Jude 1:4 — Compare Translations

7 translations compared side by side

Odia - 1840
"କେତକେ ଲୋକମାନେ ଗୁପ୍ତ ଭାବରେ ତୁମ୍ଭ ଦଳ ରେ ପ୍ରବେଶ କରିଛନ୍ତି। ସମାନେେ ସମାନଙ୍କେର କାର୍ୟ୍ଯ ପାଇଁ ଦୋଷୀ ବିବଚେିତ ହାଇେ ସାରିଲଣେି। ଭବିଷ୍ଯଦ୍ ବକ୍ତାମାନେ ବହୁତ ଆଗରୁ ଏହି ଲୋକମାନଙ୍କ ବିଷୟ ରେ ଲେଖିଥିଲେ। ଏହି ଲୋକମାନେ ପରମେଶ୍ବରଙ୍କର ବିରୋଧୀ। ସମାନେେ ପାପପୂର୍ଣ୍ଣ କାର୍ୟ୍ଯ କରିବା ପାଇଁ ଆମ୍ଭ ପରମେଶ୍ବରଙ୍କର ଅନୁଗ୍ରହକୁ ଅପବ୍ଯବହାର କରୁଛନ୍ତି। ଏହି ଲୋକମାନେ ଆମ୍ଭର କର୍ତ୍ତା ଓ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ଗ୍ରହଣ କରୁ ନାହାନ୍ତି।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
କାରଣ ପ୍ରାଚୀନ ଶାସ୍ତ୍ରମାନଙ୍କରେ ଦଣ୍ତର ପାତ୍ର ବୋଲି ବର୍ଣ୍ଣିତ ହୋଇଥିବା କେତେକ ଲୋକ ତୁମ୍ଭମାନଙ୍କ ମଧ୍ୟରେ ଗୁପ୍ତରେ ପ୍ରବେଶ କରିଅଛନ୍ତି; ସେମାନେ ଅଧାର୍ମିକ, ଆମ୍ଭମାନଙ୍କ ଈଶ୍ଵରଙ୍କ ଅନୁଗ୍ରହକୁ ବିପରୀତ ଭାବରେ କାମୁକତାରେ ବ୍ୟବହାର କରି ପରିଣତ କରନ୍ତି, ପୁଣି ଆମ୍ଭମାନଙ୍କର ଏକମାତ୍ର କର୍ତ୍ତା ଓ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ଅସ୍ଵୀକାର କରନ୍ତିକ ।
Odia BSI (ପବିତ୍ର ବାଇବଲ (CL) NT (BSI))
କେତେକ ଅଧାର୍ମିକ ଲୋକ ଅଲକ୍ଷିତ ଭାବରେ ତୁମ୍ଭମାନଙ୍କ ମଧ୍ୟରେ ପ୍ରବେଶ କରିଛନ୍ତି। ସେମାନେ ନିଜର ଅନୈତିକ କାର୍ଯ୍ୟକଳାପକୁ ସମର୍ଥନ କରିବା ପାଇଁ ଈଶ୍ୱରଙ୍କ “ଅନୁଗ୍ରହ” ବିଷୟକ ବାର୍ତ୍ତା ବିକୃତ ଅର୍ଥ କରୁଛନ୍ତି। ଆମର ଏକମାତ୍ର ଗୁରୁ ଓ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ସେମାନେ ଅସ୍ୱୀକାର କରୁଛନ୍ତି। ସେମାନଙ୍କ ପ୍ରତି ନିରୂପିତ ହୋଇଥିବା ଦଣ୍ଡ ବିଧାନ ସମ୍ପର୍କରେ ବହୁ ପୂର୍ବରୁ ଧର୍ମଶାସ୍ତ୍ରରେ ଉଲ୍ଲେଖ ଅଛି।
Odia Bible ERV 2004 (ପବିତ୍ର ବାଇବଲ)
କେତେକ ଲୋକମାନେ ଗୁପ୍ତ ଭାବରେ ତୁମ୍ଭ ଦଳରେ ପ୍ରବେଶ କରିଛନ୍ତି। ସେମାନେ ସେମାନଙ୍କର କାର୍ଯ୍ୟ ପାଇଁ ଦୋଷୀ ବିବେଚିତ ହୋଇ ସାରିଲେଣି। ଭବିଷ୍ୟ‌‌ଦ୍‌‌‌‌ବକ୍ତାମାନେ ବହୁତ ଆଗରୁ ଏହି ଲୋକମାନଙ୍କ ବିଷୟରେ ଲେଖିଥିଲେ। ଏହି ଲୋକମାନେ ପରମେଶ୍ୱରଙ୍କର ବିରୋଧୀ। ସେମାନେ ପାପପୂର୍ଣ୍ଣ କାର୍ଯ୍ୟ କରିବା ପାଇଁ ଆମ୍ଭ ପରମେଶ୍ୱରଙ୍କର ଅନୁଗ୍ରହକୁ ଅପବ୍ୟବହାର କରୁଛନ୍ତି। ଏହି ଲୋକମାନେ ଆମ୍ଭର କର୍ତ୍ତା ଓ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ଗ୍ରହଣ କରୁ ନାହାନ୍ତି।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
କାରଣ ପ୍ରାଚୀନ ଶାସ୍ତ୍ରମାନଙ୍କରେ ଦଣ୍ଡର ପାତ୍ର ବୋଲି ବର୍ଣ୍ଣିତ ହୋଇଥିବା କେତେକ ଲୋକ ତୁମ୍ଭମାନଙ୍କ ମଧ୍ୟରେ ଗୁପ୍ତରେ ପ୍ରବେଶ କରିଅଛନ୍ତି; ସେମାନେ ଅଧାର୍ମିକ, ଆମ୍ଭମାନଙ୍କ ଈଶ୍ବରଙ୍କ ଅନୁଗ୍ରହକୁ ବିପରୀତ ଭାବରେ କାମୁକତାରେ ବ୍ୟବହାର କରନ୍ତି, ପୁଣି, ଆମ୍ଭମାନଙ୍କର ଏକମାତ୍ର କର୍ତ୍ତା ଓ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ଅସ୍ୱୀକାର କରନ୍ତି।
Odia IRV 2017 (ଓଡିଆ ବାଇବେଲ)
କାରଣ ପ୍ରାଚୀନ ଶାସ୍ତ୍ରମାନଙ୍କରେ ଦଣ୍ଡର ପାତ୍ର ବୋଲି ବର୍ଣ୍ଣିତ ହୋଇଥିବା କେତେକ ଲୋକ ତୁମ୍ଭମାନଙ୍କ ମଧ୍ୟରେ ଗୁପ୍ତରେ ପ୍ରବେଶ କରିଅଛନ୍ତି; ସେମାନେ ଅଧାର୍ମିକ, ଆମ୍ଭମାନଙ୍କ ଈଶ୍ୱରଙ୍କ ଅନୁଗ୍ରହକୁ ବିପରୀତ ଭାବରେ କାମୁକତାରେ ବ୍ୟବହାର କରନ୍ତି, ପୁଣି, ଆମ୍ଭମାନଙ୍କର ଏକମାତ୍ର କର୍ତ୍ତା ଓ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ଅସ୍ୱୀକାର କରନ୍ତି ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಕಶ್ಯಾಕ್ ಮಟ್ಲ್ಯಾರ್, ಉಲ್ಲಿ ದೆವಸ್ಪಾನ್ ನಸಲ್ಲಿ ಲೊಕಾ ಅಮ್ಚ್ಯಾ ಮದ್ದಿ ಚುಕುನ್ ಯೆವ್ನ್ ಗುಸ್ಲಾತ್, ತೆಂಚಿ ಬುರ್ಶಿ ವಾಟಾ ದಾಕ್ವುಸಾಟ್ನಿ ಅಮ್ಚ್ಯಾ ದೆವಾಚ್ಯಾ ಕುರ್ಪೆಚ್ಯಾ ಬಾತ್ಮಿಚ್ಯಾ ವಿಶಯಾತ್ ತೆನಿ ಚುಕ್‍ ಸಾಂಗ್ತಾತ್. ಅನಿ ತೆನಿ ಜೆಜು ಕ್ರಿಸ್ತಾಕ್ ಅಮ್ಚ್ಯಾ ಗುರುಕ್ ಅನಿ ಧನಿಯಾಕ್ ತಿರಸ್ಕಾರ್ ಕರ್ಲಾತ್. ಲೈ ದಿಸಾ ಫಾಟಿ ತೆಂಕಾ ಗಾವ್ತಲ್ಲ್ಯಾ ಶಿಕ್ಷೆಚ್ಯಾ ವಿಶಯಾತ್ ಪವಿತ್ರ್ ಪುಸ್ತಕಾತ್ ಸಾಂಗಲ್ಲೆ ಹಾಯ್.