Judges 12:6 — Compare Translations
5 translations compared side by side
Odia - 1840
"ସମାନେେ ତାଙ୍କୁ 'ଶିଦ୍ଦୋଲେତ୍।' ଶଦ୍ଦ ଉଚ୍ଚାରଣ କରିବା ପାଇଁ କହନ୍ତି। ଇଫ୍ରଯିମର ଲୋକମାନେ ସହେି ଶଦ୍ଦକକ୍ସ୍ଟ ଠିକ୍ ଭାବେ ଉଚ୍ଚାରଣ କରି ପାରନ୍ତି ନାହିଁ। ସମାନେେ ଏହାର ଭୂଲ୍ ଉଚ୍ଚାରଣ କଲେ, ସିଦ୍ଦୋଲେତ୍, କାରଣ ସେ ଶଦ୍ଦଟିକକ୍ସ୍ଟ ଠିକ୍ ଭାବରେ ଉଚ୍ଚାରଣ କରିପାରିଲା ନାହିଁ। ସମାନେେ ଏହିପରି ତାଙ୍କୁ କରାଯତ୍ତ କଲେ ଓ ୟର୍ଦ୍ଦନ ନଦୀ କୂଳ ରେ ତାକକ୍ସ୍ଟ ହତ୍ଯା କଲେ। ଏହିପରି ଭାବରେ ସମାନେେ ମାଟେ 42,000 ଲୋକ ଇଫ୍ରଯିମ ରେ ଲୋକଙ୍କକ୍ସ୍ଟ ହତ୍ଯା କରିଥିଲେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ତେବେ ସେମାନେ ତାହାକୁ କହିଲେ, କହତ ‘ଶିବ୍ବୋଲେତ୍ʼ; ତହିଁରେ ସେ କହିଲା, ‘ସିବ୍ବୋଲେତ୍ʼ, କାରଣ ସେ ତାହା ଶୁଦ୍ଧ ରୂପେ ଉଚ୍ଚାରଣ କରି ପାରିଲା ନାହିଁ; ତେବେ ସେମାନେ ତାହାକୁ ଧରି ଯର୍ଦ୍ଦନ ଘାଟରେ ବଧ କଲେ; ଆଉ ସେହି ସମୟରେ ଇଫ୍ରୟିମର ବୟାଳିଶ ହଜାର ଲୋକ ମାରା ପଡ଼ିଲେ ।
Odia Bible ERV 2004 (ପବିତ୍ର ବାଇବଲ)
ସେମାନେ ତାଙ୍କୁ “‘ଶିବ୍ବୋଲେତ୍’ ଶବ୍ଦ ଉଚ୍ଚାରଣ କରିବା ପାଇଁ କହନ୍ତି।” ଇଫ୍ରୟିମର ଲୋକମାନେ ସେହି ଶବ୍ଦକୁ ଠିକ୍ ଭାବେ ଉଚ୍ଚାରଣ କରି ପାରନ୍ତି ନାହିଁ। ସେମାନେ ଏହାର ଭୁଲ୍ ଉଚ୍ଚାରଣ କଲେ, “ଶିବ୍ବୋଲେତ୍”, କାରଣ ସେ ଶବ୍ଦଟିକୁ ଠିକ୍ ଭାବରେ ଉଚ୍ଚାରଣ କରି ପାରିଲା ନାହିଁ। ସେମାନେ ଏହିପରି ତାଙ୍କୁ କରାୟତ୍ତ କଲେ ଓ ଯର୍ଦ୍ଦନ ନଦୀ କୂଳରେ ତାକୁ ହତ୍ୟା କଲେ। ଏହିପରି ଭାବରେ ସେମାନେ ମୋଟ 42,000 ଇଫ୍ରୟିମର ଲୋକଙ୍କୁ ହତ୍ୟା କରିଥିଲେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ତେବେ ସେମାନେ ତାହାକୁ କହିଲେ, କହ ତ “ଶିବ୍ବୋଲେତ୍” ତହିଁରେ ସେ କହିଲା, “ସିବ୍ବୋଲେତ୍,” କାରଣ ସେ ତାହା ଶୁଦ୍ଧ ରୂପେ ଉଚ୍ଚାରଣ କରି ପାରିଲା ନାହିଁ; ତେବେ ସେମାନେ ତାହାକୁ ଧରି ଯର୍ଦ୍ଦନ ଘାଟରେ ବଧ କଲେ; ଆଉ ସେହି ସମୟରେ ଇଫ୍ରୟିମର ବୟାଳିଶ ହଜାର ଲୋକ ମାରା ପଡ଼ିଲେ।
Odia IRV 2017 (ଓଡିଆ ବାଇବେଲ)
ତେବେ ସେମାନେ ତାହାକୁ କହିଲେ, କହ ତ “ଶିବ୍ବୋଲେତ୍” ତହିଁରେ ସେ କହିଲା, “ସିବ୍ବୋଲେତ୍”, କାରଣ ସେ ତାହା ଶୁଦ୍ଧ ରୂପେ ଉଚ୍ଚାରଣ କରି ପାରିଲା ନାହିଁ; ତେବେ ସେମାନେ ତାହାକୁ ଧରି ଯର୍ଦ୍ଦନ ଘାଟରେ ବଧ କଲେ; ଆଉ ସେହି ସମୟରେ ଇଫ୍ରୟିମର ବୟାଳିଶ ହଜାର ଲୋକ ମାରା ପଡ଼ିଲେ।