Judges 17:3 — Compare Translations

5 translations compared side by side

Odia - 1840
"ମୀଖା ସହେି 1,100 ଖଣ୍ତ ରୂପା ତାଙ୍କର ମା'ଙ୍କକ୍ସ୍ଟ ଫରୋଇ ଦେଲେ। ଏହାପରେ ତାଙ୍କର ମା ତାଙ୍କୁ କହିଲେ, ମୁ ସହେି ରୂପା ସଦାପ୍ରଭୁଙ୍କ ନିମନ୍ତେ ଏକ ବିଶଷେ ଉପହାର ଅର୍ପଣ କରିଛି। ମୁ ଏହା ମାରେପକ୍ସ୍ଟତ୍ରକକ୍ସ୍ଟ ଦବେି, ଯାହାଫଳ ରେ ସେ ଏକ ମୂର୍ତ୍ତି କରି ତାକକ୍ସ୍ଟ ରୂପା ଆଚ୍ଛାଦନ କରିପାରିବ। ଏଣୁ ଏବେ ମୁ ତାହା ତୁମ୍ଭକୁ ଫରୋଇ ଦବେି।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଏଥିରେ ସେ ସେହି ଏଗାର ଶହ ଖଣ୍ତ ରୂପା ଆପଣା ମାତାକୁ ଫେରାଇ ଦିଅନ୍ତେ, ତାହାର ମାତା କହିଲା, ଗୋଟିଏ ଖୋଳା ଓ ଗୋଟିଏ ଢଳା ପ୍ରତିମା ବନାଇବାକୁ ମୁଁ ଆପଣା ପୁତ୍ର ନିମନ୍ତେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଆପଣା ହସ୍ତରୁ ଏହି ରୂପା ନିତା; ପବିତ୍ର କରୁଅଛି; ଏଣୁ ଏବେ ମୁଁ ତାହା ତୁମ୍ଭକୁ ଫେରାଇ ଦେବି ।
Odia Bible ERV 2004 (ପବିତ୍ର ବାଇବଲ)
ମୀଖା ସେହି 1100 ଖଣ୍ତ ରୂପା ତା’ର ମା’କୁ ଫେରାଇ ଦେଲା। ଏହା ପରେ ତା’ର ମା ତାକୁ କହିଲେ, “ମୁଁ ସେହି ରୂପା ସଦାପ୍ରଭୁଙ୍କ ନିମନ୍ତେ ଏକ ବିଶେଷ ଉପହାର ରୂପେ ଅର୍ପଣ କରିବି। ମୁଁ ଏହା ମୋର ପୁତ୍ରକୁ ଦେବି, ଯାହାଫଳରେ ସେ ଏକ ମୂର୍ତ୍ତି କରି ତାକୁ ରୂପା ଆଚ୍ଛାଦନ କରି ପାରିବ। ଏଣୁ ଏବେ ମୁଁ ତାହା ତୁମ୍ଭକୁ ଫେରାଇ ଦେବି।”
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଏଥିରେ ସେ ସେହି ଏଗାର ଶହ ଖଣ୍ଡ ରୂପା ଆପଣା ମାତାକୁ ଫେରାଇ ଦିଅନ୍ତେ, ତାହାର ମାତା କହିଲା, “ଗୋଟିଏ ଖୋଦିତ ଓ ଗୋଟିଏ ଢଳା ପ୍ରତିମା ବନାଇବାକୁ ମୁଁ ଆପଣା ପୁତ୍ର ନିମନ୍ତେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଆପଣା ହସ୍ତରୁ ଏହି ରୂପା ନିତାନ୍ତ ପବିତ୍ର କରୁଅଛି; ଏଣୁ ଏବେ ମୁଁ ତାହା ତୁମ୍ଭକୁ ଫେରାଇ ଦେବି।”
Odia IRV 2017 (ଓଡିଆ ବାଇବେଲ)
ଏଥିରେ ସେ ସେହି ଏଗାର ଶହ ଖଣ୍ଡ ରୂପା ଆପଣା ମାତାକୁ ଫେରାଇ ଦିଅନ୍ତେ, ତାହାର ମାତା କହିଲା, ଗୋଟିଏ ଖୋଦିତ ଓ ଗୋଟିଏ ଢଳା ପ୍ରତିମା ବନାଇବାକୁ ମୁଁ ଆପଣା ପୁତ୍ର ନିମନ୍ତେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଆପଣା ହସ୍ତରୁ ଏହି ରୂପା ନିତାନ୍ତ ପବିତ୍ର କରୁଅଛି; ଏଣୁ ଏବେ ମୁଁ ତାହା ତୁମ୍ଭକୁ ଫେରାଇ ଦେବି।