Judges 14:16 — Compare Translations

5 translations compared side by side

Odia - 1840
"ଶାମ୍ଶାେନ୍ର ସ୍ତ୍ରୀ ତା'ର ସ୍ବାମୀଙ୍କ ନିକଟକକ୍ସ୍ଟ ଗଲା ଏବଂ ସଠାେରେ ଅତିଶଯ କ୍ରନ୍ଦନ କରିବାକୁ ଲାଗିଲା, ସେ କହିଲା, ତୁମ୍ଭେ ମାେତେ ଘୃଣା କର! ତୁମ୍ଭେ ମାେତେ ଭଲ ପାଅ ନାହିଁ! ତୁମ୍ଭେ ମାରେ ଲୋକମାନଙ୍କୁ ଏକ ପ୍ର ହଳେିକା ଶକ୍ସ୍ଟଣାଇଲ, ଯାହାକି ମାେତେ ତୁମ୍ଭେ ବକ୍ସ୍ଟଝାଇ ନାହଁ। ଶାମ୍ଶାେନ୍ ତାଙ୍କୁ ଉତ୍ତର ଦେଲେ, ମୁ ମାରେ ପିତା ମାତାଙ୍କୁ କହିନାହିଁ, ତକ୍ସ୍ଟମ୍ଭଙ୍କକ୍ସ୍ଟ କାହିଁକି ମୁ କହିବି?"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ତହିଁରେ ଶାମ୍ଶୋନ୍ର ଭାର୍ଯ୍ୟା ତାହାକୁ ଧରି କାନ୍ଦି କହିଲା, ତୁମ୍ଭେ କେବଳ ମୋତେ ଘୃଣା କରୁଅଛ, କିଛି ପ୍ରେମ କରୁ ନାହଁ; ତୁମ୍ଭେ ମୋʼ ଲୋକଙ୍କ ସନ୍ତାନମାନଙ୍କୁ ଗୋଟିଏ ପ୍ରହେଳିକା କହିଅଛ, ମାତ୍ର ତାହା ମୋତେ ବୁଝାଇ ଦେଇ ନାହଁ । ତହିଁରେ ସେ ତାହାକୁ କହିଲା, ଦେଖ, ମୁଁ ଆପଣା ପିତା କି ମାତାକୁ ବୁଝାଇ ଦେଇ ନାହିଁ, ଆଉ କି ତୁମ୍ଭକୁ ବୁଝାଇ ଦେବି?
Odia Bible ERV 2004 (ପବିତ୍ର ବାଇବଲ)
ଶା‌ମ୍‌ଶୋ‌ନ୍‌ର ସ୍ତ୍ରୀ ତା’ର ସ୍ୱାମୀଙ୍କ ନିକଟକୁ ଗଲା ଏବଂ ସେଠାରେ ଅତିଶୟ କ୍ରନ୍ଦନ କରିବାକୁ ଲାଗିଲା, ସେ କହିଲା, “ତୁମ୍ଭେ ମୋତେ ଘୃଣା କର! ତୁମ୍ଭେ ମୋତେ ଭଲ ପାଅ ନାହିଁ! ତୁମ୍ଭେ ମୋର ଲୋକମାନଙ୍କୁ ଏକ ପ୍ରହେଳିକା ଶୁଣାଇଲ, ଯାହାକି ମୋତେ ତୁମ୍ଭେ ବୁଝାଇ ନାହଁ।” ଶା‌ମ୍‌ଶୋନ୍ ତାଙ୍କୁ ଉତ୍ତର ଦେଲେ, “ମୁଁ ମୋର ପିତାମାତାଙ୍କୁ କହି ନାହିଁ, ତୁମ୍ଭଙ୍କୁ କାହିଁକି ମୁଁ କହିବି?”
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ତହିଁରେ ଶାମ୍‍ଶୋନ୍‍ର ଭାର୍ଯ୍ୟା ତାହାକୁ ଧରି କାନ୍ଦି କହିଲା, “ତୁମ୍ଭେ କେବଳ ମୋତେ ଘୃଣା କରୁଅଛ, କିଛି ପ୍ରେମ କରୁ ନାହଁ; ତୁମ୍ଭେ ମୋʼ ଲୋକଙ୍କ ସନ୍ତାନମାନଙ୍କୁ ଗୋଟିଏ ପ୍ରହେଳିକା କହିଅଛ, ମାତ୍ର ତାହା ମୋତେ ବୁଝାଇ ଦେଇ ନାହଁ।” ତହିଁରେ ସେ ତାହାକୁ କହିଲା, “ଦେଖ, ମୁଁ ଆପଣା ପିତା କି ମାତାକୁ ବୁଝାଇ ଦେଇ ନାହିଁ, ଆଉ କି ତୁମ୍ଭକୁ ବୁଝାଇଦେବି?”
Odia IRV 2017 (ଓଡିଆ ବାଇବେଲ)
ତହିଁରେ ଶାମ୍‍ଶୋନ୍‍ର ଭାର୍ଯ୍ୟା ତାହାକୁ ଧରି କାନ୍ଦି କହିଲା, ତୁମ୍ଭେ କେବଳ ମୋତେ ଘୃଣା କରୁଅଛ, କିଛି ପ୍ରେମ କରୁ ନାହଁ; ତୁମ୍ଭେ ମୋ’ ଲୋକଙ୍କ ସନ୍ତାନମାନଙ୍କୁ ଗୋଟିଏ ପ୍ରହେଳିକା କହିଅଛ, ମାତ୍ର ତାହା ମୋତେ ବୁଝାଇ ଦେଇ ନାହଁ। ତହିଁରେ ସେ ତାହାକୁ କହିଲା, ଦେଖ, ମୁଁ ଆପଣା ପିତା କି ମାତାକୁ ବୁଝାଇ ଦେଇ ନାହିଁ, ଆଉ କି ତୁମ୍ଭକୁ ବୁଝାଇ ଦେବି?

Recommended Reading