Jude 1:5 — Compare Translations

7 translations compared side by side

Odia - 1840
"ତୁମ୍ଭେ ଆଗରୁ ଜାଣିଥିବା କେତକେ କଥା ସ୍ମରଣ କରାଇବା ପାଇଁ ମୁଁ ତୁମ୍ଭମାନଙ୍କୁ ସାହାୟ୍ଯ କରିବାକୁ ଚା ହେଁ। ମନରେଖ, ପ୍ରଭୁ ତାହାଙ୍କର ଲୋକଙ୍କୁ ମିସର ଦେଶରୁ ଉଦ୍ଧାର କଲେ। କିନ୍ତୁ ପରେ ପ୍ରଭୁ ସମସ୍ତ ଅବିଶ୍ବାସୀ ଲୋକମାନଙ୍କୁ ଧ୍ବଂସ କରି ଦେଲେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଯଦ୍ୟପି ତୁମ୍ଭେମାନେ ସମସ୍ତ ବିଷୟ ସମ୍ପୂର୍ଣ୍ଣ ରୂପେ ଜାଣିଅଛ, ତଥାପି ମୁଁ ତୁମ୍ଭମାନଙ୍କୁ ସ୍ମରଣ କରାଇବାକୁ ଇଚ୍ଛା କରେ ଯେ, ପ୍ରଭୁ ମିସର ଦେଶରୁ ଲୋକମାନଙ୍କୁ ଉଦ୍ଧାର କଲେ, ଆଉ ଯେଉଁମାନେ ଅବିଶ୍ଵାସ କଲେ, ପରେ ସେମାନଙ୍କୁ ବିନାଶ କଲେ ।
Odia BSI (ପବିତ୍ର ବାଇବଲ (CL) NT (BSI))
ଏକଦା ଈଶ୍ରାଲୀୟମାନଙ୍କୁ ଈଶ୍ୱର କିପରି ମିସର ଦେଶରୁ ଉଦ୍ଧାର କରି ଆଣିଥିଲେ, କିନ୍ତୁ ପରେ ସେମାନଙ୍କ ମଧ୍ୟରେ ଥିବା ଅବିଶ୍ୱାସୀମାନଙ୍କୁ ବିନଷ୍ଟ କରିଥିଲେ, ତୁମେ ଏ ସବୁ କଥା ଜାଣିଥଲେ ସୁଦ୍ଧା; ତାହା ମୁଁ ତୁମକୁ ସ୍ମରଣ କରାଇ ଦେବାକୁ ଚାହେଁ।
Odia Bible ERV 2004 (ପବିତ୍ର ବାଇବଲ)
ତୁମ୍ଭେ ଆଗରୁ ଜାଣିଥିବା କେତେକ କଥା ସ୍ମରଣ କରାଇବା ପାଇଁ ମୁଁ ତୁମ୍ଭମାନଙ୍କୁ ସାହାଯ୍ୟ କରିବାକୁ ଗ୍ଭହେଁ। ମନେରଖ, ପ୍ରଭୁ ତାହାଙ୍କର ଲୋକଙ୍କୁ ମିଶର ଦେଶରୁ ଉଦ୍ଧାର କଲେ। କିନ୍ତୁ ପରେ ପ୍ରଭୁ ସମସ୍ତ ଅବିଶ୍ୱାସୀ ଲୋକମାନଙ୍କୁ ଧ୍ୱଂସ କରିଦେଲେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଯଦ୍ୟପି ତୁମ୍ଭେମାନେ ସମସ୍ତ ବିଷୟ ସମ୍ପୂର୍ଣ୍ଣ ରୂପେ ଜାଣିଅଛ, ତଥାପି ମୁଁ ତୁମ୍ଭମାନଙ୍କୁ ସ୍ମରଣ କରାଇବାକୁ ଇଚ୍ଛା କରେ ଯେ, ପ୍ରଭୁ ମିସର ଦେଶରୁ ଲୋକମାନଙ୍କୁ ଉଦ୍ଧାର କଲେ, ଆଉ ଯେଉଁମାନେ ବିଶ୍ୱାସ କଲେ ନାହିଁ, ପରେ ସେମାନଙ୍କୁ ବିନାଶ କଲେ।
Odia IRV 2017 (ଓଡିଆ ବାଇବେଲ)
ଯଦ୍ୟପି ତୁମ୍ଭେମାନେ ସମସ୍ତ ବିଷୟ ସମ୍ପୂର୍ଣ୍ଣ ରୂପେ ଜାଣିଅଛ, ତଥାପି ମୁଁ ତୁମ୍ଭମାନଙ୍କୁ ସ୍ମରଣ କରାଇବାକୁ ଇଚ୍ଛା କରେ ଯେ, ପ୍ରଭୁ ମିସର ଦେଶରୁ ଲୋକମାନଙ୍କୁ ଉଦ୍ଧାର କଲେ, ଆଉ ଯେଉଁମାନେ ବିଶ୍ୱାସ କଲେ ନାହିଁ, ପରେ ସେମାନଙ୍କୁ ବିନାଶ କଲେ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ತುಮ್ಕಾ ಅದ್ದಿಚ್ ಗೊತ್ತ್ ಹಾಯ್ ಜಾಲ್ಯಾರ್ಬಿ ಉಲ್ಲ್ಯಾ ಫಾಟ್ಲ್ಯಾ ಸಂಗ್ತಿಯಾ ಮಿಯಾ ತುಮ್ಕಾ ಯಾದ್ ಕರುಕ್ ಆಶಾ ಕರ್ತಾ, ಧನಿಯಾನ್ ಆಪ್ಲ್ಯಾ ಲೊಕಾಕ್ನಿ ಇಜಿಪ್ತ್ ದೆಶಾತ್ನಾ ಭಾಯ್ರ್ ಹಾನುನ್ ಬಚಾವ್ ಕರಲ್ಲೆ ಯಾದ್ ಕರುನ್ ಘೆವಾ. ಖರೆ ಮಾನಾ ಧನಿಯಾನ್ ವಿಶ್ವಾಸ್ ಕರಿನಸಲ್ಲ್ಯಾ ಲೊಕಾಕ್ನಿ ನಾಸ್ ಕರ್ಲ್ಯಾನ್.