Judges 19:9 — Compare Translations

5 translations compared side by side

Odia - 1840
"ଏହାପରେ ସହେି ଲବେୀୟ ଲୋକ ଜଣଙ୍କ ତାଙ୍କର ଉପପତ୍ନୀ ଏବଂ ତାଙ୍କର ସବେକମାନେ ୟିବାପାଇଁ ଉଠିଲେ। କିନ୍ତୁ ସହେି ସମୟରେ ସହେି ୟକ୍ସ୍ଟବତୀର ପିତା କହିଲେ, ଏହା ବର୍ତ୍ତମାନ ଅନ୍ଧାର ଅଛି। ଦିନସରି ଗଲାଣି, ତେଣୁ ଆଜି ରାତ୍ରୀକ ଏହିଠା ରେ ରହିୟାଅ, ଏବଂ ତୁମ୍ଭେ ନିଜକକ୍ସ୍ଟ ଉପଭୋଗ କର। ଆସନ୍ତା କାଲି ପର୍ୟ୍ଯନ୍ତ ଏଠା ରେ ରହିୟାଅ। ଆସନ୍ତାକାଲି ପ୍ରଭାତରକ୍ସ୍ଟ ତୁମ୍ଭେ ଉଠି ତକ୍ସ୍ଟମ୍ଭ ବାଟରେ ତୁମ୍ଭେ ଗ୍ଭଲିୟିବ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଏଉତ୍ତାରେ ସେ ପୁରୁଷ ଓ ତାହାର ଉପପନିୀ ଓ ଦାସ ପ୍ରସ୍ଥାନ କରିବାକୁ ଉଠନ୍ତେ, ତାହାର ଶ୍ଵଶୁର ସେହି ଯୁବତୀର ପିତା ତାହାକୁ କହିଲା, ଦେଖ, ଏବେ ତ ସନ୍ଧ୍ୟା ନିକଟ ହେଉଅଛି, ଅନୁଗ୍ରହ କରି ରାତ୍ରିଟି ରହି ଯାଅ; ଦେଖ, ଦିନ ଗଡ଼ି ଯାଉଛି, ଏଠାରେ ମନ ଖୁସି କରିବା ପାଇଁ ରାତ୍ରିଟି କ୍ଷେପଣ କର; କାଲି ବଡ଼ି ସକାଳୁ ଉଠି ଆପଣା ବାଟରେ ଘରକୁ ଯିବ ।
Odia Bible ERV 2004 (ପବିତ୍ର ବାଇବଲ)
ଏହା ପରେ ସେହି ଲେବୀୟ ଲୋକ ଜଣକ ତାଙ୍କର ଉପପତ୍ନୀ ଏବଂ ତାଙ୍କର ସେବକମାନେ ଯିବା ପାଇଁ ଉଠିଲେ। କିନ୍ତୁ ସେହି ସମୟରେ ସେହି ଯୁବତୀର ପିତା କହିଲେ, “ଏହା ବର୍ତ୍ତମାନ ଅନ୍ଧାର ଅଛି। ଦିନସରି ଗଲାଣି, ତେଣୁ ଆଜି ରାତ୍ରି ଏହିଠାରେ ରହିଯାଅ, ଏବଂ ତୁମ୍ଭେ ନିଜକୁ ଉପଭୋଗ କର। ଆସନ୍ତା କାଲି ପର୍ଯ୍ୟନ୍ତ ଏଠାରେ ରହିଯାଅ। ଆସନ୍ତାକାଲି ପ୍ରଭାତରୁ ତୁମ୍ଭେ ଉଠି ତୁମ୍ଭ ବାଟରେ ତୁମ୍ଭେ ଗ୍ଭଲିଯିବ।”
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଏଥିଉତ୍ତାରେ ସେ ଲେବୀୟ ପୁରୁଷ ଓ ତାହାର ଉପପତ୍ନୀ ଓ ଦାସ ପ୍ରସ୍ଥାନ କରିବାକୁ ଉଠନ୍ତେ, ତାହାର ଶ୍ୱଶୁର ସେହି ଯୁବତୀର ପିତା ତାହାକୁ କହିଲା, “ଦେଖ, ଏବେ ତ ସନ୍ଧ୍ୟା ନିକଟ ହେଉଅଛି, ଅନୁଗ୍ରହ କରି ରାତ୍ରିଟି ରହି ଯାଅନ୍ତ ଦେଖ, ଦିନ ଗଡ଼ି ଯାଉଛି, ଏଠାରେ ମନ ଖୁସି କରିବା ପାଇଁ ରାତ୍ରିଟି କ୍ଷେପଣ କର; କାଲି ବଡ଼ି ସକାଳୁ ଉଠି ଆପଣା ବାଟରେ ଘରକୁ ଯିବ।”
Odia IRV 2017 (ଓଡିଆ ବାଇବେଲ)
ଏଥିଉତ୍ତାରେ ସେ ଲେବୀୟ ପୁରୁଷ ଓ ତାହାର ଉପପତ୍ନୀ ଓ ଦାସ ପ୍ରସ୍ଥାନ କରିବାକୁ ଉଠନ୍ତେ, ତାହାର ଶ୍ୱଶୁର ସେହି ଯୁବତୀର ପିତା ତାହାକୁ କହିଲା, ଦେଖ, ଏବେ ତ ସନ୍ଧ୍ୟା ନିକଟ ହେଉଅଛି, ଅନୁଗ୍ରହ କରି ରାତ୍ରିଟି ରହି ଯାଅନ୍ତ ଦେଖ, ଦିନ ଗଡ଼ି ଯାଉଛି, ଏଠାରେ ମନ ଖୁସି କରିବା ପାଇଁ ରାତ୍ରିଟି କ୍ଷେପଣ କର; କାଲି ବଡ଼ି ସକାଳୁ ଉଠି ଆପଣା ବାଟରେ ଘରକୁ ଯିବ।