍କୁ ଉତ୍ସାହିତ କରିବା ଆବଶ୍ୟକ ବୋଲି ମୁଁ ମନେ କଲି।
Odia Bible ERV 2004 (ପବିତ୍ର ବାଇବଲ)
ଭୁଲ୍ କରୁଥିବା ଲୋକମାନଙ୍କୁ ପରମେଶ୍ୱର ଦଣ୍ଡ ଦେବେ ପ୍ରିୟ ବନ୍ଧୁମାନେ, ମୁଁ ତୁମ୍ଭମାନଙ୍କ ପାଖକୁ ଆମ୍ଭେ ସମସ୍ତେ ଅଂଶୀଦାର ହୋଇଥିବା ପରିତ୍ରାଣ ସମ୍ବନ୍ଧରେ ଲେଖିବା ପାଇଁ ବହୁତ ଇଚ୍ଛା କରୁଥିଲି। କିନ୍ତୁ ତାହା ବଦଳରେ ମୁଁ ଅନ୍ୟ କଥା ଲେଖିବା ଆବଶ୍ୟକ ଇଚ୍ଛା କଲି; ମୁଁ ତୁମ୍ଭକୁ ବିଶ୍ୱାସ ସକାଶେ କଠିନ ପରିଶ୍ରମ କରିବା ପାଇଁ ଉତ୍ସାହିତ କରିବାକୁ ଗ୍ଭହେଁ। ପରମେଶ୍ୱର ତାହାଙ୍କର ପବିତ୍ର ଲୋକମାନଙ୍କୁ ସେହି ବିଶ୍ୱାସ ଦେଇଥିଲେ। ପରମେଶ୍ୱର ଏକାଥରକେ ଏହି ବିଶ୍ୱାସ ଦେଇଛନ୍ତି ଓ ଏହା ସବୁଦିନ ପାଇଁ ଉତ୍ତମ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ହେ ପ୍ରିୟମାନେ, ମୁଁ ଆମ୍ଭମାନଙ୍କର ସାଧାରଣ ପରିତ୍ରାଣ ସମ୍ବନ୍ଧରେ ତୁମ୍ଭମାନଙ୍କ ନିକଟକୁ କିଛି ଲେଖିବାକୁ ବିଶେଷ ଯତ୍ନଶୀଳ ହୋଇ ସାଧୁମାନଙ୍କ ନିକଟରେ ଏକାଥରକେ ସମର୍ପିତ ବିଶ୍ୱାସ ସପକ୍ଷରେ ପ୍ରାଣପଣରେ ଯୁଦ୍ଧ କରିବା ଓ ତୁମ୍ଭମାନଙ୍କୁ ଉତ୍ସାହିତ କରିବା ନିମନ୍ତେ ଲେଖିବା ଆବଶ୍ୟକ ମନେ କଲି।
Odia IRV 2017 (ଓଡିଆ ବାଇବେଲ)
ହେ ପ୍ରିୟମାନେ, ମୁଁ ଆମ୍ଭମାନଙ୍କର ସାଧାରଣ ପରିତ୍ରାଣ ସମ୍ବନ୍ଧରେ ତୁମ୍ଭମାନଙ୍କ ନିକଟକୁ କିଛି ଲେଖିବାକୁ ବିଶେଷ ଯତ୍ନଶୀଳ ହୋଇ ସାଧୁମାନଙ୍କ ନିକଟରେ ଏକାଥରକେ ସମର୍ପିତ ବିଶ୍ୱାସ ସପକ୍ଷରେ ପ୍ରାଣପଣରେ ଯୁଦ୍ଧ କରିବା ଓ ତୁମ୍ଭମାନଙ୍କୁ ଉତ୍ସାହିତ କରିବା ନିମନ୍ତେ ଲେଖିବା ଆବଶ୍ୟକ ମନେ କଲି ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಮಾಜ್ಯಾ ಪ್ರೆಮಾಚ್ಯಾನು, ಅಮಿ ಸಗ್ಳೆ ವಾಟುನ್ ಘೆಟಲ್ಲ್ಯಾ ಸುಟ್ಕೆಚ್ಯಾ ವಿಶಯಾತ್ ತುಮ್ಕಾ ಲಿವ್ಚೆ ಮನುನ್ ಮಿಯಾ ಉಮ್ಮೆದಿನ್ ತಯಾರಿ ಕರ್ತಾನಾ, ಸಗ್ಳ್ಯಾ ದೆವಾಚ್ಯಾ ಲೊಕಾಕ್ನಿ ಲೈ ತರಾಸಾನ್ ಎಗ್ದಾಚ್ ದಿಲ್ಲ್ಯಾ ವಿಶ್ವಾಸಾಚ್ಯಾ ವಿಶಯಾತ್ ತುಮ್ಚ್ಯಾಕ್ಡೆ ವಿನಂತಿ ಕರ್ತಲೆ ಗರ್ಜೆಚೆ ಮನುನ್ ಮಾಕಾ ದಿಸ್ಲೆ.